Latest Odisha News

BREAKING NEWS

ବର୍ଣ୍ଣାଢ୍ୟ ପରିବେଶରେ ଉଦଘାଟିତ ହେଲା ‘ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ’

ଭୁବନେଶ୍ୱର: ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ ଓଡ଼ିଶା ପାଇଁ ନିଶ୍ଚିତ ଭାବେ ଏକ ଅନନ୍ୟ ଘଟଣା । ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ସହାୟତାରେ ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଆନ୍ତର୍ଜାତିକ ଓଡ଼ିଶୀ ଉଦ୍‍ଘାଟନୀ ଉତ୍ସବ ରବିନ୍ଦ୍ର ମଣ୍ଡପଠାରେ ଏକ ବର୍ଣ୍ଣାଢ୍ୟ ଓ ମନୋଜ୍ଞ ପରିବେଶ ଭିତରେ ଆରମ୍ଭ ହୋଇଅଛି । ଏହି ପାଞ୍ଚଞ୍ଚଦିନିଆ ନୃତ୍ୟ କାର୍ଯ୍ୟକ୍ରମରେ ଦେଶ, ବିଦେଶ ତଥା ସ୍ଥାନୀୟ କଳାକାର ପ୍ରାୟ ୪୦୦ରୁ ଅଧିକ ଯୋଗଦାନ କରିଛନ୍ତି ।

ଉଦ୍ଘାଟନୀ ଉତ୍ସବର ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିଲା ଅପରାହ୍ନ ୬ଘଟିକାରୁ । ଏହାର ଶୁଭାରମ୍ଭ କରିଥିଲେ ଗୁରୁ ତଥା ବିଶିଷ୍ଟ ଓଡ଼ିଶୀ ସଙ୍ଗୀତଜ୍ଞ ପ୍ରଫେସର ରାମହରି ଦାସ, ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ସଂସ୍କୃତି ବିଭାଗର ନିଦେ୍ର୍ଧଶକ ବିଜୟ କୁମାର ନାୟକ, ମର୍ଦ୍ଧଳ ବାଦକ ଗୁରୁ ଧନେଶ୍ୱର ସ୍ୱାଇଁ ଓ ଓଡ଼ିଶୀ ଗବେଷଣା କେନ୍ଦ୍ରର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼. ସଙ୍ଗୀତା ଗୋସାଇଁଙ୍କ ପ୍ରଦୀପ ପ୍ରଜ୍ୱଳନ ଦ୍ୱାରା ।

ପ୍ରଥମେ ଏକକ ନୃତ୍ୟ ପର୍ଯ୍ୟାୟରେ ବିଶିଷ୍ଟ ନୃତ୍ୟାଙ୍ଗନା ପଦ୍ମଶ୍ରୀ ଗୁରୁ ଅରୁଣା ମହାନ୍ତିଙ୍କ ଦ୍ୱାରା ଅଭିନୟ ସଂସାର ପରିବେଶିତ ହୋଇଥିଲା ଯାହା ରାଗ କଳାବତୀ ଓ ତାଳ ଏକତାଳୀ ଉପରେ ନିବଦ୍ଧ ଥିଲା ଯାହାର ନୃତ୍ୟ ସଂରଚନା ନିଜେ ଗୁରୁ ଅରୁଣା ମହାନ୍ତି କରିଥିଲା ବେଳେ ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ବିଜୟ କୁମାର ଜେନା । ତାଙ୍କର ଚମକ୍ରାର ପରିବେଶଣ ଦର୍ଶକଙ୍କ କରତାଳୀରୁ ବାରିହେଉଥିଲା ।

ପରେ ପରେ ମମତା ଶତପଥୀଙ୍କ ଦ୍ୱାରା ଅଭିନୟ ବିଦଗ୍ଧ ଚିନ୍ତାମଣି କାବ‎୍ୟରୁ ଉଦ୍ଧୃତ ଧୀରେ ଘେନ କାନନରେ କୃଷ୍ଣ ପରିବେଶିତ ହୋଇଥିଲା ।

ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ଦିଲ୍ଲୀରୁ ଆସିଥିବା ନୃତ୍ୟଶିଳ୍ପୀ ରାହୁଲ ଭର୍ସନେଙ୍କ ଦ୍ୱାରା ଶୁଦ୍ଧନୃତ୍ୟ ବଡ଼ ସ୍ଥାୟୀ ଯାହା ତାଳ ଏକତାଳୀ ଉପରେ ନିବଦ୍ଧ ଥିଲା ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ଦୁର୍ଗାଚରଣ ରଣବୀର ।

