Latest Odisha News

BREAKING NEWS

ବିବାହର ୧୫ ବର୍ଷ ପରେ ଅଲଗା ହେବେ ଇନ୍ଦ୍ରାନିଲ-ବରଖା

ନୂଆଦିଲ୍ଲୀ: ଟିଭି ଦୁନିଆର ସଫଳ ଦମ୍ପତ୍ତି ଙ୍କ ମଧ୍ୟରେ ଅଭିନେତା ଇନ୍ଦ୍ରାନିଲ ସେନଗୁପ୍ତା ଏବଂ ବରଖା ବିଷ୍ଟ ଅନ୍ୟତମ । କିନ୍ତୁ ବିବାହର ୧୫ ବର୍ଷ ପରେ ଏହି ଦମ୍ପତ୍ତି ଏବେ ଅଲଗା ହେବାକୁ ଯାଉଛନ୍ତି । ଏନେଇ ଅଭିନେତ୍ରୀ ବରଖା ନିଜେ ପ୍ରକାଶ କରିଛନ୍ତି ।

ଏକ ସାକ୍ଷାତକାରରେ ଅଭିନେତ୍ରୀ ବରଖା କହିଛନ୍ତି ଯେ, ୨ ବର୍ଷ ହେଲାଣି ଆମ ଭିତରେ ଭଲ ସମ୍ପର୍କ ନାହିଁ । ତେଣୁ ଆମେ ଶୀଘ୍ର ଛାଡପତ୍ର ହେବାକୁ ଯାଉଛୁ । ଏହା ମୋ ଜୀବନର ସବୁଠାରୁ କଠିନ ନିଷ୍ପତ୍ତି । ଏବେ ମୁଁ ମୋ ଝିଅକୁ ନେଇ ଏକୁଟିଆ ରହୁଛି । ଆଗକୁ ମୁଁ ମୋ ଝିଅକୁ ନେଇ ବାକି ଜୀବନ କାଟିବି । ମୁଁ ଏବେ ଓଟିଟିରେ ଭଲ କାମ କରୁଛି । ଛାଡପତ୍ର ହେବାର କାରଣ ସମ୍ପର୍କରେ ସେ କିଛି କହି ନାହାନ୍ତି । ତେବେ ଇନ୍ଦ୍ରାନିଲ ତାଙ୍କ ପତ୍ନୀଙ୍କ ସହ ମତଭେଦ ଖବରକୁ କେବଳ ଗୁଜବ ବୋଲି ଖଣ୍ଡନ କରି ଚାଲିଛନ୍ତି ।

ଜଣାଯାଇଛି ଯେ, ଇନ୍ଦ୍ରାନିଲ ଜଣେ ବଙ୍ଗୀୟ ଅଭିନେତ୍ରୀଙ୍କ ସହ ସମ୍ପର୍କ ରଖିଥିବା କାରଣରୁ ସେମାନଙ୍କ ମଧ୍ୟରେ ମତଭେଦ ଦେଖାଦେଇଥିଲା । ଏହାପରେ ଉଭୟ ୨ ବର୍ଷ ହେଲା ଅଲଗା ରହୁଛନ୍ତି ।

ଇନ୍ଦ୍ରାନିଲ ବଙ୍ଗଳା ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ଜଣାଶୁଣା ନାମ । ସେ ଅନେକ ଟିଭି ସିରିଏଲ ସହିତ ଫିଲ୍ମ୍ରରେ ମଧ୍ୟ ଅଭିନୟ କରିଛନ୍ତି । ଇନ୍ଦ୍ରାନିଲ ଏବଂ ବରଖା ‘ପ୍ୟାର କେ ଦୋ ନାମ … ଏକ ରାଧା ଏକ ଶ୍ୟାମ’ ସିରିଜରେ ଭେଟିଥିଲେ । ଏହି ଧାରାବାହିକରେ ଏକାଠି କାମ କରିବା ସମୟରେ ହିଁ ଦୁହେଁ ପ୍ରେମରେ ପଡିଥିଲେ । କିଛି ସମୟ ପାଇଁ ଡେଟିଂ କରିବା ପରେ, ଏହି ଦମ୍ପତି ୨୦୦୮ ରେ ବିବାହ କରିଥିଲେ ।

Leave A Reply

Your email address will not be published.