Latest Odisha News

୯ଟା ୫୧ରେ ଖୋଲିବ ଭିତର ରତ୍ନଭଣ୍ଡାର, ଉପସ୍ଥିତ ରହିବେ ଗଜପତି ମହାରାଜା !

ପୁରୀ: ଆଜି ଖୋଲିବ ଭିତର ରତ୍ନ ଭଣ୍ଡାର। ଏନେଇ ମାହେନ୍ଦ୍ର ବେଳା ସ୍ଥିର ହୋଇଛି। ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଏନେଇ ସୂଚନା ଦେଇଛନ୍ତି। ସକାଳ ୯ଟା ୫୧ରେ ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ ସମୟ ଧାର୍ଯ୍ୟ ହୋଇଛି ଜଷ୍ଟିସ ରଥ କହିଛନ୍ତି।

ସେ ଆହୁରି କହିଛନ୍ତି, ଭିତର ଭଣ୍ଡାରର ଅଳଙ୍କାର ସ୍ଥାନାନ୍ତର ପାଇଁ ଆଜି ଉଦ୍ୟମ କରିବୁ। ଶୁଭବେଳା ୯ଟା ୫୧ରେ ଭିତର ଭଣ୍ଡାରକୁ ଯିବୁ। ଏହି ସମୟରେ ପୁରୀ ରାଜା ଗଜପତି ମହାରାଜ ମଧ୍ୟ ଆସିପାରନ୍ତି। ଭିତର ଭଣ୍ଡାରର ସ୍ଥାନାନ୍ତର ପ୍ରକ୍ରିୟା ବେଳେ ଗଜପତି ରହିପାରନ୍ତି ବୋଲି ଜଷ୍‌ଟିସ ରଥ କହିଛନ୍ତି।

ଅନ୍ୟପଟେ ଶ୍ରୀମନ୍ଦିରରେ ପହଞ୍ଚିଲେଣି ଟେକନିକାଲ୍ ଟିମ୍ । ଅଗ୍ନିଶମ, ଓଡ୍ରାଫ୍, ସ୍ନେକ୍ ହେଲପ୍ ଲାଇନ୍ ଟିମ୍ ପହଞ୍ଚିଲେଣି । ଶୁଭ ସମୟ ସକାଳ ୯ଟା ୫୧ରୁ ଦିନ ୧୨ଟା ୧୫ । ୧୧ ଜଣିଆ ଅଧିକୃତ ଟିମ୍ ରତ୍ନଭଣ୍ଡାର ଖୋଲିବେ। ଗତ ରବିବାର ବାହାର ରତ୍ନଭଣ୍ଡାର ଖୋଲି ସ୍ବର୍ଣ୍ଣ ଓ ରୌପ୍ୟ ଅଳଙ୍କାର ଗୁଡ଼ିକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର ହୋଇଥିବା ବେଳେ, ଆଜି ଭିତର ଭଣ୍ଡାରର ପାଳି। ଶ୍ରୀମନ୍ଦିର ଭିତରକୁ ଗଲେ ୧୧ ଜଣିଆ ଅଧିକୃତ ଟିମ୍। ରଥାରୁଢ଼ ଠାକୁରଙ୍କୁ ଦର୍ଶନ କରି ଭିତରକୁ ଗଲେ ଟିମ୍।

Comments are closed.