Latest Odisha News

BREAKING NEWS

ଓଡିଶାକୁ ଫେରିଲା ଆନ୍ତର୍ଜାତୀୟ ହକି

ଭୁବନେଶ୍ୱର: କିଛି ଦିନର ବିରତି ପରେ ଓଡିଶାକୁ ପୁନର୍ବାର ଆନ୍ତର୍ଜାତୀୟ ହକି ପ୍ରତିଯୋଗିତା ଫେରିଛି । ଯାହାକୁ ନେଇ ପ୍ରଶଂସକମାନେ ବେଶ ଉତ୍ସାହିତ ହୋଇ ପଡିଛନ୍ତି । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଫେବୃୟାରୀ ୩ରୁ ୨୫ ପର୍ଯ୍ୟନ୍ତ ଏଫଆଇଏଚ ପ୍ରୋ ଲିଗ ଆୟୋଜିତ ହେବ । ଏଥିପାଇଁ ଚୀନ, ଆମେରିକା, ନେଦରଲାଣ୍ଡ ଓ ଅଷ୍ଟ୍ରେଲିଆ ଟିମ ଭୁବନେଶ୍ୱରରେ ପଂହଚି ସାରିଛନ୍ତି । ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି । ଅନଲାଇନ ଓ ଅଫଲାଇନ ଟିକେଟ ବିକ୍ରି ମଧ୍ୟ ଜୋର ଧରିଛି ।

କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ, ହକି ଇଣ୍ଡିଆ ଓ ରାଜ୍ୟ ସରକାର ଏହାକୁ ସଫଳ କରିବା ସମସ୍ତ ପ୍ରକାର ଉଦ୍ୟମ କରିଛନ୍ତି । ହକି ବିଶ୍ୱକପର ପ୍ରାୟ ୧ ବର୍ଷ ପରେ ପୁନର୍ବାର ଓଡିଶାରେ ଆନ୍ତର୍ଜାତୀୟ ହକି ମ୍ୟାଚ ଆୟୋଜିତ ହେବାକୁ ଯାଉଥିବାରୁ ସମସ୍ତେ ବେଶ ଉତ୍ସାହିତ ଅଛନ୍ତି ବୋଲି କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ସେକ୍ରେଟାରୀ ଭିନିଲ କ୍ରିଷ୍ଣା କହିଛନ୍ତି । ରାଉରକେଲାରେ ମହିଳା ଟିମ ତାଙ୍କ ପଦାର୍ପଣ ମ୍ୟାଚ ଖେଳିବେ । ତେବେ ଅଲିମ୍ପିକ୍ସ ପ୍ରସ୍ତୁତି ଦୃଷ୍ଟିକୋଣରୁ ପୁରୁଷ ଟିମ ପାଇଁ ଏହି ପ୍ରତିଯୋଗିତା ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି ।

ସବିତା ନେତୃତ୍ୱାଧୀନ ମହିଳା ଟିମ ୩ରୁ ୯ ପର୍ଯ୍ୟନ୍ତ ଆମେରିକା, ନେଦରଲାଣ୍ଡ, ଚୀନ ଓ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଖେଳିବ । ୧୨ରୁ ୧୮ ପର୍ଯ୍ୟନ୍ତ ବିର୍ସାମୁଣ୍ଡାରେ ମ୍ୟାଚ ଖେଳିବ । ଅପରପକ୍ଷରେ ପୁରୁଷ ଟିମ ନେଦରଲାଣ୍ଡ, ସ୍ପେନ, ଅଷ୍ଟ୍ରେଲିଆ ଓ ଆୟର୍ଲାଣ୍ଡ ବିପକ୍ଷରେ ୧୦ରୁ ୧୬ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଏବଂ ୧୯ରୁ ୨୫ ରାଉରକେଲାରେ ମ୍ୟାଚ ଖେଳିବ ।

Leave A Reply

Your email address will not be published.