Latest Odisha News

BREAKING NEWS

ପୁରୀ ମଙ୍ଗୁ ମଠ ଭଙ୍ଗାନଯାଉ, ନବୀନଙ୍କୁ ଅନୁରୋଧ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ/ଭୁବନେଶ୍ୱର: ପୁରୀକୁ ବିଶ୍ୱ ଐତିହ୍ୟରେ ରୂପାନ୍ତରିତ କରିବା ଲାଗି ସେଠାରେ ଥିବା ଅନେକ ପ୍ରାଚୀନ ମଠକୁ ଭଙ୍ଗା ଯାଉଥିବା ବେଳେ ମଙ୍ଗୁ ମଠକୁ ନଭାଙ୍ଗିବାକୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଅନୁରୋଧ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମିରେନ୍ଦ୍ର ସିଂହ ।

ଏପରିକି ମଠକୁ ଭାଙ୍ଗିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହି ଜଗନ୍ନାଥ ସଂସ୍କୃତି ଓ ଶିଖ ଧର୍ମ ତଥା ଗୁରୁ ନାନକ ଦେବଙ୍କ ସହିତ ଜଡିତ ରହିଛି । ‘ସବୁ ଧର୍ମ ସମାନ ଓ ଭଗବାନ ଏକ’ ଉକ୍ତିକୁ ଏହି ମଠ ଯଥାର୍ଥତା ପ୍ରଦାନ କରୁଛି । ତେଣୁ ଏହି ସର୍ବପୁରାତନ ମଙ୍ଗୁ ମଠକୁ ନଭାଙ୍ଗିବା ଲାଗି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମିରେନ୍ଦ୍ର ସିଂହ ନବୀନଙ୍କୁ ଏସମ୍ପର୍କୀତ ଏକ ଚିଠି ଲେଖିଛନ୍ତି ।

ସୂଚନାଯୋଗ୍ୟ, ୧୬୭୦ ମସିହାରେ ଗୁରୁ ତେଗ ବାହାଦୂର ମଙ୍ଗୁ ମଠ ବୁଲିବାକୁ ଆସିଥିଲେ ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ସାରା ଦେଶ ପ୍ରଥମ ଶିଖ୍ ଗୁରୁଙ୍କ ୫୫୦ତମ ପ୍ରକାଶ ପର୍ବ ପାଳନ କରିବା ଲାଗି ପ୍ରସ୍ତୁତ ହେଉଥିବା ବେଳେ ଓଡିଶା ସରକାରଙ୍କ ଦ୍ୱାରା ଜଗନ୍ନାଥ ମନ୍ଦିର ଓ ଶିଖ ଧର୍ମ ସହ ଜଡିତ ସମ୍ପର୍କକୁ ଭଙ୍ଗା ଯାଉଅଛି ।

ଏପରିକି ଗୁରୁ ନାନକଙ୍କ ପୁଅ ବାବା ଶ୍ରୀ ଚନ୍ଦଙ୍କ ପ୍ରତିଛବି ଉକ୍ତ ମଠ ମଧ୍ୟରେ ରହିଛି । ଏହି ମଙ୍ଗୁ ମଠ ନାନକ ପନ୍ଥି ମାନଙ୍କର ବାସସ୍ଥଳୀ ହୋଇଥିବା ବେଳେ ସେମାନେ ଉତ୍ତର ଭାରତରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ପୂର୍ବରୁ ଓଡିଶାର ଶିଖ୍ ସମ୍ପ୍ରଦାୟ ନବୀନଙ୍କୁ ଅନୁରୋଧ କରିଥିଲେ ଯେ, ପୁରୀରେ ମଠଗୁଡିକୁ ଭଙ୍ଗା ଯାଉଥିବା ବେଳେ ଶିଖଧର୍ମ ସହ ଜଡିତ ମଠକୁ ସୁରକ୍ଷା ପ୍ରଦାନ କରାଯାଉ ।

ଅପରପକ୍ଷରେ ଶିଖ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରି ଓକିଲ ସୁଖବିନ୍ଦର ସିଂହ ଓ ଐତିହାସିକାର ଅନିଲ ଧୀର କହିଛନ୍ତି ଯେ, ଏହି ମଠଗୁଡିକ ବହୁ ପୁରାତନ କାଳରୁ ଜଗନ୍ନାଥ ସଂସ୍କୃତି ସହ ଯୋଡା ହୋଇରହିଛି ।

ତେବେ ସରକାର ଏହା ନିକଟରେ ଥିବା ବେଆଇନ ନିର୍ମାଣ ତଥା ଅସୁରକ୍ଷିତ ନିର୍ମାଣ ଭାଙ୍ଗିଦିଅନ୍ତୁ କିନ୍ତୁ ଏହାର ଗର୍ଭଗୃହ ତଥା ଗାଦିକୁ ଉଚ୍ଛେଦ ନକରାଯାଉ ବୋଲି ସେମାନେ ସେପ୍ଟେମ୍ବର ୧୧ରେ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଅନୁରୋଧ କରିଥିଲେ ।

Leave A Reply

Your email address will not be published.