ଭୁବନେଶ୍ବର: ବର୍ଷକରେ ଲକ୍ଷପତି ଦିଦିଙ୍କୁ କୋଟିପତି ଦିଦି କରାଯିବ ସେନେଇ ଗୁରୁତ୍ବ ଦେଉଛନ୍ତି ସରକାର । ଲକ୍ଷପତି ଦିଦିଙ୍କୁ ଏବେ ଏସଏଚଜିରୁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ଋଣ ଯୋଗାଇଦେବାକୁ ସରକାର ପ୍ରାଥମିକତା ଦେବେ । ଏନେଇ ସୁଭଦ୍ରା ହିତାଧିକାରୀଙ୍କ ସହିତ କଥା ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାର ଯାହା ସବୁ ଆର୍ଥିକ ସହାୟତା ଦେଉଛନ୍ତି ସେସବୁ ବ୍ୟାଙ୍କ ସହ ସଂଯୋଗ କରାଯିବ । ଏହା ସହ ସଫଳ ସୁଭଦ୍ରା ଭଉଣୀଙ୍କୁ ବିଭାଗକୁ ଚିଠି ଲେଖିବାକୁ ପରାମର୍ଶ ଦେଇଛନ୍ତି । ସୁଭଦ୍ରା ଟଙ୍କାରେ କଣ କରିଛନ୍ତି ସେନେଇ ଚିଠି ଲେଖିବାକୁ କୁହାଯାଇଛି । ସଫଳ ବିଜିନେସ୍ ମଡେଲ୍କୁ ୱେବସାଇଟରେ ସ୍ଥାନିତ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ସୋସିଆଲ ମିଡିଆ ଏକ୍ସରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ଲୋକସେବା ଭବନର ମହିଳା ଓ ଶିଶୁ ବିକାଶ ସମ୍ମିଳନୀ କକ୍ଷରେ ଆଭାସୀ ମାଧ୍ୟମରେ ସୁଭଦ୍ରା ଭଉଣୀମାନଙ୍କ ସହ ସିଧାସଳଖ ଆଲୋଚନା କଲି । ସେମାନେ ସୁଭଦ୍ରା ଯୋଜନା ବାବଦକୁ ମିଳିଥିବା ସହାୟତା ରାଶିର ଉପଯୋଗ କିଭଳି କରିଛନ୍ତି ସେ ବିଷୟରେ ପଚାରି ବୁଝିଲି । ବର୍ତ୍ତମାନ ଜାରି ରହିଥିବା ସମୀକ୍ଷାରୁ ମିଳୁଥିବା ତଥ୍ୟ ଆଧାରରେ ଆଗାମୀ ଦିନରେ ସୁଭଦ୍ରା ଭଉଣୀମାନଙ୍କ ପାଇଁ ଯୋଜନା ପ୍ରସ୍ତୁତ କରାଯିବ।
ଆଜି ଲୋକସେବା ଭବନର ମହିଳା ଓ ଶିଶୁ ବିକାଶ ସମ୍ମିଳନୀ କକ୍ଷରେ ଆଭାସୀ ମାଧ୍ୟମରେ ସୁଭଦ୍ରା ଭଉଣୀମାନଙ୍କ ସହ ସିଧାସଳଖ ଆଲୋଚନା କଲି । ସେମାନେ ସୁଭଦ୍ରା ଯୋଜନା ବାବଦକୁ ମିଳିଥିବା ସହାୟତା ରାଶିର ଉପଯୋଗ କିଭଳି କରିଛନ୍ତି ସେ ବିଷୟରେ ପଚାରିବୁଝିଲି । ବର୍ତ୍ତମାନ ଜାରି ରହିଥିବା ସମୀକ୍ଷାରୁ ମିଳୁଥିବା ତଥ୍ୟ ଆଧାରରେ ଆଗାମୀ ଦିନରେ ସୁଭଦ୍ରା… pic.twitter.com/kBSHqRihbY
— Pravati Parida (@PravatiPOdisha) August 4, 2025
ସେପଟେ, ଅଗଷ୍ଟ ୧୫ ତଥା ସ୍ବାଧିନତା ଦିବସରେ ଦିଲ୍ଲୀରେ ଆୟୋଜିତ ସ୍ବତନ୍ତ୍ରକାର୍ଯ୍ୟକ୍ରମରେ ଯୋଗଦେବେ ଗଞ୍ଜାମ ଜିଲାର ଲକ୍ଷପତି ଦିଦି ତଥା ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ କାଳିଆବାଲି ଗ୍ରାମର ଏସ. ଜ୍ୟୋତି ରେଡ୍ଡୀ । ଏଥିଲାଗି ତାଙ୍କୁ ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ଆସିଛି । ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।
Comments are closed.