Latest Odisha News

ତେଜୁଛି ଭରତପୁର ଥାନାର ବିବାଦ: ରାସ୍ତାକୁ ଓହ୍ଲାଇଲା କଂଗ୍ରେସ, ବିଜେଡି

ଭୁବନେଶ୍ବର: ଭରତପୁର ଥାନା ଯେଉଁଭଳି ଭାବେ ବର୍ବରତାର ସୀମା ଟପିଛି ତାହାକୁ ନେଇ ଏବେ ବଢିବାରେ ଚାଲିଛି ବିରୋଧ ଓ ଆକ୍ରୋଶ । ସାଧାରଣରେ ପୋଲିସର ଏଭଳି କାର୍ଯ୍ୟ ନେଇ ଅସନ୍ତୋଷ ବଢିଥିବା ବେଳେ ଏବେ ରାଜଧାନୀରେ ବିରୋଧୀଙ୍କ ଦୃଢ ପ୍ରତିବାଦ ଦେଖିବାକୁ ମିଳିଛି । ପ୍ରଥମେ ବିଜେଡି ଆଉ ପରେ କଂଗ୍ରେସ ୧୦୦ ଦିନର ବିଜେପି ସରକାରଙ୍କୁ ଜୋର ଦାର ଘେରିଛନ୍ତି ।

ଏନେଇ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ପ୍ରତିବାଦ କରି ଅଣ୍ଡା ଓ ଟମାଟୋ ମାଡ କରିଛି । ମୁଖ୍ୟମନ୍ତ୍ରୀଙ୍କ ଆବାସ ଆଗରେ ବ୍ୟାରିକେଡ ସୁରକ୍ଷାରେ ଥିବା ପୋଲିସଙ୍କ ଉପରକୁ ଅଣ୍ଡା ଓ ଟମାଟୋ ମାଡ କରିଚନ୍ତି । ଏଥିସହିତ ବ୍ୟାରିକେଡ୍ ଉପରେ ଚଢ଼ି ଆଗକୁ ଯିବାକୁ କଂଗ୍ରେସ କର୍ମୀମାନେ ଉଦ୍ୟମ କରିଛନ୍ତି । ଏହି ଘଟଣାରେ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ପଦ ଛାଡନ୍ତୁ ବୋଲି ଦାବି କରିଛି ଯୁବ କଂଗ୍ରେସ । ଏଥିସହିତ କାହିଁକି ଆଇଆଇସିଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ ସେନେଇ ପ୍ରଶ୍ନ କରିଛନ୍ତି ।

ସେପଟେ ମହିଳା ବିଜେଡି ମଧ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ଘଟଣାରେ ନ୍ୟାକି ତଦନ୍ତ ଦାବି କରି ରାଜଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପୋଲିସର ଏଭଳି ବର୍ବରତାର ତଦନ୍ତ ପୋଲିସ ଓ କ୍ରାଇମବାଞ୍ଚ ହାତକୁ ଯିବାରେ ଘଟଣାର ତଦନ୍ତର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠାଇଛି ବିଜେଡି । ଏଥିପାଇଁ ନ୍ୟାୟିକ ତଦନ୍ତର ଦାବି କରିଛି ବିଜେଡି ।

Leave A Reply

Your email address will not be published.