Latest Odisha News

BREAKING NEWS

ଟ୍ରେନ୍ ବଗିରେ କାହିଁକି ହଳଦିଆ, ନାଲି ରଙ୍ଗର ଗାର ଅଙ୍କିତ କରାଯାଇଥାଏ?

ଭୁବନେଶ୍ବର: ରେଳସେବା ଆମର ଭାରତୀୟମାନଙ୍କର ଲାଇଫ୍ ଲାଇନ୍ । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ରେଳଯାତ୍ରା କରିଥାନ୍ତି । ରେଳଯାତ୍ରୀଙ୍କ ସୁବିଧା ନିମନ୍ତେ ଭାରତୀୟ ରେଳବିଭାଗ ଟ୍ରେନ୍‌ମାନଙ୍କରେ କଲର୍ କୋଡିଂ କରିଛି । ଯାହା ଫଳରେ ରେଳଯାତ୍ରୀଙ୍କୁ କୌଣସି ଅସୁବିଧା ଭୋଗିବେ ନାହିଁ । ସହଜରେ ନିଜର ଯାତ୍ରା ସଂପନ୍ନ କରି ପାରିବେ । ଟ୍ରେନ୍ ବଗି ଶେଷରେ ଠିକ୍ ଝରକା ଉପରେ ହଳଦିଆ କିମ୍ବା ଧଳା ରଙ୍ଗର ଗାର ଅଙ୍କିତ କରାଯାଇଥାଏ । ଯାହା ବାସ୍ତବରେ ୨ ବଗି ମଧ୍ୟରେ ପ୍ରଭେଦକୁ ଦର୍ଶାଏ । କେଉଁ ବଗି କାହା ପାଇଁ ସଂରକ୍ଷିତ ଏହି କଲର୍ କୋଡିଂରୁ ଜାଣିହୁଏ ।

ଆସନ୍ତୁ ଜାଣିବା ଏହି ବିଷୟରେ କିଛି ତଥ୍ୟ :-

-କୌଣସି ଏକ ଟ୍ରେନ୍‌ର ଆଗ ପଟ ବଗିରେ କିମ୍ବା ପଛ ପଟ ଏକ ବଗିରେ ନୀଳ ରଙ୍ଗ ପୃଷ୍ଠ ଉପରେ ହଳଦିଆ ରଙ୍ଗର ଗାର ଅଙ୍କିତ ହୋଇଥାଏ । ଏପରି ଡବା ଜେନେରାଲ୍ ବଗି ଅର୍ଥାତ୍ ଅସଂରକ୍ଷିତ ବଗିକୁ ଦର୍ଶାଏ । ଲୋକଙ୍କ ସୁବିଧା ନିମନ୍ତେ ଏପରି କଲର୍ କୋଡିଂ କରାଯାଇଛି । ଫଳରେ ଜେନେରାଲ୍ ବଗି ଦୂରରୁ ଦେଖି ଯାତ୍ରୀମାନେ ଜାଣିପାରିବେ ଏହା ହେଉଛି ଜେନେରାଲ୍ ବଗି ।

-ସେହିପରି ସିଲ୍ପର୍ ବଗିରେ ନୀଳ ରଙ୍ଗ ପୃଷ୍ଠ ଉପରେ ଧଳା ରଙ୍ଗର ଗାର ଅଙ୍କିତ କରାଯାଇଥାଏ ।

– ଯେଉଁ ବଗିରେ ବାଇଗଣି ରଙ୍ଗ ପୃଷ୍ଠ ଉପରେ ଯଦି ହଳଦିଆ ରଙ୍ଗର ଗାର ଅଙ୍କିତ କରାଯାଥାଏ; ସେହି ବଗି କର୍କଟରୋଗୀ ଓ ବିକଳାଙ୍ଗ ବ୍ୟକ୍ତିଙ୍କ ପାଇଁ ସଂରକ୍ଷିତ ଥାଏ । ଆଉ ମଧ୍ୟ ଏହା ଗର୍ଭବତୀ ମହିଳାଙ୍କ ପାଇଁ ସଂରକ୍ଷିତ କୋଚ୍ ଅଟେ ।

-ସେହିପରି ଯେଉଁ ବଗିରେ ଗ୍ରେ କଲର୍ ପୃଷ୍ଠ ଉପରେ ଲାଲ୍ ରଙ୍ଗର ଗାର ଅଙ୍କିତ ହୋଇଥିଲେ ତାହା ପ୍ରଥମ ଶ୍ରେଣୀ ଏସି ବଗିକୁ ଦର୍ଶାଏ ।

-ଟ୍ରେନ୍ ବଗିରେ ଧଳା ରଙ୍ଗରପୃଷ୍ଠ ଉପରେ ସବୁଜ ରଙ୍ଗର ଗାର ଅଙ୍ଗିତ ହୋଇଥିବା ବଗି ମହିଳାମାନଙ୍କ ପାଇଁ ସଂରକ୍ଷିତ ଡବାକୁ ଦର୍ଶାଏ ।

Leave A Reply

Your email address will not be published.