Latest Odisha News

BREAKING NEWS

ଲସ୍କର-ଏ-ତୈବାର ଏକ ଆନ୍ତଃରାଜ୍ୟ ଆତଙ୍କବାଦୀ ମଡ୍ୟୁଲ୍‌ର ପର୍ଦ୍ଦାଫାସ୍, ୫ ଗିରଫ

ଶ୍ରୀନଗର: କାଶ୍ମୀରରେ ବଡ଼ ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାସ୍ କରିଛନ୍ତି ସୁରକ୍ଷାକର୍ମୀ । ୧୬ ବର୍ଷ ଧରି ଫେରାର ଥିବା ଲସ୍କର-ଏ-ତୈବାର ଆତଙ୍କବାଦୀ ଅବୁ ହୁରୈରା ସମେତ ୫ ଜଣଙ୍କୁ ଗିରଫ କରିଛି । ଗିରଫ ୫ ଜଣଙ୍କ ମଧ୍ୟରୁ ୩ ଜଣ ଶ୍ରୀନଗରର ବାସିନ୍ଦା । ସେମାନଙ୍କୁ ମହମ୍ମଦ ନକିବ ଭଟ୍, ଆଦିଲ ରସିଦ ଭଟ୍ ଏବଂ ଗୁଲାମ ମହମ୍ମଦ ମୀର ଓରଫ ମାମା ଭାବେ ଚିହ୍ନଟ କରାଯାଇଛି ।

ଏହି ଅପରେସନରେ ଜଣେ ପାକିସ୍ତାନୀ ଆତଙ୍କବାଦୀ ଉସମାନ ଓରଫ ବହୁତାଇବକୁ ମଧ୍ୟ ଗିରଫ କରାଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ରହିଛି ।

ପୋଲିସର ସୂଚନା ଅନୁଯାୟୀ, ଅପରେସନ କେନ୍ଦ୍ରୀୟ ଏଜେନ୍ସିମାନଙ୍କ ସହଯୋଗରେ କରାଯାଇଥିଲା । ଜମ୍ମୁ ଏବଂ କଶ୍ମୀର, ରାଜସ୍ଥାନ ଏବଂ ହରିୟାଣା ସମେତ ୧୯ଟି ସ୍ଥାନରେ ଚଢାଉ କରାଯାଇ ତଦନ୍ତକାରୀ ଏଜେନ୍ସିଗୁଡ଼ିକ ବହୁ ଆପରାଧିକ ସାମଗ୍ରୀ ଜବତ କରିଛନ୍ତି ।

ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ, ଜଣେ ବିଦେଶୀ ଆତଙ୍କବାଦୀ ଜାଲ୍ କାଗଜପତ୍ର ବ୍ୟବହାର କରି ଭାରତ ବାହାରକୁ ସଫଳତାର ସହ ଯାତ୍ରା କରିଥିଲେ । ଆତଙ୍କବାଦୀଜଣକ ପ୍ରାୟ ୧୬ ବର୍ଷ ପୂର୍ବେ ଭାରତରେ ଅନୁପ୍ରବେଶ କରିଥିଲେ ଏବଂ ଏହି ସମୟ ମଧ୍ୟରେ କାଶ୍ମୀର ଉପତ୍ୟକାର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ କରୁଥିଲେ । ସୁରକ୍ଷା ଏଜେନ୍ସିଗୁଡ଼ିକ କହିଛନ୍ତି ଯେ ଏହି ନେଟୱାର୍କ ବର୍ଷ ବର୍ଷ ଧରି ପ୍ରାୟ ୪୦ ଜଣ ବିଦେଶୀ ଆତଙ୍କବାଦୀଙ୍କୁ ପରିଚାଳନା ଏବଂ ନେତୃତ୍ୱ ଦେଇଛି ।

Leave A Reply

Your email address will not be published.