Latest Odisha News

BREAKING NEWS

୬୪ ଘର ଚାଲର ରାଜକୁମାରୀ ପଦ୍ମିନୀ କଲେ ବିବାହ

ଭୁବନେଶ୍ୱର: ଓଡିଶାର ଆନ୍ତର୍ଜାତୀୟ ଚେସ ଖେଳାଳି ପଦ୍ମିନୀ ରାଉତ ରବିବାର ମୁମ୍ବାଇର ଜୟକିଶନ ମନକାନିଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ପଦ୍ମିନୀ ପରିବାର ସୂତ୍ରରୁ ମିଳିଥିବା ଖବର ଅନୁସାରେ ସମ୍ପୂର୍ଣ୍ଣ ବୈଦିକ ରୀତି ନୀତିରେ ପଟିଆର ଏକ ହୋଟେଲରେ ଏହି ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ପରିବାର ସଦସ୍ୟଙ୍କ ବ୍ୟତୀତ ଅନେକ ଚେସ ଖେଳାଳି ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ । ଏମାନଙ୍କ ମଧ୍ୟରେ ସୌମ୍ୟ ସ୍ୱାମୀନାଥନ ଓ ନିଶା ମୋହୋତା ମଧ୍ୟ ଥିଲେ । ଜୟକିଶନ ଜଣେ ଆଇଟି ଫ୍ରଫେଶନାଲ ହୋଇଥିଲେ ମଧ୍ୟ ଚେସ ପ୍ରତି ତାଙ୍କର ଦୁର୍ବଳତା ରହିଥିଲା ।

ଅପରପକ୍ଷରେ ପଦ୍ମିନୀ ଯିଏକି ୧୬ ବର୍ଷରୁ କମ ବିଶ୍ୱ ଚେସ ଚାମ୍ପିୟନଶିପରେ ଟାଇଟଲ ହାସଲ କରିବା ସହ ୪ଥର ଜାତୀୟ ମହିଳା ପ୍ରିମିୟର ଟାଇଟଲ ମଧ୍ୟ ଜିତିଛନ୍ତି । ଏହା ବ୍ୟତୀତ ସେ ଏସିଆନ ଓମ୍ୟାନ ଚାମ୍ପିୟନଶିପ ହାସଲ କରିଛନ୍ତି । ସେ ମହିଳା ଗ୍ରାଣ୍ଡ ମାଷ୍ଟର ଓ ଇଂଟରନ୍ୟାଶନାଲ ମାଷ୍ଟର ମଧ୍ୟ ହୋଇଛନ୍ତି । ସେ ମହିଳା ଚେସ ଅଲିମ୍ପିଆଡ, ମହିଳା ଟିମ ଚେସ ଚାମ୍ପିୟନଶିପ ଓ ମହିଳା ଏସିଆନ ଟିମ ଚେସ ଚାମ୍ପିୟନଶିପରେ ଜାତୀୟ ଟିମର ସଦସ୍ୟ ଥିଲେ । ୨୦୧୪ ଚେସ ଅଲିମ୍ପିଆଡରେ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

Leave A Reply

Your email address will not be published.