Latest Odisha News

BREAKING NEWS

ଆହୁରି ବଢ଼ିବ ଶୀତ, ରାଜ୍ୟରେ ତାପମାତ୍ରା ୨ରୁ ୩ ଡ଼ିଗ୍ରୀ ଖସିବ

ଭୁବନେଶ୍ୱର: ଜାଡ଼ରେ ଥରୁଛି ସାରା ଓଡ଼ିଶା । ଆଜିଠୁ ଆହୁରି ବଢ଼ିବ ଥଣ୍ଡା । ରାତି ତାପମାତ୍ରା ୨ରୁ ୩ଡ଼ିଗ୍ରୀ ଖସିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଏବେ ଥଣ୍ଡା କମିବ ନାହିଁ । ଆସନ୍ତା ୫ଦିନ ଯାଏଁ ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା । ଓଡ଼ିଶାକୁ ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହିତ ହେଉଛି । ଯାହା ଫଳରେ ଆହୁରି ଥଣ୍ଡା ବଢ଼ିବି । ଏହି ଥଣ୍ଡା ବାୟୁ ପ୍ରବାହ ଆଗକୁ ଆହୁରି ଶକ୍ତିଶାଳୀ ହେବ ।

BjdElectrycity

ଗତକାଲି ୨୨ଟି ସ୍ଥାନରେ ୧୫ଡ଼ିଗ୍ରୀ ତଳେ ଥିଲା ପାରଦ ସବୁଠାରୁ କମ୍ ତାପମାତ୍ରା ରେକର୍ଡ଼ ହୋଇଥିଲା । କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ିରେ ରାତିର ତାପମାତ୍ରା ୭ଡ଼ିଗ୍ରୀକୁ ଖସି ଆସିଥିଲା । ସକାଳୁ ସକାଳୁ ପାରଦ ଖସିଯାଉଥିବା ଯୋଗୁଁ ଅସମ୍ଭାଳ ଜାଡ଼ରେ ଥରୁଛନ୍ତି ଲୋକେ । ସେହିପରି ଫୁଲବାଣୀରେ ୯ଡ଼ିଗ୍ରୀକୁ ଖସି ଆସିଲାଣି ପାରଦ । ଗତକାଲି ରାତିରେ ଭୁବନେଶ୍ୱରରେ ୧୪.୪ଡ଼ିଗ୍ରୀ ରେକର୍ଡ଼ ହୋଇଛି ।

ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ପୁଇଁ ବସୁଥିବା ଦେଖିବାକୁ ମିଳିଛି । ଆସନ୍ତା ୨ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ୨ରୁ ୩ ଡ଼ିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିବ । ଅଧିକ ଶୀତ ଅନୁଭତ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

Leave A Reply

Your email address will not be published.