Latest Odisha News

୮ ପ୍ରମୁଖ କ୍ଷେତ୍ରରେ ଉଦ୍ୟୋଗ ଉତ୍ପାଦନ ୩.୬ ପ୍ରତିଶତକୁ ହ୍ରାସ

ନୂଆଦିଲ୍ଲୀ: ଦେଶରେ ୮ଟି ମୁଖ୍ୟ କ୍ଷେତ୍ରରେ ଉତ୍ପାଦନ ହ୍ରାସ ହୋଇଛି। ମାର୍ଚ୍ଚ ମାସରେ ୮ କୋର୍ ସେକ୍ଟର(ମୁଖ୍ୟ କ୍ଷେତ୍ରରେ) ଅଭିବୃଦ୍ଧି ମାତ୍ର ୩.୬ ପ୍ରତିଶତ ରହିଛି। ଶୁକ୍ରବା ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତ ଫେବ୍ରୁଆରୀ ମାସରେ ଏହି ଅଭିବୃଦ୍ଧି ହାର ୬ ପ୍ରତିଶତ ରହିଥିଲା। ମାସକ ଭିତରେ ପ୍ରାୟ ଉତ୍ପାଦନ ଅଧା କମିଛି ବୋଲି ସରକାର ସୂଚନା ଦେଇଛନ୍ତି।

ରିପୋର୍ଟ ଅନୁସାରେ, ମାର୍ଚ୍ଚରେ ଅଶୋଧିତ ତୈଳ ଉତ୍ପାଦନ ୨.୮ ପ୍ରତିଶତକୁ ହ୍ରାସ ପାଇଥିବା ବେଳେ ବିଜୁଳି ୧.୮ ପ୍ରତିଶତ ଏବଂ ସିମେଣ୍ଟର ୦.୮ ପ୍ରତିଶତ ଉତ୍ପାଦନ ହ୍ରାସ ପାଇଛି। ତେବେ କୋଇଲା, ସାରଓ ବିଷ, ଷ୍ଟୀଲ, ପ୍ରାକୃତିକ ଗ୍ୟାସ ଓ ରିଫାଇନାରୀ ପ୍ରଡକ୍ଟ ଆଦିରେ ଉତ୍ପାଦନ ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି।

କୋଇଲା ଉତ୍ପାଦନରେ ୧୨.୩ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ସାରବିଷରେ ୯.୭ ପ୍ରତିଶତ, ଷ୍ଟୀଲରେ ୮.୮ ପ୍ରତିଶତ, ଏବଂ ରିଫାଇନାରୀ ଉତ୍ପାଦରେ ୧.୫ ପ୍ରତିଶତ ବୃଦ୍ଧି ହୋଇଥିବା ରିପୋର୍ଟରୁ ସୂଚନା ମିଳଛି।

୮ଟି ମୂଳ ଶିଳ୍ପ ଉଦ୍ୟଗ ଯଥା- ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ୍, ରିପାଇନାରୀ ଉତ୍ପାଦ, ସାରବିଷ, ଷ୍ଟୀଲ, ସିମେଣ୍ଟ, ଏବଂ ବିଜୁଳିକୁ ବୁଝାଏ। ୨୦୨୨-୨୩ ଆର୍ଥିକ ବର୍ଷରେ ମୋଟ ଅଭିବୃଦ୍ଧି ୭.୬ ପ୍ରତିଶତ ରହିଛି ବୋଲି ମନ୍ତ୍ରଣାଳୟ କହିଛି।

Leave A Reply

Your email address will not be published.