Latest Odisha News

BREAKING NEWS

ପଶ୍ଚିମବଙ୍ଗରେ ସରକାରୀ ଚାକିରି ପାଇଁ ବଙ୍ଗଳା ଜାଣଥିବା ଆବଶ୍ୟକ ବୋଲି କହିଲେ ମମତା ବାନାର୍ଜୀ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେଉଁମାନେ ଭଲକରି ବଙ୍ଗାଳୀ କହିପାରିବେ ଓ ବଙ୍ଗଳା ଜାଣିଛନ୍ତି ସେମାନଙ୍କୁ ସରକାରୀ ଚାକିରି ମିଳିବ। କହିବାକୁ ଗଲେ ଯେଉଁମାନେ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ସାମାନଙ୍କ ମଧ୍ୟରୁ ବଙ୍ଗଳା ଭାଷା ଜାଣିଥିବା ଲୋକଙ୍କୁ ଆଗ ଆଗ୍ରାଧିକାର ଦିଆଯିବ ବୋଲି ମମତା କହିଛନ୍ତି।

କୁହାଯାଉଛି ଯେ ଏହା ରାଜ୍ୟରେ ରହୁଥିବା ବାସିନ୍ଦାଙ୍କ ସରକାରୀ ଚାକିରି ପାଇଁ ଏହା ସୁନିଶ୍ଚିତ ପଦକ୍ଷେପ। ଗୁରୁବାର ମାଲଦା ଜିଲ୍ଲାରେ ଏକ ପ୍ରଶାସନିକ ବୈଠକରେ ଯୋଗଦେବା ସମୟରେ ଏପରି କହିଥିଲେ ମମତା ବାନାର୍ଜୀ। ମୁଁ ସବୁ ରାଜ୍ୟ ପାଇଁ ଏହା କହୁଛି ବୋଲି ମମତା କହିବା ସହ। ବେଙ୍ଗଲରେ ସୃଷ୍ଟି ହେଉଥିବା ଚାକିରି ପାଇଁ ବେଙ୍ଗଲବାସୀଙ୍କୁ ଅଗ୍ରାଧିକାର ଦିଆଯିବା ଆବଶ୍ୟକ ବୋଲି ମମତା କହିଥିଲେ।

ବିହାର କିମ୍ବା ୟୁପିରେ ରହୁଥିବା ଲୋକମାନେ ସେମାନେ ଏହି ନୀତି ଅବଲମ୍ବନ କଲେ ସ୍ଥାନୀୟ ସରକାରଙ୍କୁ ଉତ୍ତରଦାୟୀ କରିବେ ବୋଲି ମମତା କହିଥିଲେ। ସମସ୍ତ ରାଜ୍ୟର ଲୋକମାନଙ୍କୁ ସେମାନଙ୍କ ପାଇଁ ରାଜ୍ୟରେ ସରକାରୀ ଚାକିରି କ୍ଷେତ୍ରରେ ଅଗ୍ରାଧିକାର ଦିଆଯିବା ଆବଶ୍ୟକ ବୋଲି ମମତା କହିଥିଲେ।

ସ୍ଥାନୀୟ ବାସିନ୍ଦା ବଦଳରେ ଯେତେବେଳେ ଅନ୍ୟ ରାଜ୍ୟର ଲୋକମାନଙ୍କୁ ଚାକିରି କ୍ଷେତ୍ରରେ ନିଯୁକ୍ତି ଦିଆଯାଉଛି ସେମାନେ ସ୍ଥାନୀୟ ଭାଷାକୁ ଅଣଦେଖା କରୁଛନ୍ତି । ଏବଂ ସ୍ଥାନୀୟ ଭାଷା କହି ପାରୁନାହାଁନ୍ତି ଫଳରେ ସମସ୍ୟ। ଉପୁଜିଥାଏ। ଫଳରେ ସ୍ଥାନୀୟ ବାସିନ୍ଦା ମାନେ କ୍ଷତିଗ୍ରସ୍ତ ହୁଅନ୍ତି ବୋଲି ମମତା କହିଛନ୍ତି।

Leave A Reply

Your email address will not be published.