Latest Odisha News

BREAKING NEWS

କରୋନା ଅପ୍‌ଡେଟ୍; ସକ୍ରିୟ ସଂଖ୍ୟାରେ ବଡ. ହ୍ରାସ, ବଢିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: କମିଲା କରୋନା ସଂକ୍ରମଣ। ଦିନକରେ ୭,୧୭୧ କରୋନା ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ତେବେ ଆଜି ମୃତ୍ୟୁ ସଂଖ୍ୟା ବଢ଼ିଛି। ୨୪ ଘଣ୍ଟାରେ ୪୦ ଜଣଙ୍କର ଜୀବନ ନେଇଛି କରୋନା ମହାମାରୀ। ନୂଆ ସଂକ୍ରମଣ ହିସାବରେ ଦୈନିକ ସଂକ୍ରମଣ ହାର ୩.୬୯ ପ୍ରତିଶତକୁ ହ୍ରାସ ପାଇଥିବା ବେଳେ ସାପ୍ତାହିକ ସଂକ୍ରମଣ ୪.୭୨ ପ୍ରତିଶତକୁ ହ୍ରାସ ପାଇଛି।

ନୂଆ ମୃତ୍ୟୁ ସଂଖ୍ୟା ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫୩୨,୫୦୮ ହୋଇଛି। ନୂଆ ମୃତକଙ୍କ ମଧ୍ୟରୁ କେରଳର ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀରୁ ୬ ଓ ଉତ୍ତର ପ୍ରଦେଶର ୪ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଛତିଶଗଡ଼ରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ହରିଆଣା, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ତାମିଲନାଡୁରେ ଦୁଇ ଜଣେ ଲେଖାଏ ମୁତ୍ୟୁ ହୋଇଛି। ଅନ୍ୟପଟେ ଜାମ୍ମୁ-କାଶ୍ମୀର, ପଞ୍ଜାବ,ମେଘାଳୟ, ଚଣ୍ଡିଗଡ଼ରୁ ଜଣେ ଲେଖାଏ ରୋଗୀଙ୍କର ମୃତ୍ୟୁ ଘଟିଛି।

ଗତ ୨୪ ଘଣ୍ଟାରେ ଦେଶରେ ୧, ୯୪, ୧୩୪ ଟେଷ୍ଟ କରାଯାଇଥିବା ବେଳେ ମୋଟ ଟେଷ୍ଟିଂ ସଂଖ୍ୟା ୯୨.୬୪ କୋଟିରେ ପହଞ୍ଚିଛି। ଅନ୍ୟପଟେ ଆକ୍ଟିଭ୍‌ କେସ୍‌ରେ ବଡ଼ ହ୍ରାସ ଦେଖିବାକୁ ମିଳିଛି। ବର୍ତ୍ତମାନ ଚିକିତ୍ସିତ ରୋଗୀଙ୍କ ସଂକ୍ୟା ୫୧,୩୧୪ ହୋଇଥିବା ବେଳେ ଏହା ମୋଟ ସଂକ୍ରମଣରେ ୦.୧୧ ପ୍ରତିଶତ।

ସେହିପରି ଜାତୀୟ ସୁସ୍ଥ ହାରରେ ସୁଧାର ଆସି ୯୮.୭୦ ପ୍ରତିଶତ ହୋଇଥିବା ବେଳେ ମୃତ୍ୟୁ ହାର ୧.୧୮ ପ୍ରତିଶତ ହୋଇଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ମୋଟ ରୋଗୀଙ୍କ  ସଂଖ୍ୟା ୪,୪୩,୫୬,୬୯୩କୁ ବୃଦ୍ଧି ପାଇଥିବା ବେଳେ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୯୬୬୯ ଜଣ ରୋଗୀ।

Leave A Reply

Your email address will not be published.