Latest Odisha News

BREAKING NEWS

ବଜେଟ୍ ୨୦୨୪: ୩ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବା ଲକ୍ଷ୍ୟ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଷଷ୍ଠ ଥର ଲାଗି ସଂସଦରେ କେନ୍ଦ୍ର ବଜେଟ ଉପସ୍ଥାପନା କରିଛନ୍ତି । ମୋଦି ସରକାରଙ୍କ ସମୟରେ ଏହି ହେଉଛି ଶେଷ ଅନ୍ତରୀଣ ବଜେଟ । ତେବେ ବଜେଟ ଉପସ୍ଥାପନା ସମୟରେ ମହିଳାମାନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ୩କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖଥିବା ନେଇ ଘୋଷଣା କରିଛନ୍ତି ନିର୍ମଳା ।

ଅର୍ଥମନ୍ତ୍ରୀ କହିଛନ୍ତି, “ପ୍ରାୟ ଏକ କୋଟି ମହିଳାଙ୍କୁ ଲକ୍ଷପତି ଦିଦି ଯୋଜନାରେ ସାମିଲ କରାଯାଇଛି । ମୋଦି ସରକାର ମହିଳାଙ୍କ ବିକାଶ ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି । ଲକ୍ଷପତି ଦିଦି ଏହାର ଏକ ଅଂଶ। ୯କୋଟି ମହିଳାଙ୍କ ଜୀବନରେ ବଡ ପରିବର୍ତ୍ତନ ଆସିଛି। ସେମାନେ ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।”

ସ୍ବୟଂ ସହାୟ ଗୋଷ୍ଠୀ ଏବଂ ଆତ୍ମନିର୍ଭରଶୀଳତା ମାଧ୍ୟମରେ ଗ୍ରାମାଞ୍ଚଳର ସାମାଜିକ-ଅର୍ଥନୈତିକ ଦୃଷ୍ଟିକୋଣରେ ପରିବର୍ତ୍ତନ ଆସୁଛି । ସେମାନଙ୍କର ସଫଳତା ହେତୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ଏକ କୋଟି ମହିଳା ଲକ୍ଷପତି ଦିଦି ହୋଇପାରିଛନ୍ତି । ସେ ଅନ୍ୟ ମହିଳାମାନଙ୍କ ପାଇଁ ଏକ ପ୍ରେରଣା ପାଲଟିଛନ୍ତି । ସେମାନଙ୍କୁ ସମ୍ମାନିତ କରାଯାଇ ଉପଲବ୍ଧିର ମାନ୍ୟତା ପ୍ରଦାନ କରାଯିବ । ଏହି ସଫଳତାରେ ଉତ୍ସାହିତ ହୋଇ ଲକ୍ଷପତି ଦିଦିର ଲକ୍ଷ୍ୟ ୨ରୁ 3କୋଟିକୁ ବୃଦ୍ଧି କରାଯାଇଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

Leave A Reply

Your email address will not be published.