ପରେ ପରେ ଦ୍ୱୈତ ନୃତ୍ୟ ପର୍ଯ୍ୟାୟରେ ସୁରଜ ଶୁଭ୍ରମନ୍ୟମ ଏବଂ ଜାନୁଆରୀ ଲୋଙ୍କ ଦ୍ୱାରା ରାଗ ଶଙ୍କରା ଭରଣ ଓ ତାଳ ଏକତାଳୀ ଉପରେ ସ୍ଥାୟୀ ନୃତ୍ୟ ପରିବେଶଣ ।

ସଂଧ୍ୟାର ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା ଆମେରିକାର କାକଳୀ ପରମଗୁରୁଙ୍କ ଦ୍ୱାରା ଅଭିନୟ ଗାନ୍ଧାରୀର ଆର୍ଶିବାଦ ଯାହା ରାଗ ରାଗମାଳିକା ଓ ତାଳ ତାଳ ମାଳିକା ଉପରେ ପରିବେଶିତ ଯାହାର ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ଶ୍ରୀ ରାମହରି ଦାସ, ବାଦ୍ୟ ସଂଯୋଜନା କରିଥିଲେ ଗୁରୁ ଶ୍ରୀ ଧନେଶ୍ୱର ସ୍ୱାଇଁ ଓ ନୃତ୍ୟ ସଂରଚନା କରିଥିଲେ ଗୁରୁ ଦୁର୍ଗାଚରଣ ରଣବୀର ।

ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ଜାପାନରୁ ଆସିଥିବା ଓଡ଼ିଶୀ ନୃତ୍ୟଶିଳ୍ପୀ ଶୋୟ ଅମାଚୀଙ୍କ ଦ୍ୱାରା ପଲ୍ଲବୀ ପରିବେଶଣ ଯାହା ରାଗ ବାଗେଶ୍ରୀ ଉପରେ ନିବଦ୍ଧ ଥିଲା ଯାହାର ସଙ୍ଗୀତ ସଂଯୋଜନା କରିଥିଲେ ୰ପଣ୍ଡିତ ରଘୁନାଥ ପାଣିଗ୍ରାହୀ ଓ ନୃତ୍ୟ ସଂରଚନା କରିଥିଲେ ଗୁରୁ ରତିକାନ୍ତ ମହାପାତ୍ର ।

ପରେ ପରେ ଅନନ୍ୟା ଦେବ ଓ ଇଶା ଛବୀଙ୍କ ଦ୍ୱାରା ଓଡ଼ିଶୀ ଦ୍ୱୈତ ନୃତ୍ୟ, ଏକକ ନୃତ୍ୟରେ କଲିକତାର ଶ୍ରାବଣୀ ସେନ ଓ ସଞ୍ଜୀତ କୁମାର ପ୍ରଦାନ ଏବଂ ପ୍ରଥମ ସଂଧ୍ୟାର ଅନ୍ତିମ କାର୍ଯ୍ୟକ୍ରମ ଥିଲା ଓଡ଼ିଶୀ ଦଳଗତ ନୃତ୍ୟ ଯାହାକୁ ପରିବେଶଣ କରିଥିଲେ ଇନେ୍ଦାରରୁ ଆସିଥିବା ଛନ୍ଦକ ଅନୁÂାରର କଳାକାରମାନେ ।

ଆସନ୍ତା କାଲି ପୂର୍ବାହ୍ନ ୧୦ ଟାରୁ ୨ଟା ପର୍ଯ୍ୟନ୍ତ ବହୁ ନୃତ୍ୟଶିଳ୍ପୀ ନୃତ୍ୟ ପରିବେଶଷ କରିବେ ଏବଂ ଦିନ ୪ଟାରୁ ପୁଣି ଆରମ୍ଭ ହେବ ଅପରାହ୍ନ ଓ ସାନ୍ଧ୍ୟ ନୃତ୍ୟ କାର୍ଯ୍ୟକ୍ରମ । ସମସ୍ତ ରସପିପାସୁ ଦର୍ଶକଙ୍କୁ ଏହି ଉତ୍ସବରେ ଯୋଗଦାନ କରି ଏହାର ଆନନ୍ଦ ନେବାକୁ ଅନୁରୋଧ । ଏହାର ପ୍ରବେଶ ମୁକ୍ତ ରଖାଯାଇଅଛି ।

Leave A Reply

Your email address will not be published.