Latest Odisha News

BREAKING NEWS

ଦେଶର ସବୁଠାରୁ ସ୍ମାର୍ଟ ସହର ହେଉଛି ଇନ୍ଦୋର ଓ ସୁରଟ

ନୂଆଦିଲ୍ଲୀ: ଶୁକ୍ରବାର ଦିନ କେନ୍ଦ୍ର ସ୍ମାର୍ଟ ସିଟି ଆୱାର୍ଡ ୨୦୨୦ ଘୋଷଣା କରାଯାଇଛି। ଏଥିରେ ମଧ୍ୟପ୍ରଦେଶର ଇନ୍ଦୋର ଏବଂ ଗୁଜରାଟର ସୁରଟକୁ ମିଳିତ ଭାବେ ଐତିହାସିକ ବିକାଶ ପାଇଁ ପୁରସ୍କୃତ କରାଯାଇଛି।

ସ୍ମାର୍ଟ ସହରଗୁଡିକର ସାମଗ୍ରିକ ପ୍ରଦର୍ଶନ ପାଇଁ ରାଜ୍ୟଗୁଡିକୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଏହି ବର୍ଗରେ ଉତ୍ତରପ୍ରଦେଶ ଶୀର୍ଷରେ ରହିଥିବା ବେଳେ ତା ପଛକୁ ରହିଥିଲେ ମଧ୍ୟପ୍ରଦେଶ ଏବଂ ତାମିଲନାଡୁ।

କେନ୍ଦ୍ର ଗୃହ, ନଗର ବ୍ୟାପାର ମନ୍ତ୍ରଣାଳୟ ଏହାର ବିଜେତା ସ୍ଥିର କରିଥାଏ। ବିଜେତାମାନଙ୍କୁ ଚୂଡ଼ାନ୍ତ କରିବା ପୂର୍ବରୁ ସହରଗୁଡିକର ସାମାଜିକ ଦିଗ, ଶାସନ, ସଂସ୍କୃତି, ସହରୀ ପରିବେଶ, ପରିମଳ, ଅର୍ଥନୀତି, ଜଳ ଏବଂ ସହରୀ ଗତିଶୀଳତା ପ୍ରତି ଧ୍ୟାନ ଦିଆଯାଇଥାଏ।

Comments are closed.