Latest Odisha News

BREAKING NEWS

ଶରତ ପଟ୍ଟନାୟକୁ କାଳି ମାଡ, କଂଗ୍ରେସ ଭବନରେ ପସି କାଳି ମାଡ କଲେ ଅସନ୍ତୁଷ୍ଟ ଗୋଷ୍ଠୀ

ଭୁବନେଶ୍ବର: କଂଗ୍ରେସର ପିସିସି ସଭାପତି ଶରତ ପଟ୍ଟନାୟଙ୍କୁ କାଳି ମାଡ । କଂଗ୍ରେସ ଭବନରେ ନିଜ ପ୍ରକୋଷ୍ଠରେ ବସିଥିବା ସମୟରେ କିଛି ଅସନ୍ତୁଷ୍ଟ ଗୋଷ୍ଠୀ ଭିତରକୁ ପସି ତାଙ୍କ ଉପରକୁ କାଳି ମାଡ କରିଥିଲେ । ହେଲେ କାଲି ମାଡ କରିଥିବା ବ୍ୟକ୍ତମାନେ କିଏ ଏବଂ ସେମାନେ କେଉଁ କାରଣରୁ ଅସନ୍ତୁଷ୍ଟ ଥିଲେ ତାହା ଅସ୍ପଷ୍ଟ ।

ଆଜି ଦେଶ ସାରା ନେଟ୍ ଓ ନିଟ୍ ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଜାରି ରହିଛି । ଶୁକ୍ରବାର ସକାଳେ ଏନେଇ କିଛି ବରିଷ୍ଠ ବ୍ୟକ୍ତିଙ୍କ ସହ ମାଷ୍ଟର କ୍ୟାଣ୍ଟିନ ସ୍ଥିତ କଂଗ୍ରେସ ଭବନରେ ନିଜ କାର୍ଯ୍ୟାଳୟରେ ବସି ଆଲୋଚନା କରୁଥିଲେ ଓଡିଶା ପ୍ରଦେଶ କଂଗ୍ରେସ କିମିଟି ସଭାପତି ଶରତ ପଟ୍ଟନାୟକ । ହଠାତ୍ ମୁହଁରେ କପଡା ବାନ୍ଧିଥିବା ୨ ଜଣ ଦୁର୍ବୃତ୍ତ ତାଙ୍କ ପ୍ରକୋଷ୍ଠ ଭିତରକୁ ପସି ତାଙ୍କ ଉପରେ କାଳି ମାଡ କରିଥିଲେ ।

ଅପରପକ୍ଷରେ ଚଳିତ ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିନାହିଁ  । ଆହୁରି ମଧ୍ୟ ଜିରୋ ଟଲରାନ୍ସ ନୀତି ଲାଗୁ କରି ବିଭିନ୍ନ ବରିଷ୍ଠ ନେତାକୁ ଦଳରୁ ବାହାର କରାଯାଇଛି  । ଯାହାକୁ  ନେଇ ଦଳୀୟ ଅସନ୍ତୋଷ ଭରିରହିଛି । ଏବେ ଏହି ଅସନ୍ତୋଷ ଧିରେ ଧିରେ ଫିଟିବାକୁ ଆରମ୍ଭ କଲାଣି । ଯେଉଁ ଯେଉଁମାନଙ୍କ ଉପରେ ଦଳୀୟ କାର୍ଯ୍ୟନୁଷ୍ଠାନ ନିଆଯାଇଛି, ଯେଉଁମାନଙ୍କର ଦଳ ପ୍ରତି ଅସନ୍ତୋଷ ରହିଛି, ସେମାନଙ୍କ ଭିତରୁ ହିଁ ଏହି ଯୁବକ ଦୁଇଜଣ  ଆସି  କାଳି ମାଡ କରିଥିବା ଅନୁମାନ କରାଯାଉଥିଲେ ମଧ୍ୟ ସେମାନେ କାହିଁକି ଓ କେଉଁ କାରଣରୁ ଏଭଳି କାଣ୍ଡ କରିଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

Comments are closed.