ଭୁବନେଶ୍ୱର: ଓଡ଼ିଶା ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରୁଛି। ମାଣ୍ଡିଆ ଦିବସ ପାଳନ କରିବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ। ମିଲେଟର ବ୍ୟାପକ ପ୍ରଚାର ଓ ପ୍ରସାର ଦିଗରେ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆସନ୍ତା ନଭେମ୍ୱର ୯ ଓ ୧୦ ତାରିଖରେ ମିଲେଟ ସମ୍ବନ୍ଧୀୟ ଦୁଇଦିନିଆ ଆନ୍ତର୍ଜାତିକ ମିଲେଟ ସମ୍ମିଳନୀର ଆୟୋଜନ କରାଯାଉଛି।
ଏହି ସମ୍ମିଲନୀ ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ହେବ। ମିଲେଟ ଉପରେ ଆସନ୍ତା ୧୦ ବର୍ଷ ପାଇଁ ପଲିସି ରୋଡମ୍ୟାପ୍ ପ୍ରସ୍ତୁତ କରାଯିବ। ଏନେଇ ବୁଧବାର କୃଷି ଭବନଠାରେ ସାଙ୍ଗଠନିକ କମିଟିର ପ୍ରଥମ ପ୍ରସ୍ତୁତି ବୈଠକ ହୋଇଥିଲା। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।
ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ମିଲେଟ୍ ରିସର୍ଚ, ଇକ୍ରିସାଟ୍, ଖାଦ୍ୟ ଓ କୃଷି ସଂଗଠନ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଏସ୍ସିଏସ୍ଟିଆରଟିଆଇ ଏବଂ ଅନ୍ୟାନ୍ୟ ଅନୁଷ୍ଠାନର ସହଯୋଗରେ ସମ୍ମିଳନୀର ଆୟୋଜନ କରିବାକୁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି।
Comments are closed.