ଭୁବନେଶ୍ବର: ଇନଷ୍ଟାଗ୍ରାମ ଏକ ନୂଆ ଫିଚର ଲଞ୍ଚ କରିଛି, ଯାହାର ନାମ ହେଉଛି ‘ବ୍ଲେଣ୍ଡ (Blend)’। ସାଙ୍ଗଙ୍କ ମଧ୍ୟରେ ରିଲ୍କୁ ଅଧିକ ବ୍ୟକ୍ତିଗତ ଓ ମଜାଳିଆ କରିବା ଉଦ୍ଦେଶ୍ୟରେ ଏହି ନୂଆ ଫିଚର ଆଣିଛି ପ୍ଲାଟଫର୍ମ । ଦୁଇ ୟୁଜର ରିଲ୍ ପରସ୍ପର ମଧ୍ୟରେ ପ୍ରାଇଭେଟ୍ ଫିଡ୍ (Private Feed) ଜରିଆରେ ସେୟାର କରିପାରିବେ ।
ଏହି ଫିଚର ସାହାଯ୍ୟରେ, ଏବେ ଆପଣ ଏବଂ ଆପଣଙ୍କ ବନ୍ଧୁମାନେ ଏକାଠି ଏକ ବ୍ୟକ୍ତିଗତ ପ୍ରାଇଭେଟ୍ ଫିଡ୍ ଦେଖିପାରିବେ। ଏହି ଫିଚରଟି ଇନଭାଇଟ ଆଧାରିତ, ଅର୍ଥାତ୍ ଏଥିରେ ଯୋଗଦେବା ପାଇଁ ଆପଣଙ୍କୁ ଜଣେ ବନ୍ଧୁଙ୍କଠାରୁ ଇନଭାଇଟ ମିଳିବା ଜରୁରୀ ।
ଏହି Blend ଫିଚର ମାଧ୍ୟମରେ, Instagram ଏବେ ଏକ ଏପରି ପ୍ଲାଟଫର୍ମ ତିଆରି କରିବାକୁ ଚାହୁଁଛି ଯେଉଁଠାରେ ଆପଣ ଏବଂ ଆପଣଙ୍କ ବନ୍ଧୁମାନେ ଏକାଠି ରିଲ୍ ଦେଖିପାରିବେ ଯାହାକୁ ଆପଣ ଉଭୟ ପସନ୍ଦ କରନ୍ତି। ଏହା ଏକ ମଜାଦାର ଏବଂ କନେକ୍ଟଡ ଅନୁଭୂତି ପ୍ରଦାନ କରେ, କାରଣ ଆପଣଙ୍କୁ ପ୍ରତିଦିନ ନୂତନ ଏବଂ ଫ୍ରେସ ରିଲ୍ସର ଏକ ଫିଡ୍ ପାଇବେ।
ଏହି ଫିଚରର ଖାସ୍ କଥା ହେଉଛି ଆପଣ Blendରେ ଯାହା ବି ସେୟାର କରୁଛନ୍ତି ଏହା କେବଳ ଆପଣ ଓ ଆପଣଙ୍କ ବନ୍ଧୁଙ୍କ ଭିତରେ ରହିବ । ଏହା ଦୁଇ ଜଣ ୟୁଜରଙ୍କ ଲାଗି ପ୍ରାଇଭେଟ୍ ସ୍ପଟ୍ ପରି ରହିବ ।
ପ୍ରଥମେ ଇନଷ୍ଟାଗ୍ରାମ ଖୋଲନ୍ତୁ । ଏହାପରେ DM ଚାଟ୍କୁ ଯାଆନ୍ତୁ । ଡାହାଣ ପାର୍ଶ୍ବ ଉପରି ଭାଗରେ ଭିଡିଓ ଏବଂ ଅଡିଓ କଲ୍ ବଟନ୍ ନିକଟରେ ଥିବା Blend ଆଇକନ୍ ଉପରେ କ୍ଲିକ୍ କରନ୍ତୁ । ସାଙ୍ଗ ନିକଟକୁ Invite ପଠାନ୍ତୁ । ଇନଭାଇଟ୍ ଆକ୍ସେପ୍ଟ ହେଲା ପରେ Blend Feedରେ ପ୍ରବେଶ କରିବା ଲାଗି DM ଚାଟ୍ ନିକଟରେ ଥିବା ଆଇକନ୍ ଉପରେ କ୍ଲିକ୍ କରନ୍ତୁ ।
ଏଥିରେ ରିପ୍ଲାଏ ଦେବା ମଧ୍ୟ ସହଜ । ଜଣେ ୟୁଜର କେବଳ ଏକ କମେଣ୍ଟ ଦେବାକୁ, ଶୀଘ୍ର ପ୍ରତିକ୍ରିୟା ଇମୋଜି ପଠାଇବାକୁ କିମ୍ବା ଫିଡ୍ ଛାଡି ଚାଟ୍ ଆରମ୍ଭ କରିବା ପାଇଁ ପ୍ରତ୍ୟେକ ରିଲ୍ ତଳେ ମେସେଜ୍ ବାର୍କୁ ପ୍ରବେଶ କରିପାରିବେ । ଏହି ଫିଚରର ଆଇକନ୍ DMରେ ଭିଡିଓ ଏବଂ ଅଡିଓ କଲ୍ ବଟନ୍ ପାଖରେ ରହିଛି ।
ଏହା ବ୍ୟତୀତ, ଆଉ ଏକ ଖବର ଅଛି ଯେ ଇନଷ୍ଟାଗ୍ରାମ ଏବେ ଆଇପ୍ୟାଡ୍ ପାଇଁ ଏକ ସ୍ୱତନ୍ତ୍ର ଆପ୍ ତିଆରି କରୁଛି। ଏପର୍ଯ୍ୟନ୍ତ, iPad ବ୍ୟବହାରକାରୀଙ୍କୁ iPhone ଆପ୍ ବ୍ୟବହାର କରିବାକୁ ପଡୁଥିଲା, ଯାହା ବଡ଼ ସ୍କ୍ରିନରେ ଠିକ୍ ଭାବରେ କାମ କରୁନଥିଲା। ଏବେ କମ୍ପାନୀ ଏକ ନୂତନ ଆପ୍ ପ୍ରସ୍ତୁତ କରୁଛି, କିନ୍ତୁ ଏହାର ଲଞ୍ଚ ସମ୍ପର୍କରେ କୌଣସି ସରକାରୀ ସୂଚନା ଦିଆଯାଇ ନାହିଁ।
Comments are closed.