Latest Odisha News

BREAKING NEWS

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ, ସିଡିପିଓଙ୍କ ଘରେ ଭିଜିଲାନ୍ସ ଚଢାଉ

ବରଗଡ: ବରଗଡ ଜିଲ୍ଲା ଅନ୍ତର୍ଗତ ବରପାଲି ସିଡିପିଓ ସଂଯୁକ୍ତା ଲେଙ୍କାଙ୍କ ବିରୋଧରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଗୁରୁବାର ଦିନ ତାଙ୍କ ଘରେ ଚଢାଉ କରିଛି ।

ଏପରିକି ଭିଜିଲାନ୍ସ ଟିମ୍ ତାଙ୍କ ଘର ସମେତ ଅଫିସରେ ମଧ୍ୟ ଚଢାଉ କରିଛି ।

ମିଳିଥିବା ସୂଚନା ଅନୁଯାୟୀ ଆୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଅଧିକାରୀମାନେ ପାଖାପାଖି ୫ଟି ସ୍ଥାନରେ ଚଢାଉ କରିଛନ୍ତି । ଏପରିକି ସମ୍ପୃକ୍ତ ସିଡିପିଓଙ୍କ ବରଗଡସ୍ଥିତ ବାସଭବନ, ପ୍ରଧାନପାଲିସ୍ଥିତ ବାସଭବନ ସମେତ କାର୍ଯ୍ୟାଳୟରେ ମଧ୍ୟ ଏକକାଳୀନ ଚଢାଉ କରିଛନ୍ତି ।

ତେବେ ଶେଷ ରିପୋର୍ଟ ଲେଖାଯିବା ବେଳକୁ ଏହି ଚଢାଉ କାର୍ଯ୍ୟ ଜାରି ରହିଛି ।

Leave A Reply

Your email address will not be published.