Latest Odisha News

ଏସ୍ଆର୍ ଚେସ ସେଣ୍ଟରରେ ଅନ୍ତର୍ଜାତୀୟ ଚେସ ଦିବସ ପାଳିତ

ଭୁବନେଶ୍ୱର: ସହିଦ୍ ନଗର ସ୍ଥିତ ଏସଆର୍ ଚେସ ପ୍ରଶିକ୍ଷଣ କେନ୍ଦ୍ର ଠାରେ ପାଳିତ ହୋଇଛି ଅନ୍ତର୍ଜାତୀୟ ଚେସ ଦିବସ । ଏହି ଅବସରରେ ପ୍ରଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ଏକ ଲିଖିତ କୁଇଜ୍ ଟେଷ୍ଟ କରାଯାଇ ଶ୍ରେଷ୍ଠ ବିବେଚିତ ଖେଳାଳିଙ୍କୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ଚେସବୋର୍ଡର ଏକ ସ୍ବତନ୍ତ୍ର ଚେସ କେକ୍ କଟାଜିବା ସହ ପିଲାମାନଙ୍କୁ ବିଭିନ୍ନ ଉପହାର ପ୍ରଦାନ କରାଯାଇଥିଲା।

ଏସ ଆର୍ ଚେସ ସେଣ୍ଟରର ଅଧ୍ୟକ୍ଷ ଶୁଭାଶିସ ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ସଭାରେ ଆଲିମ୍ପିଆନ ତଥା ହଡଲସ କୁଇନ୍ ଅନୁରାଧା ବିଶ୍ବାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ଅନ୍ତର୍ଜାତୀୟ କ୍ରୀଡାବିତ୍ ହେବାକୁ ଉତ୍ସାହ ପ୍ରଦାନ କରିଥିଲେ। ସଭାପତି ସୁଭାସିସ ପଟ୍ଟନାୟକ ଅନ୍ତର୍ଜାତୀୟ ଚେସ ଦିବସର ମହତ୍ତ୍ଵ ତଥା ଭାରତରେ ଏହାର ବ୍ୟାପକ ସଫଳତା ବିଷୟରେ ଆଲୋକପାତ କରିଥିଲେ। ସହିଦନଗର ଏସଆର ଚେସ ସେଣ୍ଟରର ମୁଖ୍ୟ କୋଚ ସତ୍ୟ ଜିତ୍ ପଟ୍ଟନାୟକ ଓ ମନୋଜ କୁମାର ରାୟ ଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ସଭାରେ ବିଜୁ ପଟ୍ଟନାୟକ ପୁରସ୍କାର ପ୍ରାପ୍ତ ପ୍ରଶିକ୍ଷକ ସତ୍ୟ ରଞ୍ଜନ ପଟ୍ଟନାୟକ ସ୍ବାଗତ ଭାଷଣ ସହ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଜାତୀୟ ଚେସ ପ୍ରଶିକ୍ଷକ ପ୍ରଣବ ମହାନ୍ତି ଆଶୁତୋଷ ମହାପାତ୍ର ଓ ଦୀପ୍ତି ରଞ୍ଜନ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.