ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ନୌସେନା । ସେନାରେ ସାମିଲ ହେବାକୁ ଯାଉଛି ପ୍ରଥମ ସ୍ୱଦେଶୀ ଆଣ୍ଟି-ସବମରିନ୍ ଓ୍ବାରଫେୟାର ସାଲୋ ଓ୍ବାଟର କ୍ରାଫ୍ଟ । ଏହାକୁ ଜୁନ୍ ୧୮ ତାରିଖରେ ବିଶାଖାପାଟନମ୍ ର ନୌସେନା ଡାକୟାର୍ଡରୁ ପାଣିରେ ଓହ୍ଲାଯିବ । ଏହାର ନାମ INS ଅର୍ନାଲା ରଖାଯାଇଛି । ମୋଟ ୧୬ଟି ଏପରି ଯୁଦ୍ଧଜାହାଜ ନିର୍ମାଣ ହେବାକୁ ଯାଉଛି, ଯେଉଁଥିରୁ ଅର୍ନାଲା ପ୍ରଥମ । ଏଗୁଡ଼ିକ କୋଲକାତାର ଗାର୍ଡେନରିଚ୍ ସିପ୍ବିଲ୍ଡର୍ସ ଦ୍ୱାରା ଏଲ ଆଣ୍ଡ ଟି ସିପ୍ବିଲ୍ଡର୍ସଙ୍କ ସହଯୋଗରେ ପବ୍ଲିକ୍ ପ୍ରାଇଭେଟ୍ ପାର୍ଟନରସିପ୍ ଅଧୀନରେ ନିର୍ମାଣ କରାଯାଉଛି ।
ଭାରତୀୟ ନୌସେନା ପୂର୍ବରୁ ଚଳିତ ମେ ୮ରେ ଅର୍ନାଲାର ଡେଲିଭରି ଗ୍ରହଣ କରିସାରିଛି । ଆସନ୍ତୁ ଜାଣିବା ଏହି ସବମରିନ ଶିକାରୀ ଅର୍ନାଲା କେତେ ଶକ୍ତିଶାଳୀ ଏବଂ କେତେ ଦେଶ ପାଖରେ ଏପରି ଆଣ୍ଟି-ସବମରିନ ଅଛି? ଏହା କିପରି କାମ କରେ?
ଏହି ଜାହାଜ ଆତ୍ମନିର୍ଭରଶୀଳ ଭାରତର ଏକ ଉଦାହରଣ..
ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଅର୍ନାଲା ଆତ୍ମନିର୍ଭରଶୀଳ ଭାରତର ଏକ ଉଦାହରଣ । ଏହି ଯୁଦ୍ଧଜାହାଜ ସ୍ୱଦେଶୀ, କାରଣ ଏହାର ୮୦ ପ୍ରତିଶତରୁ ଅଧିକ ଅଂଶ ବଭାରତରେ ହିଁ ତିଆରି । ଜାହାଜରେ ଥିବା ଅଧିକାଂଶ ସିଷ୍ଟମ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍, ଏଲ ଆଣ୍ଡ ଟି, ମହିନ୍ଦ୍ରା ଡିଫେନ୍ସ ଏବଂ ଏମଇଆଇଏଲ ଭଳି ଭାରତୀୟ ପ୍ରତିରକ୍ଷା କ୍ଷେତ୍ର କମ୍ପାନୀଗୁଡ଼ିକ ଦ୍ୱାରା ସ୍ଥାପିତ ହୋଇଛି । ଏହି ଜାହାଜର ବିକାଶରେ ୫୫ଟି ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଯୋଗଦାନ ଦେଇଛନ୍ତି । INS ଅର୍ନାଲା ୭୭ ମିଟର ଲମ୍ବା ଏବଂ ଏହାର ମୋଟ ଓଜନ ୧୪୯୦ ଟନ୍ । ଏଥିରେ ଡିଜେଲ ଇଞ୍ଜିନ ୱାଟରଜେଟ୍ ସିଷ୍ଟମ ସହିତ ସଜ୍ଜିତ କରାଯାଇଛି ।
ମହାରାଷ୍ଟ୍ରର ଏକ ଦୁର୍ଗ ନାମରେ ନାମିତ ହୋଇଛି ଏହି ଆଣ୍ଟି-ସବମରିନ
ଭାରତୀୟ ନୌସେନା ଏହି ଯୁଦ୍ଧଜାହାଜକୁ ସବମରିନ ବିରୋଧରେ ଯେକୌଣସି ଅପରେସନରେ ଏହି ନିୟୋଜିତ କରିପାରିବ । ଏହା ବ୍ୟତୀତ, ଏହାକୁ ଉପ-ପୃଷ୍ଠ ନିରୀକ୍ଷଣ, ସନ୍ଧାନ, ରିଲିଫ୍ ଏବଂ ଉଦ୍ଧାର ସହିତ କମ୍-ତୀବ୍ରତା ସାମୁଦ୍ରିକ କାର୍ଯ୍ୟରେ ମଧ୍ୟ ବ୍ୟବହାର କରାଯାଇପାରିବ । ଏହି ଯୁଦ୍ଧଜାହାଜର ନାମକରଣ ମହାରାଷ୍ଟ୍ରର ବସଇରେ ଅବସ୍ଥିତ ଐତିହାସିକ ଅର୍ନାଲା ଦୁର୍ଗ ଅନୁସାରେ କରାଯାଇଛି । ଏହି ଦୁର୍ଗଟି ୧୭୩୭ ମସିହାରେ ମରାଠାମାନଙ୍କ ଦ୍ୱାରା ନିର୍ମିତ ହୋଇଥିଲା ଏବଂ ଏହା ବୈତରଣା ନଦୀକୁ ମୁହଁ କରି ରଣନୈତିକ ଭାବରେ ନିର୍ମିତ ହୋଇଥିଲା ।
