Latest Odisha News

BREAKING NEWS

ଇନଷ୍ଟାଗ୍ରାମ-ୟୁଟ୍ୟୁବରେ ଅଧିକ ନୋଟିଫିକେସନ ଆସୁଛି? ଆପଣ ଏହି ଟୋଗଲ ଦ୍ବାରା କରିପାରିବେ କଣ୍ଟ୍ରୋଲ

ଭୁବନେଶ୍ବର: ଅନେକ ଥର ଶୋଇବା ସମୟରେ କିମ୍ବା କାମରେ ବ୍ୟସ୍ତ ଥିବା ସମୟରେ ଫୋନ୍ ରେ ଅଧିକ ନୋଟିଫିକେସନ ଆସିଥାଏ; ଫଳରେ ବିରକ୍ତ ଲାଗିଥାଏ । ଯଦି ଆପଣ ନୋଟିଫିକେସନକୁ ସଂପୂର୍ଣ୍ଣ ବନ୍ଦ କରିଦିଅନ୍ତି, ତେବେ ଆପଣଙ୍କୁ ଅପଡେଟ ମିଳିପାରିବ ନାହିଁ । ଆପଣ କିଛି ଜିନିଷ ବନ୍ଦ କରିପାରିବେ । ଫଳରେ ଅଧିକ ନୋଟିଫିକେସନ ଆସିବା ଦ୍ବାରା ହେଉଥିବା ସମସ୍ୟା ଆଉ ହେବ ନାହିଁ ।

ଏଥିପାଇଁ ଆପଣଙ୍କୁ ଆପଣଙ୍କର ସ୍ମାର୍ଟଫୋନର ସେଟିଙ୍ଗକୁ ଯିବାକୁ ପଡିବ । ସେଟିଂକୁ ଯିବା ପରେ, ନୋଟିଫିକେସନ ବିକଳ୍ପକୁ ଯାଆନ୍ତୁ । ଏଠାରେ ଆପଣଙ୍କୁ ଆପ୍ ନୋଟିଫିକେସନର ବିକଳ୍ପ ଦେଖାଯିବ । ଆପ୍ ନୋଟିଫିକେସନରେ କ୍ଲିକ୍ କରନ୍ତୁ । ବର୍ତ୍ତମାନ ସେହି ଆପ୍ ଉପରେ କ୍ଲିକ୍ କରନ୍ତୁ ଯାହାର ନୋଟିଫିକେସନ ଆପଣ ବନ୍ଦ କରିବାକୁ ଚାହୁଁଛନ୍ତି । ଯେପରିକି ଯଦି ଆପଣ ଇନଷ୍ଟାଗ୍ରାମରେ କ୍ଲିକ୍ କରନ୍ତି, ତେବେ ଆପଣଙ୍କୁ ପ୍ରତ୍ୟେକ ବିଭାଗର ନୋଟିଫିକେସନ୍ ଟୋଗଲ୍ ଦେଖାଯିବ । ଯାହାକୁ ଆପଣ ଅନୁମତି ଦେଇଥିବେ । ଏଥିରେ, ମେସଜର ନୋଟିଫିକେସନ୍,ରିକ୍ବେସ୍ଟ ,କମେଣ୍ଟ, କମେଣ୍ଟ ଲାଇକ,ପୋଷ୍ଟ, ଷ୍ଟୋରି ଆଦି ସମସ୍ତ ଟୋଗଲ୍ ଇନେବଲ ଥାଏ । ଏସବୁ ଉପରେ ଅପଡେଟ ମିଳିବା ଆବଶ୍ୟକତା ନଥାଏ ।  ଯେଉଁ ନୋଟିଫିକେସନ୍ ର ଆବଶ୍ୟକତା ନାହିଁ ସେହି ନୋଟିଫିକେସନ୍ ଟୋଗଲ୍ ବନ୍ଦ କରିପାରିବେ ।

ଯଦି ଆପଣ ଚାହାଁନ୍ତି, ଆପଣ ଇନଷ୍ଟାଗ୍ରାମ ପରି ୟୁଟ୍ୟୁବ୍ ନୋଟିଫିକେସନକୁ ମଧ୍ୟ ବନ୍ଦ କରିପାରିବେ । ଯେଉଁଥିରେ ଆପଣ ନିଜେ ସ୍ଥିର କରିପାରିବେ ଯେ ଆପଣ କେଉଁ ନୋଟିଫିକେସନକୁ ବନ୍ଦ କରିବାକୁ ଚାହୁଁଛନ୍ତି ଏବଂ କେଉଁ ନୋଟିଫିକେସନକୁ ଆପଣ ରଖିବାକୁ ଚାହୁଁଛନ୍ତି ।

Comments are closed.