ମଧ୍ୟପ୍ରଦେଶ:ପାକିସ୍ତାନକୁ ସମର୍ଥନ କରୁଥିବା ଦେଶଗୁଡ଼ିକ ଉପରେ ଟ୍ରେଡ ବ୍ୟାନ ଷ୍ଟ୍ରାଇକ ଆରମ୍ଭ କରି ଦେଇଛନ୍ତି ଭାରତବାସୀ । ଏହି କ୍ରମରେ ଚୀନ ଓ ବାଂଲାଦେଶ ନିର୍ମିତ କୌଣସି ପୋଷାକ ମାର୍କେଟ୍ରେ ବିକ୍ରି କଲେ ବିକ୍ରେତାଙ୍କ ଉପରେ ପଡ଼ିବ ୧.୧୧ ଲକ୍ଷ ଟଙ୍କାର ଫାଇନ୍ ଲାଗିବ ବୋଲି ଇନ୍ଦୋରର ରେଡିମେଡ୍ ବାଣିଜ୍ୟ ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି।
ଇନ୍ଦୋରର ରେଡିମେଡ୍ ଗାର୍ମେଣ୍ଟ୍ସ ବ୍ୟବସାୟୀମାନେ ହନୁମାନ ମନ୍ଦିରରେ ପାକିସ୍ତାନ ଏବଂ ବାଂଲାଦେଶ ସହିତ ବ୍ୟବସାୟ ନକରିବା ପାଇଁ ଶପଥ ନେଇଥିଲେ।
ରେଡିମେଡ୍ ବ୍ୟବସାୟୀ ଆସୋସିଏସନ୍ର ସଭାପତି ଅକ୍ଷୟ ଜୈନ୍ କହିଛନ୍ତି, “ଯେପରି ଭାବରେ ଚୀନ୍ ଏବଂ ବାଂଲାଦେଶ ପାକିସ୍ତାନକୁ ସମର୍ଥନ କରିଥିଲେ, ଆମେ ସେମାନଙ୍କୁ ଆର୍ଥିକ ଦୃଷ୍ଟିରୁ ଉଚିତ୍ ଶିକ୍ଷା ଦେବା ପାଇଁ ସେମାନଙ୍କ ସହିତ ବ୍ୟବସାୟ ନ କରିବାକୁ ନିଷ୍ପତ୍ତି ନେଇଛୁ।ଯଦି କୌଣସି ବ୍ୟବସାୟୀ ଚୀନ୍ ଏବଂ ବାଂଲାଦେଶ ସହିତ ବ୍ୟବସାୟ କରୁଥିବାର ଧରାପଡ଼ନ୍ତି, ତେବେ ତାଙ୍କ ଉପରେ ୧ ଲକ୍ଷ ୧୧ ହଜାର ଟଙ୍କା ଜରିମାନା ମଧ୍ୟ ଲାଗୁ କରାଯିବ। ଏହି ଜରିମାନା ବ୍ୟବସାୟୀଙ୍କଠାରୁ ଆଦାୟ କରାଯିବ ଏବଂ ଭାରତୀୟ ସେନାର ଆର୍ଥିକ ପାଣ୍ଠିକୁ ଦିଆଯିବ।”
ଚୀନ୍ ଏବଂ ବାଂଲାଦେଶର ଅନେକ ବ୍ୟବସାୟୀ ଇନ୍ଦୋରର ବ୍ୟବସାୟୀଙ୍କ ସହିତ ସିଧାସଳଖ ବ୍ୟବସାୟ କରନ୍ତି। ଗୁରୁବାର ସକାଳେ, ରେଡିମେଡ୍ ଗାର୍ମେଣ୍ଟସ୍ ଅଧ୍ୟକ୍ଷ କେ ଅକ୍ଷୟ ଜୈନ୍ ପ୍ରାୟ ୮୦ ଜଣ ଚୀନ୍ ବ୍ୟବସାୟୀଙ୍କୁ ଏକ ଇମେଲ୍ ପଠାଇ ଭବିଷ୍ୟତରେ ସେମାନଙ୍କ ସହିତ ବ୍ୟବସାୟ କରାଯିବନି ବୋଲି କହିଛନ୍ତି ।
ସୂଟନାଥାଉକି, ଭାରତ ବାଂଲାଦେଶ ଠାରୁ ସ୍ଥଳ ବନ୍ଦର ବା ଲ୍ୟାଣ୍ଡ ପୋର୍ଟ ଦେଇ ଆମଦାନୀ ହେଉଥିବା ସମସ୍ତ ପୋଷାକ ଓ ତତ୍ ସମ୍ପର୍କିତ ସାମଗ୍ରୀ ଓ ଅନ୍ୟାନ୍ୟ କିଛି ସାମଗ୍ରୀର ଆମଦାନୀ ଉପରେ କଟକଣା ଲଗାଇଛି। ଏନେଇ କିଛି ଦିନ ତଳେ ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ ଘୋଷଣା କରିଥିଲେ। ତେବେ କେବଳ କୋଲକାତା ଏବଂ ନହାଭା ଶେଭା ସମୁଦ୍ର ବନ୍ଦର ଦେଇ ଆମଦାନୀକୁ ଅନୁମତି ଦିଆଯାଇଛି।
Comments are closed.