INS ଅର୍ନାଲାର ଶୀର୍ଷରେ ନୀଳ ପୃଷ୍ଠଭୂମିରେ ଏକ ଷ୍ଟାଇଲାଇଜ୍ଡ ଅଗର ସେଲ ଚିତ୍ରିତ ହୋଇଛି । ଏହି ଶଙ୍ଖ ଆକୃତିର ପ୍ରତୀକ ପ୍ରକୃତରେ ଜୀବନଶକ୍ତି, ସତର୍କତା ଏବଂ ଉତ୍କର୍ଷତାକୁ ପ୍ରତିନିଧିତ୍ୱ କରେ । ଏହା ଦର୍ଶାଉଛି ଯେ ଜାହାଜଟି ଜଟିଳ, ଚ୍ୟାଲେଞ୍ଜିଂ ଏବଂ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସ୍ଥାୟୀ ଏବଂ ସଠିକ୍ କାର୍ଯ୍ୟ କରିବାକୁ ସକ୍ଷମ । ଏହି କ୍ରେଷ୍ଟ ତଳେ ଯୁଦ୍ଧଜାହାରର ମୂଳମନ୍ତ୍ର ଲେଖାଯାଇଛି । ଦେବନାଗରୀରେ ଲିଖିତ “ଅର୍ଣ୍ଣବେ ଶୌର୍ଯ୍ୟମ୍” ଏହି ଜାହାଜର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ।
ଏହି ଦୂରତା ପର୍ଯ୍ୟନ୍ତ ରଖିପାରିବ ନଜର
ଆଣ୍ଟି-ସବମେରିନ୍ ୱାରଫେୟାର ସାଲୋ ୱାଟର କ୍ରାଫ୍ଟ ଅର୍ନାଲାର ସବୁଠାରୁ ବଡ଼ ବୈଶିଷ୍ଟ୍ୟ ହେଉଛି ଯେ ଏହା ଉପକୂଳରୁ ୧୦୦ ରୁ ୧୫୦ ନଟିକାଲ୍ ମାଇଲ୍ ଦୂରରେ ମଧ୍ୟ ଶତ୍ରୁ ସବମେରିନ୍ ଚିହ୍ନଟ କରିପାରିବ । ସବମରିନଗୁଡ଼ିକୁ ପ୍ରତିରକ୍ଷା ଏବଂ ଆକ୍ରମଣାତ୍ମକ ଉଭୟ କାର୍ଯ୍ୟ ପାଇଁ ବ୍ୟବହୃତ ହୁଏ । ଏହା ୩୦-୪୦ ମିଟର ଗଭୀରତା ବିଶିଷ୍ଟ ଅଞ୍ଚଳରେ ସହଜରେ କାର୍ଯ୍ୟ କରିପାରିବ । ଏପରି ପରିସ୍ଥିତିରେ, ଯଦି ଶତ୍ରୁ ପକ୍ଷର ସବମରିନଗୁଡ଼ିକ ଉପକୂଳ ନିକଟରେ କୌଣସି ଭାରତୀୟ ଯୁଦ୍ଧଜାହାଜକୁ ଟାର୍ଗେଟ କରିବାକୁ ଚେଷ୍ଟା କରନ୍ତି, ତେବେ ଅର୍ନାଲା ସେମାନଙ୍କୁ ଚିହ୍ନଟ କରି ଧ୍ୱଂସ କରିବ ।
ଏକାଥରକେ ୩୩୦୦ କିଲୋମିଟର ଦୂରତା ଅତିକ୍ରମ କରିବାର ସକ୍ଷମ
ଏହା ଅର୍ନାଲା ଯୁଦ୍ଧଜାହାଜ ନୌସେନା ବନ୍ଦରରୁ ବଡ଼ ଯୁଦ୍ଧଜାହାଜ ଯିବା ପାଇଁ ପଥ ସଫା କରେ । ଏହି ଯୁଦ୍ଧଜାହାଜରେ ସବମେରିନ୍-ବିରୋଧୀ ରକେଟ୍ ଲଞ୍ଚର୍, ହାଲୁକା ଟର୍ପେଡୋ, ୩୦ ଏମଏମ ବନ୍ଧୁକ, ASW ଯୁଦ୍ଧ ସୁଟ୍, ହଲ୍ ମାଉଣ୍ଟେଡ୍ ସୋନାର୍ ଏବଂ କମ୍ ଫ୍ରିକ୍ୱେନ୍ସି ପରିବର୍ତ୍ତନଶୀଳ ଗଭୀରତା ସୋନାର୍ ସଜ୍ଜିତ । ଏହି ଅର୍ନାଲା ଯୁଦ୍ଧଜାହାଜ ଘଣ୍ଟା ପ୍ରତି ୨୫ ନଟିକାଲ ମାଇଲ ବେଗରେ ଗତି କରିପାରିବ । ଏହା ବ୍ୟତୀତ, ସମୁଦ୍ର ଭିତରକୁ ଯିବା ପରେ, ଏହା ଥରକେ ୩୩୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ ।
Comments are closed.