ସୁନ୍ଦରଗଡ:ପଶ୍ଚିମାଞ୍ଚଳ ଡିଆଇଜି ନିର୍ଦ୍ଦେଶରେ ତିନୋଟି ପୋଲିସ ଜିଲ୍ଲାରେ ଥିବା ସମସ୍ତ ବିସ୍ଫୋରକ ଗୋଦାମରେ ଯାଞ୍ଚ ଆରମ୍ଭ କରିଛି । ରାଉରକେଲା ସମେତ ପୂରା ସୁନ୍ଦରଗଡ଼ ଓ କେନ୍ଦୁଝରରେ ମଧ୍ୟ ଯାଞ୍ଚ କରାଯାଉଛି । ଖଣିରେ କେତେ ପରିମାଣର ବିସ୍ଫୋରକ ଗଚ୍ଛିତ ଅଛି । ବିସ୍ଫୋରକ ରଖିବାର ଅନୁମତି କେତେ ଅଛି ଓ କାଗଜପତ୍ର ସବୁର ଯାଞ୍ଚ କରିବା ସହ ବିସ୍ଫୋରକ ଗୋଦାମରେ ଚାଲିଛି ସ୍ଵତନ୍ତ୍ର ଟିମ୍ର ଯାଞ୍ଚ ।
କେନ୍ଦୁଝର ଜିଲ୍ଲାର ୧୦ଟି ଥାନା ଅଞ୍ଚଳରେ ୨୫ଟି ସ୍ଥାନରେ ଥିବା ୩୪ଟି ବିସ୍ଫୋରକ ଗୋଦାମ ରହିଛି । ସେଠାରେ ଘନ ଘନ ଚଢ଼ାଉ କରି ଯାଞ୍ଚ କରାଯାଉଛି । ପ୍ରାଥମିକ ତଦନ୍ତରୁ ୪ଟି ଗୋଦାମ ବନ୍ଦ ଥିବା ଏସ୍ପି ସୂଚନା ଦେଇଛନ୍ତି । ଏଥିସହ ଜିଲ୍ଲାର ସମସ୍ତ ବିସ୍ଫୋରକ ଗୋଦାମର ମାଲିକଙ୍କୁ ନେଇ ପୋଲିସ ପକ୍ଷରୁ ଏକ ସଚେତନତା ବୈଠକ ଅନୁଷ୍ଠିତ କରିବେ । ଏହାପରେ ଯିଏ ନିୟମର ଖିଲାପ କରିବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦୁଝର ଏସ୍ପି ସୂଚନା ଦେଇଛନ୍ତି ।
ସୁନ୍ଦରଗଡ଼ ପୋଲିସ ଜିଲ୍ଲାର ଏମସିଏଲ, ଏନଟିପିସି ଦର୍ଲିପାଲି ପାୱାର ପ୍ଲାଣ୍ଟ,ଏନଟିପିସି ଡୁଲିଙ୍ଗା କୋଇଲା ଖଣି, ମନୋହରପୁର ଓସିପିଏଲ କୋଇଲା ଖଣି , ଜାମକାନି ବେଦାନ୍ତ କୋଇଲା ଖଣି, ଲାଞ୍ଜିବେରଣା ଚୁନପଥର ଖଣିରେ ମାଗଜିନ ଓ ବିସ୍ଫୋରକ ଗୋଦାମଗୁଡ଼ିକୁ ଯାଞ୍ଚ କରୁଛି ।
Comments are closed.