Latest Odisha News

ନିଜକୁ ଗୁଳି ମାରି ଆତ୍ମହତ୍ୟା କଲେ ଆନ୍ତର୍ଜାତୀୟ ଶୁଟର ଖୁସସିରିତ

ଫରିଦକୋଟ: ଆନ୍ତର୍ଜାତୀୟ ଶୁଟର ୧୭ ବର୍ଷୀୟା ଖୁସସିରିତ କୌର ଗୁରୁବାର ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । କୌଣସି ସୁଇସାଇଡ ନୋଟ ମିଳି ନ ଥିଲେ ମଧ୍ୟ ପରିବାରବର୍ଗ ସେ ଆତ୍ମହତ୍ୟା କରିଥିବା ସୂଚନା ଦେଇଛନ୍ତି । ପୋଲିସ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଦେଇଛି । ପାଠପଢ଼ା ଏବଂ ଶୁଟିଂ ଅଭ୍ୟାସ ଠିକ ଭାବେ କରିପାରୁ ନ ଥିବାରୁ ସେ ଚାପରେ ଥିଲେ । ତାଙ୍କ ବାପା ଏବଂ ମାଆ ଉଭୟ ସରକାରୀ ଚାକିରୀ କରୁଥିବାରୁ ଘରର ଆର୍ଥୀକ ଅବସ୍ଥା ଭଲ ଥିଲା । ସେମାନେ ଝିଅକୁ ଚାପମୁକ୍ତ କରାଇବା ପାଇଁ ଅନେକ ଉଦ୍ୟମ କରିଥିଲେ ମଧ୍ୟ ଲାଭ କିଛି ହୋଇ ନ ଥିଲା ।

ନିକଟରେ ଏକ ଶୁଟିଂ କ୍ୱାଲିଫାଇ ମୁକାବିଲା ପୂର୍ବରୁ ସେ ଠିକ ଭାବେ ଅଭ୍ୟାସ କରିପାରି ନ ଥିଲେ । ତାଙ୍କ ପ୍ରଦର୍ଶନସ୍ତର ଖସି ଯାଇଥିବାରୁ ସେ ଚିନ୍ତାରେ ଥିଲେ । କମ ବୟସରେ ସେ ୧୧ ଆନ୍ତର୍ଜାତୀୟ ପଦକ ଜିତିଥିଲେ । ଶୁଟିଂ ପ୍ରତି ତାଙ୍କ ଭାବପ୍ରବଣତା ଅଧିକ ଥିବାରୁ ଏହା ପରୋକ୍ଷରେ ତାଙ୍କ ଜୀବନ ନେଲା ବୋଲି ପରିବାର ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.