ଦୁବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ବିରାଟ କୋହଲିଙ୍କ ଆକର୍ଷଣୀୟ ଶତକ ସହାୟତାରେ ଭାରତ ଶୋଚନୀୟ ଭାବେ ପାକିସ୍ତାନକୁ ପରାଜିତ କରିଛି । ଆଇସିସି ଟୁର୍ଣ୍ଣାମେଂଟରେ ପାକିିସ୍ତାନ ଉପରେ ଭାରତର ପ୍ରଭୂତ୍ୱ ଜାରୀ ରହିଛି । ପାକିସ୍ତାନର ଏହି ପରାଜୟକୁ ପ୍ରଶଂସକମାନେ ସହଜରେ ଗ୍ରହଣ କରିପାରି ନାହାନ୍ତି । ଆୟୋଜକ ପାକିସ୍ତାନ ପରାଜୟ ପରେ ସେମିଫାଇନାଲ ଦୌଡରୁ ବାଦ ପଡିଛି ।
ପୂର୍ବତନ କ୍ରିକେଟରଙ୍କଠାରୁ ଆରମ୍ଭ କରି ପ୍ରଶଂସକମାନେ ନିରାଶ ହୋଇ ପଡିଛନ୍ତି । କ୍ଷୁବ୍ଧ ପ୍ରଶଂସକ ରାଗରେ ଟିଭି ଭାଙ୍ଗିଦେଇଥିବା ବେଳେ ବାବର ଆଜମଙ୍କୁ ଠକ କହିଛନ୍ତି । ବିରାଟ କୋହଲିଙ୍କ ପରି ଖେଳାଳିଙ୍କୁ ବାବର ଆଜାମଙ୍କ ସହ ତୁଳନା କରି ଆମେ ମସ୍ତବଡ ଭୁଲ କରିଛୁ ବୋଲି ପ୍ରଶଂସକମାନେ କ୍ଷୋଭର ସହ କହିଛନ୍ତି । ସେ ତ ଶୁଭମନ ଗିଲଙ୍କ ସମକକ୍ଷ ନୁହନ୍ତି…ତୌବା ତୌବା ଆମେ ତାଙ୍କୁ କୋହଲିଙ୍କୁ ସହ ତୁଳନା କରୁଥିଲୁ ।
ନୈରାଶ୍ୟ ବ୍ୟକ୍ତ କଲେ ପୂର୍ବତନ କ୍ରିକେଟର: ପୂର୍ବତନ କ୍ରିକେଟ ଶୋଏବ ଅଖତାର ଓ ଶୋଏବ ମଲିକଙ୍କ ପରି ପାକିସ୍ତାନର ପୂର୍ବତନ ଖେଳାଳି ଆମେ ଦୁଃଖୀତ, ମାତ୍ର ଫଳାଫଳ କଣ ହେବ ତାହା ଆଗୁଆ ଜାଣି ନେଇଥିଲୁ । ମୋତେ ଯଦି ଏବେ ଅର୍ଥ ଦିଆଯାଏ ତେବେ ବି ଭାରତ ବିପକ୍ଷ ମ୍ୟାଚ ଦେଖିବାକୁ ବସିବିନି । ଏହା ଯନ୍ତ୍ରଣା ଦାୟକ ଓ ଏକତରଫା ବୋଲି ଶୋଏବ କହିଛନ୍ତି । ପାକିସ୍ତାନ ମହିଳା କ୍ରିକେଟ ଟିମର ଅଧିନାୟକ ସାନା ମୀର କହିଛନ୍ତି ଯେ, ଏମଏସ ଧୋନୀ ମଧ୍ୟ ଏହି ଟିମକୁ ଜିତାଇ ପାରିବେ ନାହିଁ ।
ପାକିସ୍ତାନ କ୍ରିକେଟର ପ୍ରତିଭାର ଅଭାବ ପରିଲକ୍ଷିତ ହେଉଛି ବୋଲି ଅଖତାର କହିଛନ୍ତି । ବାବରଙ୍କୁ କୋହଲିଙ୍କ ସହ, ଇମାମ ଉଲ ହକଙ୍କୁ ରୋହିତ ଶର୍ମାଙ୍କ ସହ ଓ ଖୁସଦୀଲ ଶାହଙ୍କୁ ଆମେ ଶ୍ରେୟାଶ ଆୟାରଙ୍କ ସହ ତୁଳନା କରିପାରିବା କି ବୋଲି ସେ ପ୍ରଶ୍ନ କରିଛନ୍ତି । ସୁନୀଲ ଗାଭାସ୍କର କହିଛନ୍ତି ପାକିସ୍ତାନର ବର୍ତମାନ ଟିମ ଭାରତର ବି ଦଳକୁ ମଧ୍ୟ ହରାଇ ପାରିବେନି । ଅନେକ ପୂର୍ବତନ କ୍ରିକେଟର ସମ୍ପୂର୍ଣ୍ଣ ପାକିସ୍ତାନ ଟିମକୁ ସର୍ଜରୀ କରାଯାଉ ବୋଲି କହିଛନ୍ତି ।
ଆତଙ୍କବାଦୀ ଆକ୍ରମଣ ଧମକ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ଆତଙ୍କବାଦୀ ଆକ୍ରମଣ କରିବେ ବୋଲି ଧମକ ଦେଇଛନ୍ତି । ପାକିସ୍ତାନ ଗୋଇନ୍ଦା ସଂସ୍ଥା ଏ ସମ୍ପର୍କରେ ଆଲର୍ଟ ଜାରୀ କରିବା ପରେ କ୍ରିକେଟର ଏବଂ ପ୍ରଶଂସକଙ୍କ ମନରେ ଭୟ ସୃଷ୍ଟି ହୋଇଛି । ତେହେରିକ ଇ ତାଲିବାନ, ଆଇଏସଆଇଏସ ଓ ବେଲୋଚିସ୍ତାନର କେତେକ ଗ୍ରୁପ ଏହି ଧମକ ଦେଇଛନ୍ତି । ପାକିସ୍ତାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଅନ୍ୟ ଏକ ରିପୋର୍ଟ ଅନୁସାରେ ବିଦେଶୀ ଖେଳାଳିଙ୍କୁ ଅପହରଣ କରିବା ଧମକ ମଧ୍ୟ ମିଳିଛି ।
ସୂଚନାଯୋଗ୍ୟ, ସୁରକ୍ଷା ଦୃଷ୍ଟିକୋଣରୁ ଭାରତ ତାର ସମସ୍ତ ମ୍ୟାଚ ପାକିସ୍ତାନ ବଦଳରେ ଦୁବାଇରେ ଖେଳିବ ବୋଲି ନିଷ୍ପତି ନେଇଛି । ୨୦୦୯ରେ ଶ୍ରୀଲଙ୍କା କ୍ରିକେଟରଙ୍କ ଉପରେ ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏହି ଘଟଣା ସେ ସମୟରେ ବିଶ୍ୱ କ୍ରିକେଟକୁ ସ୍ତବ୍ଧ କରି ଦେଇଥିଲା ।
Comments are closed.