Latest Odisha News

BREAKING NEWS

ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲ କପ : ଭାରତ-ଲେବାନନ ମ୍ୟାଚ ଡ୍ର

ଭୁବନେଶ୍ୱର:ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଗୁରୁବାର ଅନୁଷ୍ଠିତ  ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲ କପରେ ଭାରତ ଓ ଲେବାନନ ମଧ୍ୟରେ ଅନୁଷ୍ଠିତ ଶେଷ ଲିଗ ମ୍ୟାଚ ଡ୍ରରେ ସମାପ୍ତ ହୋଇଛି । ଉଭୟ ଟିମ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ ମଧ୍ୟ କେହି କାହା ବିପକ୍ଷରେ ଗୋଲ କରିବାରେ ସଫଳ ହୋଇ ନ ଥିଲେ । ୧୬ଟି ମ୍ୟାଚ ପରେ ଭାରତର ଏହା ପ୍ରଥମ ଗୋଲଶୂନ୍ୟ ଡ୍ର । ୨ଟି ଯାକ ଟିମ ଏହି ମ୍ୟାଚରେ ରକ୍ଷାପନ୍ଥୀ ଉପରେ ବିଶେଷ ଧ୍ୟାନ ଦେଇଥିଲେ । ଉଭୟ ଟିମ ମଧ୍ୟରେ ଫାଇନାଲ ମ୍ୟାଚ ଜୁନ ୧୮ରେ ଖେଳାଯିବ । ମଙ୍ଗୋଲିଆ ଓ ଭାନୁଆଟୋକୁ ହରାଇ ଭାରତ ଫାଇନାଲରେ ପ୍ରବେଶ କରିଥିଲା ।

ଭାରତୀୟ ଟିମକୁ ଉତ୍ସାହିତ କରିବା ପାଇଁ ଆଜି କଳିଙ୍ଗ ଷ୍ଟାଡିୟମରେ ଆଖିଦୃଶିଆ ଦର୍ଶକ ଦେଖିବାକୁ ମିଳିଥିଲା । ଅନିରୁଦ୍ଧ ଥାପ୍ପା ଓ ରହୀମ ଅଲୀ ଶେଷ ଭାଗରେ ଗୋଲ କରିବା ସୁଯୋଗ ହାତଛଡା କରିଥିଲା । ଫାଇନାଲରେ ଘରୋଇ ପରିବେଶ ଭାରତକୁ ଫାଇଦାରେ ରଖିବ ବୋଲି ଆଶା କରାଯାଉଛି । ଲେବାନନର ଡିଫେନ୍ସ ରଣନୀତିକୁ ଭେଦ କରିବା ଭାରତ ପାଇଁ ଚ୍ୟାଲେଞ୍ଜ ହେବ ।

Leave A Reply

Your email address will not be published.