Latest Odisha News

BREAKING NEWS

କାହିଁକି ଚର୍ଚ୍ଚାରେ ପୋପ୍?

ନୂଆଦିଲ୍ଲୀ: କିଏ ଏହି ପୋପ୍ ? କାହିଁକି ଏବେ ଏହାଙ୍କୁ ନେଇ ସାରା ବିଶ୍ବରେ ଚର୍ଚ୍ଚା? ଆଉ ସବୁଠୁ ବଡ ପ୍ରଶ୍ନ କ’ଣ ଏହି କଳା ଧୂଆ….ଧଳା ଧୂଆଁ, ଯାହା ପୋପ୍ ଚୟନର ଏକ ବଡ ଅଂଶ ।

ପୋପ୍ ହେଉଛନ୍ତି ବିଶ୍ବର ସବୁଠୁ ବଡ ଖ୍ରୀଷ୍ଟିଆନ୍ ଚର୍ଚ୍ଚ ରୋମାନ କାଥୋଲିକ୍ ଚର୍ଚ୍ଚର ମୁଖ୍ୟ । ଏଥିସହିତ ଭାଟିକାନ୍ ସିଟି ଏବଂ ହୋଲି ସିର ମଧ୍ୟ ମୁଖ୍ୟ ପ୍ରଶାସକ ।  ଯାହା ରୋମରେ ଅବସ୍ଥିତ । ଆଉ ବର୍ତ୍ତମାନ ପୋପ୍ ଭାବରେ କାର୍ଯ୍ୟ କରୁଛନ୍ତି ୮୮ ବର୍ଷୀୟ ପୋପ୍ ଫ୍ରାନ୍ସିସ୍ । ୨୦୧୩ରେ ପୋପ୍ ବେନେଡିକ୍ଟ XIV ଇସ୍ତଫା ଦେବା ପରେ, ରୋମାନ କାଥୋଲିକ୍ ଚର୍ଚ୍ଚର ନୂଆ ପୋପ୍ ଭାବରେ ନିଯୁକ୍ତ ହୋଇଥିଲେ, ପୋପ୍ ଫ୍ରାନ୍ସିସ୍ । ହେଲଷ ଏବେ ସିଏଲ ମେଡିାଲରେ ଭର୍ତ୍ତି ହୋଇଛନ୍ତି ।  ନିମୋନିଆରେ ପୀଡିତ ଥିବା କାରଣରୁ ତାଙ୍କୁ ନିଶ୍ବାସପ୍ରଶ୍ବାସ ନେବାରେ କଷ୍ଟ ହେଉଛି ।  କୁହାଯାଉଛି, ଏଥିପାଇଁ ସେ ପଦରୁ ଇସ୍ତଫା ନେଇପାରନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା କିଏ ବନିବେ ପରବର୍ତ୍ତୀ ପୋପ୍ ?

ତେବେ ସାଧାରଣତଃ ଜଣେ ପୋପ୍ ଜୀବନସାରା ହିଁ ପୋପ୍ ଭାବରେ କାର୍ଯ୍ୟ କରିଥାନ୍ତି । ତାଙ୍କର ମୃତ୍ୟୁ କିମ୍ବା ଜରୁରୀକାଳୀନ ସ୍ଥିତିରେ ତାଙ୍କର ଇସ୍ତଫା ପରେ ହିଁ, ଅନ୍ୟ ଜଣେ ନୂଆ ପୋପ୍ ପାଇଁ ନିର୍ବାଚନ ହୋଇଥାଏ । ଶେଷ ଥର ପାଇଁ ୨୦୧୩ରେ  ପୋପ୍ ବେନେଡିକ୍ଟ ଇସ୍ତଫା ଦେିଥିଲେ । ଯାହା ପାଖାପାଖି ଗତ ୬୦୦ ବର୍ଷରେ କୌଣସି ପୋପଙ୍କ ପ୍ରଥମ ଇସ୍ତଫା ଥିଲା ।

କେମିତି ବଛାଯାଆନ୍ତି ପୋପ୍?

