Latest Odisha News

BREAKING NEWS

ବାତ୍ୟା ‘ବୁଲବୁଲ୍’: ଓଡିଶା ଗସ୍ତରେ କେନ୍ଦ୍ରୀୟ ଟିମ୍, କରିବେ କ୍ଷୟକ୍ଷତିର ଅନୁଧ୍ୟାନ

ଭୁବନେଶ୍ୱର: ରାଜ୍ୟରେ ବାତ୍ୟା ‘ବୁଲବୁଲ୍’ ପ୍ରଭାବରେ ଉପକୂଳ ଓଡିଶାରେ ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ କରିବା ଲାଗି ଗୁରୁବାର ଦିନ ଓଡିଶା ଗସ୍ତରେ ଆସୁଛନ୍ତି ଆନ୍ତଃମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଟିମ୍ ।

ପ୍ରାପ୍ତ ସୂଚନାନୁଯାୟୀ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମ ସଚିବ ସହେଲି ଘୋଷଙ୍କ ନେତୃତ୍ୱରେ ଏକ ୮ ଜଣିଆ ଟିମ୍ ନଭେମ୍ବର ୧୪ ଓ ୧୫ ତାରିଖରେ ଓଡିଶା ଗସ୍ତରେ ଆସି କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବେ ।

ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହ ଉଚ୍ଚ ସ୍ତରୀୟ ବୈଠକରେ ଯୋଗଦେବା ନେଇ ସୁତ୍ରରୁ ପ୍ରକାଶ ।

ଆହୁରି ମଧ୍ୟ ଏହି କେନ୍ଦ୍ରୀୟ ଟିମ୍ କ୍ଷୟକ୍ଷତିର ଆକଳନ କରିବା ପରେ ଶୁକ୍ରବାର ଅପରାହ୍ନ ବେଳକୁ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.