Latest Odisha News

BREAKING NEWS

ଅନ୍ତରୀଣ ବଜେଟ୍ ଦେଶର ବିକାଶକୁ ତ୍ୱରାନ୍ୱିତ କରିବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ସଂସଦରେ ୨୦୨୪ର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀ ୪୭.୬୬ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଅନ୍ତରୀଣ ବଜେଟ୍ ଉପସ୍ଥାପନ ହେବା ପରେ ଏହାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବଜେଟ୍ ଦେଶର ବିକାଶକୁ ତ୍ୱରାନ୍ୱିତ କରିବ ବୋଲି ମୋଦି କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ବଜେଟ ବିକଶିତ ଭାରତର ୪ ସ୍ତମ୍ଭ ଦେଶର ଯୁବ ଗୋଷ୍ଠୀ, କୃଷକ, ଗରିବ ଏବଂ ମହିଳାଙ୍କୁ ସଶକ୍ତିକରଣ କରିବ । ସେ କହିଛନ୍ତି ଯେ ଏହି ଐତିହାସିକ ବଜେଟ୍ ୨୦୪୭ ସୁଦ୍ଧା ଦେଶକୁ ବିକଶିତ କରିବ । ଏହି ବଜେଟ୍ ଅନ୍ତରୀଣ ଇପାରେ କିନ୍ତୁ ଆସନ୍ତା ବର୍ଷ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ମୋଦି ଆହୁରି କହିଛନ୍ତି ଯେ, ‘ଆମେ ଏକ ବଡ ଲକ୍ଷ୍ୟ ସ୍ଥିର କରିଛୁ, ଏହାକୁ ହାସଲ କରୁଛୁ ଏବଂ ତା’ପରେ ନିଜ ପାଇଁ ଏକ ବଡ ଲକ୍ଷ୍ୟ ସ୍ଥିର କରିଛୁ । ଗାଁ ଓ ସହରରେ ଗରିବଙ୍କ ପାଇଁ ୪ କୋଟିରୁ ଅଧିକ ଘର ନିର୍ମାଣ କରିଛୁ ଏବଂ ଏବେ ଆହୁରି ୨ କୋଟି ଘର ନିର୍ମାଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛୁ । ଆମେ ୨ କୋଟି କୋଟିପତି ଦିଦିଙ୍କୁ ରୋଜଗାର କରିବାକୁ ଲକ୍ଷ୍ୟ ରଖିଥିଲୁ, ଏବେ ଏହାକୁ ୩ କୋଟିକୁ ବୃଦ୍ଧି କରାଯାଇଛି’।

ମୋଦି କହିଛନ୍ତି ଯେ, ଆମର ଲକ୍ଷ୍ୟ ହେଉଛି କୃଷକଙ୍କ ଆୟ ବୃଦ୍ଧି, ଯାହା ଏହି ବଜେଟରେ ହାସଲ କରାଯାଇଛି । ଆଜିର ବଜେଟ୍ ଏକ ଅନ୍ତର୍ଭୂକ୍ତ ଏବଂ ଅଭିନବ ବଜେଟ୍ ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଆଜି ଘୋଷଣା କରାଯାଇଥିବା ନୂତନ ଆୟକର ଯୋଜନା ମଧ୍ୟବିତ୍ତ ଶ୍ରେଣୀର ଏକ କୋଟି ଲୋକଙ୍କୁ ବହୁତ ଆଶ୍ବସ୍ତି ଦେବ । ପୂର୍ବ ସରକାରମାନେ ସାଧାରଣ ଲୋକଙ୍କ ମୁଣ୍ଡ ଉପରେ ଦଶନ୍ଧି ଧରି ଏହି ବିରାଟ ଖଣ୍ଡାକୁ ଝୁଲାଇ ରଖିଥିଲେ । ଏହି ବଜେଟରେ ରିସର୍ଚ୍ଚ ଇନୋଭେସନ ପାଇଁ 1 ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଏହା ସହିତ ସରକାର ଷ୍ଟାର୍ଟଅପ୍ ହିତ ପାଇଁ କାର୍ଯ୍ୟ କରିବାକୁ ପଦକ୍ଷେପ ନେବେ ।

Leave A Reply

Your email address will not be published.