ନୂଆଦିଲ୍ଲୀ: ଜମିବ ଟି-୨୦ ବିଶ୍ୱକପ୍। ବଡ ପରଦାରେ ଦେଖିବାକୁ ମିଳିବ କ୍ରିକେଟ୍ ମ୍ୟାଚ। ଦେଶର ଅଗ୍ରଣୀ ମଲ୍ଟିପ୍ଲେକ୍ସ କମ୍ପାନୀ INOX ସିନେମା ହଲରେ ଦେଖିବାକୁ ମିଳିବ ଫଟାଫଟ କ୍ରିକେଟ୍। ସାରା ଦେଶରେ ଏହି ସିନେମା ହଲରେ ଆଗାମୀ ଆଇସିସି ଟି -୨୦ ବିଶ୍ୱକପ୍ ଭାରତ ଦ୍ୱାରା ଖେଳାଯିବାକୁ ଥିବା ସମସ୍ତ ମ୍ୟାଚ୍ ଲାଇଭ୍ ସ୍କ୍ରିନ୍ ପ୍ରଦର୍ଶିତ ହେବ।
ଏହି ପରିପ୍ରେକ୍ଷୀରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି ବୋଲି ଆଇନକ୍ସ (INOX) ଏକ ବିବୃତ୍ତି ଜାରି କରି କହିଛି। ଆଇନକ୍ସ ଟିମ୍ ଇଣ୍ଡିଆ ଦ୍ୱାରା ଖେଳାଯିବାକୁ ଥିବା ସମସ୍ତ ମ୍ୟାଚ୍ ପ୍ରଦର୍ଶନ କରିବ। ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍ ଠାରୁ ଆରମ୍ଭ କରି ସେମିଫାଇନାଲ୍ ଏବଂ ଫାଇନାଲ୍ ମ୍ୟାଚ୍ ବଡ ପରଦାରେ ପ୍ରଦର୍ଶିତ ହେବ। ଏଥିରେ କୁହାଯାଇଛି ଯେ ୨୫ରୁ ଅଧିକ ସହରରେ ଆଇନକ୍ସ ମଲ୍ଟିପ୍ଲେକ୍ସରେ ଲାଇଭ୍ ମ୍ୟାଚ୍ ସ୍କ୍ରିନ କରାଯିବ।
ଆଇସିସି ପୁରୁଷ ଟି-୨୦ ବିଶ୍ୱକପର ଅଷ୍ଟମ ସଂସ୍କରଣ ଅକ୍ଟୋବର ୧୬ରୁ ଆରମ୍ଭ ହେବ ଏବଂ ସୁପର ୧୨ ପର୍ଯ୍ୟାୟ ଅକ୍ଟୋବର ୨୨ରେ ଆରମ୍ଭ ହେବ। ଫାଇନାଲ ନଭେମ୍ବର ୧୩ରେ ମେଲବୋର୍ଣ୍ଣରେ ହେବ ବୋଲି ଧାର୍ଯ୍ୟ ହୋଇଛି।
ଆଇନକ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆନନ୍ଦ ବିଶାଲ କହିଛନ୍ତି, ସିନେମାରେ କ୍ରିକେଟ୍ ସ୍କ୍ରିନିଂ କରି ଆମେ ଆମ ଦେଶର ସବୁଠାରୁ ପ୍ରିୟ ଖେଳ, ଅର୍ଥାତ୍ କ୍ରିକେଟ୍ ସହିତ ବଡ ସ୍କ୍ରିନ ଅଭିଜ୍ଞତା ନେବାକୁ ପ୍ରୟାସ କରୁଛୁ।
ଏବେ ଲୋକମାନେ ସାଧାରତଃ ଟିଭି ନହେଲେ ହଟଷ୍ଟାର, ଜିଓ ଟିଭିରେ କ୍ରିକେଟ ମ୍ୟାଚର ମଜା ନେଉଛନ୍ତି। ସେହିପରି କିଛି କିଛି ସ୍ଥାନରେ ବଡ ବଡ ପ୍ରୋଜେକ୍ଟର ଜରିଆରେ ଲୋକେ ଏକାଠି ହୋଇ ମ୍ୟାଚ ଦେଖନ୍ତି। ଏବେ କିନ୍ତୁ ଶୀତ ତାପ ନିୟନ୍ତ୍ରିତ ହଲ ଭିତରେ କ୍ରିକେଟ ମ୍ୟାଚର ମଜା ଦେବ ଆଇନକ୍ସ।
ଉଲ୍ଲେଖଯୋଗ୍ୟ, ଆଇନକ୍ସର ଦେଶରେ ୭୪ଟି ସହରରେ ୧୬୫ ମଲ୍ଟିପ୍ଲେକ୍ସ, ୭୦୫ ସ୍କ୍ରିନ ରହିଛି। ସମଗ୍ର ଭାରତରେ ୧.୫୭ ଲକ୍ଷ ସିଟ୍ ଏହି ସିନେମା ହଲ ପାଖରେ ରହିଛି। ଅର୍ଥାତ ସାରା ଦେଶରେ ୧.୫୭ ଲକ୍ଷ ଲୋକଙ୍କୁ ବସାଇ ଫିଲ୍ନ ଦେଖାଇ ପାରିବ ଆଇନକ୍ସ ।
Comments are closed.