Latest Odisha News

BREAKING NEWS

ନିର୍ଭୟା ମାମଲାରେ ଦୋଷୀକୁ ଫାଶୀ ଦେବା ପାଇଁ ଇଚ୍ଛୁକ ଶୁଟର ବର୍ତିକା; ରକ୍ତରେ ଲେଖିଲେ ଚିଠି

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଦୋଷୀଙ୍କୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ଅନ୍ତର୍ଜାତୀୟ ମହିଳା ଶୁଟର ବର୍ତିକା ସିଂ ଦାବି କରିଛନ୍ତି ।

ସେ ଗୃହମନ୍ତ୍ରୀ ଅମିତ ଶାହଙ୍କ ନିକଟକୁ ଏନେଇ ଏକ ରକ୍ତଭିଜା ଚିଠି ଲେଖି ପଠାଇଛନ୍ତି ।

ଉକ୍ତ ଚିଠିରେ ସେ ଉଲ୍ଲେଖ କରିଛନ୍ତି, “ଜଣେ ମହିଳା ଏହି ଅଭିଯୁକ୍ତ ଫାଶୀ ଫନ୍ଧାରେ ଝୁଲାଉ । ଏହା ଦ୍ୱାରା ସମାଜକୁ ଏକ ବାର୍ତା ଯିବ ଯେ, ମହିଳାମାନେ ମଧ୍ୟ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବାର ଅଧିକାର ରଖିଛନ୍ତି । କେହି ମହିଳା ଏଥିପାଇଁ ନ ମିଳିଲେ ମୁଁ ଫାଶୀ ଦେବା ପାଇଁ ରାଜି ଅଛି” ।

ଆହୁରି ମଧ୍ୟ ମୋର ଏହି ଯୁକ୍ତିକୁ ମହିଳା ସାଂସଦ ଓ କଳାକାରମାନେ ସମର୍ଥନ କରିବେ ବୋଲି ମୁଁ ଆଶା ବ୍ୟକ୍ତ କରୁଛି ବୋଲି ସେ ପ୍ରକାଶ କହିଛନ୍ତି ।

Leave A Reply

Your email address will not be published.