ନୂଆଦିଲ୍ଲୀ: ଭାରତର ପ୍ରଥମ ଯୁଦ୍ଧ ଜାହାଜ ଆଇଏନଏସ ବିକ୍ରାନ୍ତରେ ଲାଗିଥିବା ପାରମ୍ପାରିକ ଘଂଟି ପୁନର୍ବାର ନୌସେନାକୁ ହସ୍ତାନ୍ତର କରାଯାଇଛି । ୧୯୬୧ରୁ ଏହି ଘଂଟି ୩୬ ବର୍ଷ ଧରି ନୌସେନାର ଅଂଶବିଶେଷ ଥିଲା । ଏବେ ଏହାକୁ ମେଡ ଇନ ଇଣ୍ଡିଆ ଏୟାରକ୍ରାଫ୍ଟ କ୍ୟାରିୟରକୁ ଫେରାଇ ଦିଆଯାଇଛି । ୧୯୬୧ରେ ବ୍ରିଟିଶ ସମୟର ବିମାନ ବାହକ ଏଚଏମଏସ ହରକ୍ୟୁଲେସକୁ ଭାରତ କିଣିଥିଲା । ଏହାକୁ ଭାରତୀୟ ନାମ ଦେବା ପରେ ଏଥିରେ ଏହି ଘଂଟି ରହିଥିଲା । ୧୯୯୭ ପର୍ଯ୍ୟନ୍ତ ଏହା ଆଇଏନଏସ ବିକ୍ରାନ୍ତରେ ଲଗା ଯାଇଥିଲା । ପରେ ଏହି ଘଂଟିକୁ ହଟେଇ ଦିଆଯାଇ ନୌସେନାର ଭାଇସ ଚିଫଙ୍କ ଘରେ ରଖାଯାଇଥିଲା । ଏବେ ନିକଟରେ ଅବସରପ୍ରାପ୍ତ ଭାଇସ ଆଡମିରାଲ ଏସଏନ ଘୋରମାଣ୍ଡେ ଏହି ଘଂଟିକୁ ଫେରାଇ ଦେଇଛନ୍ତି ।
ଏହା ଦ୍ୱାରା ଆମ ସୈନିକମାନଙ୍କୁ ଭାରତୀୟ ନୌସେନା ଏହାର ଇତିହାସ ସମ୍ପର୍କରେ ଧାରଣା ହେବ । ଏହା ସେମାନଙ୍କୁ ପ୍ରେରଣା ଓ ଉତ୍ସାହ ଯୋଗାଇବ ବୋଲି ସେ କହିଛନ୍ତି । ୧୯୭୧ ପାକିସ୍ତାନର କରାଚୀ ବନ୍ଦରକୁ ଅଚଳ କରିବାରେ ଏହି ଯୁଦ୍ଧ ଜାହଜର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ଗତ ବର୍ଷ ସେପ୍ଟମ୍ବର ୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ଯୁଦ୍ଧ ଜାହଜ ଆଇଏନଏସ ବିକ୍ରାନ୍ତକୁ କୋଚିରେ ଦେଶ ପାଇଁ ସମର୍ପିତ କରାଇଥିଲେ ।
Comments are closed.