ଭୁବନେଶ୍ବର: ଭୁବନେଶ୍ବର ପୋଲିସ ରିଜର୍ଭ ଅଫିସ ପଡିଆରେ ଆଜି ବୀମା ସଚେତନତା ଶିବିର ଶୁଭାରମ୍ଭ କରାଯାଇଛି । ସହରାଞ୍ଚଳ ଭୁବନେଶ୍ବର କଟକ ପୋଲିସ କର୍ମଚାରୀ ମାନଙ୍କ ଉଦ୍ଦେଶ୍ୟରେ ଚାରି ଦିନ ବ୍ୟାପି ଏହି ବୀମା ସଚେତନତା କାର୍ଯ୍ୟକ୍ରମ ଚାଲିବ । ଏହାକୁ ଉଦଘାଟନ କରିଛନ୍ତି ଦ୍ଵୈତ ନଗରୀ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।
ଦ୍ଵୈତ ନଗରରେ କାର୍ଯ୍ୟରତ ୯ ହଜାରରୁ ଅଧିକ ପୋଲିସ କର୍ମଚାରୀ ମାନଙ୍କୁ ବିଭିନ୍ନ ପ୍ରକାରର ବୀମା ଉତ୍ପାଦ ସମ୍ପର୍କରେ ଅବଗତ କରାଇବା ସହିତ ସେମାନଙ୍କୁ ଉଚିତ୍ ପରାମର୍ଶ ଦେବା ଏହି ଶିବିରର ମୂଳ ଲକ୍ଷ୍ୟ । ପୋଲିସ କର୍ମଚାରୀ ମାନଙ୍କୁ ହେଲଥ ଇନସ୍ୟୁରାନ୍ସ ଓ ସ୍ୟାଲାରୀ ପ୍ୟାକେଜ ଇନସ୍ୟୁରାନ୍ସ ଭଳି ଉତ୍ପାଦ ସମ୍ପର୍କରେ ଅବଗତ କରାଯିବା ସହିତ କଷ୍ଟ ଉପାର୍ଜିତ ଟଙ୍କାର ସଠିକ ଭାବରେ ବିନିଯୋଗ ପାଇଁ ଆସନ୍ତା ୭ ରୁ ୧୦ ତାରିଖ ପର୍ଯ୍ୟନ୍ତ ଏହି ଶିବିରରେ ପରାମର୍ଶ ଦିଆଯିବ ।
ଅନ୍ୟ ଅତିଥିଙ୍କ ମଧ୍ୟରେ ଅତିରିକ୍ତ ପୋଲିସ କମିଶନର ବ୍ରିଜେଶ ରାୟ, ଭୁବନେଶ୍ବର ପୋଲିସ ଆୟୁକ୍ତ ପ୍ରତୀକ ସିଂହଙ୍କ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ବୀମା କମ୍ପାନୀର କର୍ମକର୍ତ୍ତାଗଣ ଓ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀ ଯୋଗଦାନ କରିଥିଲେ ।
Comments are closed.