Latest Odisha News

ଆଦିତ୍ୟ ଆଲୁମିନିୟମରେ ‘ଆନ୍ତର୍ଜାତିକ ସାକ୍ଷରତା ଦିବସ’ ପାଳିତ

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପର ପ୍ରମୁଖ କମ୍ପାନି ହିଣ୍ଡାଲକୋ ପକ୍ଷରୁ ସମ୍ବଲପୁର ଜିଲ୍ଲା ଲପଙ୍ଗାରେ ଥିବା ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଧୋରୋପାଣି ଉଚ୍ଚ ବିଦ୍ୟାଳୟରେ ‘ଆନ୍ତର୍ଜାତିକ ସାକ୍ଷରତା ଦିବସ’ ପାଳନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ବାଲୋମୋଲୋଇର ସରପଞ୍ଚ ଶେଷଦେବ ପ୍ରଧାନ, ସିଆରସି ବିଦ୍ୟାଳୟ ଓ ଗଣ ଶିକ୍ଷାବିଭାଗ ସଞ୍ଜୀବ ନାୟକ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗୋପାଳ ପଣ୍ଡା, ଶ୍ୱେତା ଉପାଧ୍ୟାୟ, ବରିଷ୍ଠ ପ୍ରବନ୍ଧକ, ସିଏସଆର୍, ଆଦିତ୍ୟ ଆଲୁମିନିୟମ୍ ଯୋଗ ଦେଇଥିଲେ ।

ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇ ଅତିଥି ଓ ଶିକ୍ଷକମାନେ କହିଛନ୍ତି ଯେ, ପାରମ୍ପରିକ ଭାବେ ପଢ଼ିବା ଏବଂ ଲେଖିବାର ଦକ୍ଷତାକୁ ସାକ୍ଷରତା କୁହାଯାଏ । ମାତ୍ର ଆଜିର ଆଧୁନିକ ଯୁଗରେ ବିଗତ ବର୍ଷ ଗୁଡ଼ିକର ସାକ୍ଷରତାର ଅର୍ଥ ବହୁତ ବଦଳିଗଲାଣି ଏବଂ ଏଥିରେ ବିବିଧ ଭାଷାକୁ ଜାଣିବା, ସଂଖ୍ୟା, ଚିତ୍ର, କମ୍ପ୍ୟୁଟର, ବୁଝାଇବା, ଯୋଗାଯୋଗ କରିବା ଏବଂ ଅର୍ଥ ପୂର୍ଣ୍ଣ ବ୍ୟବହାର ଯୋଗ୍ୟ ଜ୍ଞାନ ହାସଲ କରିବାର ମୌଳିକ ଆବଶ୍ୟକତା ଏବଂ ଗାଣିତିକ ସମସ୍ୟାର ସମାଧାନ କରିବା ଆଦି ସାମିଲ ହୋଇଗଲାଣି । ଏଥିରେ ପ୍ରଯୁକ୍ତି ଜରିଆରେ ଜ୍ଞାନ ହାସଲ କରିବାର ଦକ୍ଷତା ଏବଂ ଜଟିଳ ବିଷୟକୁ ଜାଣିବା ଆଦି ସାମିଲ ହୋଇଛି ।

ଆହୁରି ମଧ୍ୟ ଏହି ଅବସରରେ ସମାଜକୁ ନିରକ୍ଷରତା ମୁକ୍ତ କରିବା ଲାଗି ସମସ୍ତେ ଶପଥ ପାଠ କରିଥିଲେ ଏବଂ ସବୁ ଛାତ୍ରଛାତ୍ରୀ ନିଜ ପରିବାରର ନିରକ୍ଷର ସଦସ୍ୟମାନଙ୍କୁ ଅକ୍ଷର ଶିଖାଇବାର ଦାୟିତ୍ୱ ନେଇଥିଲେ ।

ଛାତ୍ରଛାତ୍ରୀମାନେ ଉତ୍ସାହର ସହିତ ସଚେତନତା ସ୍ଲୋଗାନ ଦେଇଥିବା ବେଳେ ଆୟୋଜନ କରାଯାଇଥିବା ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ଏବଂ ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ମନୋରଂଜନ ବେହେରା, ସହକାରୀ ପ୍ରବନ୍ଧକ, ସିଏସଆର୍, ଆଦିତ୍ୟ ଆଲୁମିନିୟମ, ଧୋରୋପାଣି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକଶିକ୍ଷୟିତ୍ରୀ ଏବଂ ଅଣ-ଶିକ୍ଷଣୀୟ ଷ୍ଟାଫମାନେ ଏହି ଅବସରରେ ଉପସ୍ଥିତ ଥିଲେ ।

Comments are closed.