Latest Odisha News

BREAKING NEWS

ସମ୍ପର୍କୀୟ କହି ଜିତିଲେ ବିଶ୍ଵାସ, ଶେଷରେ ଚୂନା ଲଗାଇ ଚୋରି କରିନେଲେ ଗାଡି

ଉଦଳା: ପ୍ରଥମେ ଡାକ୍ତରଖାନାରେ ରୋଗୀଙ୍କ ସମ୍ପର୍କୀୟ ସାଜିବାର ଅଭିନୟ କଲେ । ପରେ ପରିବାର ସଦସ୍ୟଙ୍କୁ ସାହାର୍ଯ୍ୟ କଲେ । ଶେଷରେ ଚିତା କାଟି ରୋଗୀଙ୍କ ସମ୍ପର୍କୀୟଙ୍କ ଗା଼ଡି ଚୋରି କରି ନେଇଗଲେ । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ମୁଖ୍ୟ ଚିକିତ୍ସାଳୟରେ । ଆଉ ଏ ସବୁ ଘଟଣାର କଏଦ ହୋଇଛି ସିସିଟିଭିରେ ।

ସୂଚନା ଅନୁସାରେ, ଗତକାଲି ଅପରାହ୍ନରେ ଜ୍ୟୋସ୍ନା ନାୟକଙ୍କ ସଂପର୍କୀୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଖବରପାଇ ଜ୍ୟୋସ୍ନା ନିଜ ସଂପର୍କୀୟଙ୍କୁ ଦେଖାକରିବାକୁ ସ୍କୁଟି ନେଇ ଯାଇଥିଲେ । ଡାକ୍ତରଖାନାରେ ନିଜ ସ୍କୁଟି ରଖି ସେ ରୋଗୀଙ୍କ ନିକଟକୁ ଯାଇଥିଲେ । ଜଣେ ଅଜଣା ବ୍ୟକ୍ତି ହଠାତ୍ ଆସି ରୋଗୀ ଆସିଥିବା ୧୦୮ ଆମ୍ବୁଲାନ୍ସରୁ ବାଲଟି ଆଣି ଜ୍ୟୋସ୍ନାଙ୍କ ସଂପର୍କୀୟଙ୍କୁ ଦେଇଥିଲେ । ପଚାରିବାରୁ ରୋଗୀଙ୍କ ସମ୍ପର୍କୀୟର ପରିଚୟ ଦେଇଥିଲେ । ତା’ ପରେ ମାତ୍ର ୧୫ ମିନିଟ୍ ଭିତରେ ଉକ୍ତ ଯୁବକ ଜଣକ ସ୍ପଷ୍ଟ ଦିବାଲୋକରେ ଜ୍ୟୋସ୍ନାଙ୍କ ସ୍କୁଟିକୁ ଡାକ୍ତରଖାନା ପରିସରରୁ ଲୁଟି ନେଇ ଚାଲିଯାଇଥିଲେ । ସ୍କୁଟି ଚୋରି ହୋଇଥିବା ଜାଣିବା ପରେ ଏ ନେଇ ଜ୍ୟୋସ୍ନା ଉଦଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ୍ ଅଭିଯୋଗକୁ ଆଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତଦନ୍ତ ବେଳେ ଡାକ୍ତରଖାନାରେ ଲାଗିଥିବା ସିସିଟିଭିକୁ ଅନୁଧ୍ୟାନ କରିଛି ପୋଲିସ । ସିସିଟିଭିରେ ଚୋରିର ସମ୍ପୁର୍ଣ୍ଣ ଦୃଶ୍ୟ କଏଦ ହୋଇଛି ।

Leave A Reply

Your email address will not be published.