ନୂଆଦିଲ୍ଲୀ: ତ୍ରିକୋଣୀୟ ପ୍ରେମ ସଂପର୍କରୁ ବୀଭତ୍ସ ହତ୍ୟାକାଣ୍ଡ । ଯୁବକଙ୍କୁ ୫୦ଥର ଛୁରୀ ଭୁସି ହତ୍ୟା କରଛି ଅନ୍ୟଜଣେ ଯୁବକ । ଉତ୍ତରପୂର୍ବ ଦିଲ୍ଲୀର ଭାଗୀରଥି ବିହାରରେ ଘଟିଛି ଏଭଳି ହତ୍ୟାକାଣ୍ଡ । ମୃତ ଯୁବକ ମାହିର ଓରଫ ଇମ୍ରାନ । ଅଭିଯୁକ୍ତ ଅରମାନ ସହ ଅନ୍ୟ ୨ଜଣଙ୍କୁ ଗିରଫ କରିଛି ପୋଲିସ ।
ସୂଚନା ଅନୁସାରେ, ଜଣେ ଯୁବତୀଙ୍କୁ ଉଭୟ ଅରମାନ ଓ ମାହିର ପ୍ରେମ କରୁଥିଲେ । ଯାହାକୁ ନେଇ ଉଭୟ ଅରମାନ ଓ ମାହିରଙ୍କ ମଧ୍ୟରେ ଇନଷ୍ଟାଗ୍ରାମରେ ବିବାଦ ଲାଗି ରହିଥିଲା । ମାହିରକୁ ଯୁବତୀ ଜଣକ ଅଧିକ ଭଲ ପାଉଥିବା ଆଶଙ୍କା କରି ଯୁବତୀଙ୍କଠାରୁ ଫୋନ ଛଡାଇ ନେଇଥିଲା ଅରମାନ । ଏହି ଫୋନରୁ ଯୁବତୀ ଓ ମାହିରଙ୍କ ମଧ୍ୟରେ ଘନିଷ୍ଠ ପ୍ରେମ ଥିବା ନେଇ ଜାଣିପାରି ଥିଲା ଅରମାନ । ଏହାପରେ ମାହିରକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା ଅରମାନ । ଯୁବତୀଙ୍କ ଫୋନ ଫେରାଇବାକୁ କହି ମାହିରକୁ ଡାକିବା ସହ ୫୦ଥର ଛୁରୀରେ ଆକ୍ରମଣ କରିଥିଲା । ଏହି ଘଟଣାରେ ପୋଲିସ ଅରମାନ ଓ ତାର ଦୁଇ ସାଂଗ ଫୈଜଲ ଓ ମହମ୍ମଦ ସମୀରକୁ ମଧ୍ୟ ଗିରଫ କରିଛି ।
ଡିସିପି (ଉତ୍ତରପୂର୍ବ) ଜୟ ତିର୍କୀ କହିଛନ୍ତି, ରାସ୍ତା କଡ଼ରୁ ମୃତଦେହ ମିଳିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ଅବସ୍ଥାରେ ମୃତଦେହଟି ମାହିରଙ୍କର ବୋଲି ଜଣାପଡ଼ିଥିଲା। ଡିସେମ୍ବର ୨୭ରେ ମୃତଦେହ ମିଳିବା ପରେ ପୁଲିସ୍ ଏଫଆଇର ରୁଜୁ କରିଥିଲା। ମାହିରଙ୍କ ଦେହସାରା ଛୁରୀ ଭୁସାର ଦାଗ ରହିଥିଲା। ଫରେନ୍ସି ଟିମ ଘଟଣାସ୍ଥଳରେ ଯାଞ୍ଚ କରି ଗୋଟିଏ ଛୁରୀ ପାଇଥିଲା। ତଦନ୍ତ ପରେ ଏପରି ତଥ୍ୟ ସାମ୍ନାକୁ ଆସିଛି।
Comments are closed.