Latest Odisha News

BREAKING NEWS

ବଜେଟରେ ନିର୍ମଳା ପରିଧାନ କରୁଥିବା ପ୍ରତିଟି ଶାଢୀର ରଙ୍ଗ ପଛର ରହସ୍ୟ

ନୂଆଦିଲ୍ଲୀ: ଆଜି ଅର୍ଥାତ ଫେବୃଆରୀ ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟବର୍ତ୍ତିକାଳୀନ ବଜେଟ ଅଧିବେଶନ ଉପସ୍ଥାପିତ କରିଛନ୍ତି। ନୂଆ ସରକାର ଆସିବା ପର୍ଯ୍ୟନ୍ତ ଏହି ବଜେଟକୁ ପ୍ରସ୍ତୁତ କରାଯାଇଛି। ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଏହା ଶେଷ ବଜେଟ ଥିଲା। ସେପଟେ ନିର୍ମଳା ସୀତାରମଣଙ୍କ ଦ୍ୱାରା ଏହା ଷଷ୍ଠ ବଜେଟ୍ ଉପସ୍ଥାପିତ ହୋଇଥିଲା। ୨୦୧୯ ରୁ ୨୦୨୪ ପର୍ଯ୍ୟନ୍ତ ପ୍ରତ୍ୟେକ ବଜେଟରେ ଅର୍ଥମନ୍ତ୍ରୀଙ୍କ ବିଭିନ୍ନ ସାର୍ ଲୁକ୍ ଦେଖିବାକୁ ମିଳିଛି।

କ୍ରମାଗତ ଷଷ୍ଠ ଥର ପାଇଁ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପିତ କରିଛନ୍ତି। ଏଥର ତାଙ୍କୁ ଏକ ନୀଳ ରଙ୍ଗର ଶାଢୀରେ ଦେଖିବାକୁ ମିଳିଛି। ଯେଉଁଠାରେ, ଏହା ପୂର୍ବରୁ ତାଙ୍କୁ ନାଲି, ହଳଦିଆ ଏବଂ ଗୋଲାପୀ ରଙ୍ଗର ଶାଢୀରେ ମଧ୍ୟ ଦେଖିବାକୁ ମିଳିଥିଲା। କୁହାଯାଉଛି ଯେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଶାଢୀର ରଙ୍ଗ କିଛି ନା କିଛି ବାର୍ତ୍ତା ବହନ କରିଥାଏ। ଆସନ୍ତୁ ଜାଣିବା ୨୦୧୯ ରୁ ୨୦୪ ପର୍ଯ୍ୟନ୍ତ ବଜେଟରେ କେଉଁ ରଙ୍ଗର ଶାଢୀ ନିର୍ମଳା ସୀତାରମଣଙ୍କୁ ଦେଖିବାକୁ ମିଳିଥିଲା ଏବଂ ସେହି ରଙ୍ଗରୁ କେଉଁ ବାର୍ତ୍ତା ସାମ୍ନାକୁ ଆସିଥିଲା।

ନୂଆ ସରକାର ଗଠନ ପୂର୍ବରୁ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ୨୦୨୪ କାର୍ଯ୍ୟକାରୀ ହେବ। ଏହି ବଜେଟକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଛନ୍ତି। ବଜେଟ୍ ଉପସ୍ଥାପନ କରିବା ପୂର୍ବରୁ ମଧ୍ୟ ତାଙ୍କୁ ନୀଳ ରଙ୍ଗର ଶାଢୀରେ ଦେଖିବାକୁ ମିଳିଥିଲା। ନୀଳ ରଙ୍ଗ ଗତିଶୀଳ, ଚଞ୍ଚଳତା ଏବଂ ଜୀବନ ପ୍ରଦାନକାରୀ ଶକ୍ତିର ପ୍ରତୀକ ଭାବରେ ବିବେଚନା କରାଯାଏ। ସେହିପରି ୨୦୨୩ ବର୍ଷ ବଜେଟରେ ନିର୍ମଳାଙ୍କୁ କଳା-ନୀଲି ମିଶ୍ରିତ ରଙ୍ଗର ଶାଢୀରେ ଦେଖିବାକୁ ମିଳିଥିଲା। ଏହି ଉଭୟ ରଙ୍ଗକୁ ଶୌର୍ଯ୍ୟ ଓ ଶକ୍ତିର ପ୍ରତିକ ଭାବେ ଗଣାଯାଇଥାଏ। ସେହିପରି ମାଟିଆ ରଙ୍ଗର ଶାଢୀ ପିନ୍ଧି ୨୦୨୨ ମସିହାରେ ବଜେଟ ଉପସ୍ଥାପନ କରିଥିଲେ ମନ୍ତ୍ରୀ। ଏହି ରଙ୍ଗକୁ ସୁରକ୍ଷାର ପ୍ରତୀକ ଭାବେ ଗଣାଯାଇଥାଏ।

୨୦୨୧ରେ ମନ୍ତ୍ରୀ ନିର୍ମଳା ସୀତାରମଣ ନାଲି ରଙ୍ଗର ଶାଢି ପିନ୍ଧି ବଜେଟ ଉପସ୍ଥାପନ କରିଥିଲେ। ଏହି ରଙ୍ଗର ଅର୍ଥ ଶକ୍ତି ଓ ସଂକଳ୍ପର ପ୍ରତୀକ ଭାବେ ବିବେଚନା କରାଯାଇଥାଏ। ୨୦୨୦ରେ ନିର୍ମଳା ସୀତାରମଣ ସାଧାରଣ ବଜେଟ ଉପସ୍ଥାପନ ସମୟରେ ହଳଦିଆ ରଙ୍ଗର ଏକ ଶାଢୀ ପିନ୍ଧିଥିବାର ନଜର ଆସିଥିଲେ। ହଳଦିଆ ରଙ୍ଗର ଅର୍ଥ ହେଉଛି ଉତ୍ସାହ ଓ ଉର୍ଜାର ପ୍ରତୀୟ ଭାବେ ପରିଗଣିତ ହୋଇଥାଏ। ସେହିପରି ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ୨୦୧୯ ବର୍ଷରେ ପ୍ରଥମ ବଜେଟ ଉପସ୍ଥାପନ କରିଥିଲେ ନିର୍ମଳା ସୀତାରମଣ। ପ୍ରଥମ ବଜେଟରେ ସେ ଏକ ପିଙ୍କ ରଙ୍ଗର ଶାଢୀ ପିନ୍ଧିଥିଲେ ଯାହାକୁ ଗମ୍ଭୀରତା ଓ ଅପେକ୍ଷାର ପ୍ରତୀକ ଭାବେ ପରିଗଣିତ ହୋଇଥାଏ।

Leave A Reply

Your email address will not be published.