Latest Odisha News

ସେବା ଦ୍ୱାରା ଲୋକଙ୍କ ହୃଦୟ ଜିତିବା ଆମର ଲକ୍ଷ୍ୟ: ନବୀନ

ଭୁବନେଶ୍ୱର: ଦୁଇ ଦଶନ୍ଧୀର ରାଜନୈତିକ ଜୀବନ ମଧ୍ୟରେ ପ୍ରଥମଥର ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ବିଜୁ ଜନତା ଦଳର ଭବିଷ୍ୟତ ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ସେବା ଦ୍ୱାରା ଲୋକଙ୍କ ହୃଦୟ ଜିତିବା ଆମର ଲକ୍ଷ୍ୟ । ବିଜେଡ଼ି ଏକ ଜନ ଆନେ୍ଦାଳନ, ଏହି ଦଳ ରହିବା ଲାଗି କାହା ଉପରେ ନିର୍ଭରଶୀଳ ନୁହେଁ ଏବଂ ଏପରିକି ମୋ ଉପରେ ମଧ୍ୟ ଦଳ ନିର୍ଭରଶୀଳ ନୁହେଁ ।

“ବିଜେଡି କୌଣସି ଦଳୀୟ ନେତୃତ୍ୱକୁ ଆଗରେ ରଖିଥିବା ଏକ ରାଜନୈତିକ ଦଳ ନୁହେଁ । ସାଢେ ଚାରିକୋଟି ଜନସାଧାରଣଙ୍କ ଲାଗି ଏହା ଏକ ଆନେ୍ଦାଳନ,” ବୋଲି ବିଜେଡ଼ିର ୨୩ତମ ପ୍ରତିÂା ଦିବସ ଅବସରରେ ନବୀନ କହିଚଛନ୍ତି ।

ରାଜ୍ୟର ସାଢେ ୪ କୋଟି ଜନସାଧାରଣ ଆମକୁ ଦେଇଥିବା ଦାୟିତ୍ୱକୁ ଆମେ ସୁଚାରୁରୂପେ ପାଳନ କରିଆସୁଛୁ ।

ବିଜେଡ଼ିର ଏହି ପ୍ରତିÂା ଦିବସରେ ନବୀନ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ସ୍ମରଣ କରି କହିଛନ୍ତି, ଗାନ୍ଧୀଙ୍କୁ ସେବା ମନୋଭାବ, ବିକାଶ ଏବଂ ଆଦର୍ଶ ଲାଗି ସମସ୍ତେ ଜାଣନ୍ତି । ସାଢେ ୪ କୋଟି ରାଜ୍ୟ ଜନସାଧାରଣଙ୍କ ଲାଗି ବିଜୁ ଜନତା ଦଳ ଏକ ଆନେ୍ଦାଳନ କରିଛି ।ଏହି ଆନେ୍ଦାଳନ ଆଗକୁ ଜାରୀ ରହିବ ବୋଲି ନବୀନ କହିଛନ୍ତି ।

Leave A Reply

Your email address will not be published.