ପୋପ୍ ବଛାଯିବ ଯିବା ପାଇଁ କିଛି ନିର୍ଦ୍ଦିଷ୍ଟ ବୟସ କିମ୍ବା ଶିକ୍ଷାଗତ ଯୋଗ୍ୟତା ନାହିଁ । କେବଳ ସେ ପୁରୁଷ ହୋଇଥିବା ଦରକାର । କାଥୋଲିକ୍ ପରମ୍ପରା ଅନୁଯାୟୀ, ନୂଆ ପୋପ ନିର୍ବାଚିତ ହୋଇଥାନ୍ତି । ନିର୍ବାଚନ ପାଇଁ ପାଇଁ ଏକ ପପେଲ କନକ୍ଲେଭ ଆୟୋଜିତ ହୁଏ । ଏଥିରେ କାଥୋଲିକ୍ ଚର୍ଚ୍ଚର ସର୍ବୋଚ୍ଚ ରାଙ୍କର ପାଦରୀ ତଥା କାର୍ଡିନାଲ୍ସ ପୋପଙ୍କୁ ଚୟନ କରନ୍ତି । ଏହି କାର୍ଡିନାଲ୍ସଙ୍କୁ ନିଜେ ପୋପ୍ ହିଁ ଚୟନ କରିଥାନ୍ତି । କାର୍ଡିନାଲ୍ସ ପୋପଙ୍କୁ ବାଛିବା ପାଇଁ ବୈଠକ ଡକାନ୍ତି । ଏଥିପାଇଁ ଭୋଟ୍ ଭାଟିକାନ୍ ସିଟିର ସିଷ୍ଟିନ୍ ଚାପେଲରେ ଅନୁଷ୍ଠିତ ହୋଇଥାଏ । ଯେଉଁଠି ୧୨୦ କାର୍ଡିନାଲ୍ସ ଏକାଠି ହୋଇଥାନ୍ତି ।  ଏଥିରେ ୮୦ ବର୍ଷରୁ କମ୍ ବୟସର କାର୍ଡିନାଲ୍ ମାନଙ୍କର ଭୋଟ୍ ଦେବାର ଅଧିକାର ରହିଛି । ଭୋଟ ଗ୍ରହଣ ଏବଂ ବୈଠକର ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଗୁପ୍ତ ରଖାଯାଇଥାଏ । ଏହି ସମୟରେ କାର୍ଡିନାଲ୍ସଙ୍କୁ ବି ବାହାର ଦୁନିଆ ସହ ସଂପର୍କ ରଖିବାକୁ ସଂପୂର୍ଣ୍ଣ ବାରଣ କରାଯାଏ ।  ଏମିତିକି ଭୋଟ ଗ୍ରହଣ ପରଠାରୁ ନୂଆ ପୋପ୍ ଘୋଷଣା ପର୍ଯ୍ୟନ୍ତ, କାର୍ଡିନାଲ୍ସ ମାଡ଼ଙ୍କୁ ବନ୍ଦୀ କରି ରଖାଯାଏ ।

କ’ଣ ଏହି କଳା ଧୂଆଁ…ଧଳା ଧୂଆଁ?

କଳା ଧୂଆଁ ଏବଂ ଧଳା ଧୂଆ ହେଉଛି ପୋପ୍ ଚୟନର ସଙ୍କେତ । ପ୍ରଥମେ ନୂଆ ପୋପ୍ ଘୋଷଣା ପାଇଁ ୩ ଜଣ କାର୍ଡିନାଲ୍ସଙ୍କୁ ଚୟନ କରାଯାଏ  । ଏହି କାର୍ଡିନାଲ୍ସ ମାନେ ସବୁ ବାଲାଟର ଫଳାଫଳକୁ ଉଚ୍ଚ ସ୍ବରରେ ପଢନ୍ତି । ଯଦି କୋୗଣସି ବି ପ୍ରାର୍ଥୀଙ୍କୁ ଦୁଇ ତୃତୀୟାଂଶ ଭୋଟ ନମିଳିଥାଏ, ସେତେବେଳେ ଉକ୍ତ ବାଲାଟଗୁଡିକୁ, ଏକ ଷ୍ଟୋଭ୍ ମାଧ୍ୟମରେ ଜଳାଯାଏ । ବାଲାଟକୁ ଜଲାଇବା ପାଇଁ ଯେଉଁ ରାସାୟନିକ ପଦାର୍ଥ ବ୍ୟବହାର କରାଯାଏ, ସେଥିରୁ କଳା ଧୂଆଁ ବାହାରେ । ଏହାର ଅର୍ଥ କେହି ବି ପୋପ୍ ଭାବେ ନିର୍ବାଚିତ ହୋଇନାହାନ୍ତି । ଏହାର ଠିକ ଅପରପକ୍ଷେ ଯେତେବେଳେ ବାଲାଟର ଫଳାଫଳ ଅନୁଯାୟୀ, ଜଣେ କେହି ବ୍ୟକ୍ତି ଦୁଇ ତୃତୀୟାଂଶ ଭୋଟ ପାଇଯାଇଛି, ସେତେବେଳେ କଲେଜ ଅଫ୍ କାର୍ଡିନାଲ୍ସଙ୍କ ଡିନଙ୍କୁ ଉକ୍ତ ବ୍ୟକ୍ତି ସ୍ବୀକାର କି ନାହିଁ ପଚରାଯାଏ । ଯଦି ସେ ହଁ ଭରନ୍ତି, ତାହା ହେଲେ ଫଳାଫଳ ବାଲେଟକୁ ଅନ୍ୟ ଏକ ରାସାୟନିକ ପଦାର୍ଥ ଦ୍ବାରା ଜଳା ଯାଏ, ଯାହା ମଧ୍ୟରୁ ଧଳା ଧୂଆ ବାହାରେ । ଯେଉଁଥିରୁ ବାହାର ଦୁନିଆକୁ ଏହା ଅବଗତ କରାଯାଏ କି ନୂଆ ପୋପ୍ ମିଳିସାରିଛନ୍ତି ।

Comments are closed.