Latest Odisha News

BREAKING NEWS

ମାଲକାନଗିରି ଜିଲ୍ଲାରେ ଶିକ୍ଷକ କ୍ଲଷ୍ଟର; ଡିସେମ୍ବର ୧୮ରେ ହେବ ଶିଳାନ୍ୟାସ

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୧୮ ତାରିଖରେ ଓଡିଶା ସରକାର ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳରେ ଶିକ୍ଷକ କ୍ଲଷ୍ଟରର ଶିଳାନ୍ୟାସ କରିବେ ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ରବିବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ଏହି ନୂତନ ଶିକ୍ଷକ କ୍ଲଷ୍ଟରରେ ପ୍ରଥମ ପର୍ଯ୍ୟାୟରେ ୧୫ ଜଣ ଶିକ୍ଷକଙ୍କୁ ନିଯୁକ୍ତ ଦିଆଯିବ । ଯାହାଫଳରେ ଯିବାଆସିବାରେ ଆଉ ଶିକ୍ଷକମାନଙ୍କର ସମୟ ନଷ୍ଟ ହେବନାହିଁ । ଏହି ନୂତନ କ୍ଲଷ୍ଟର ପାଇଁ ପ୍ରାୟ ୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ବେଳେ ଏହାଦ୍ୱାରା ପାଖାପାଖି ୭ଟି ପଞ୍ଚାୟତର ଛାତ୍ରଛାତ୍ରୀ ଉପକୃତ ହେବେ ।

“ଓଡିଶା ସରକାର ଅନ୍ୟ ପର୍ଯ୍ୟାୟରେ ରାଜ୍ୟର ଦୂରଦୂରାନ୍ତ ଅଞ୍ଚଳରେ ଏହିଭଳି ଶିକ୍ଷକ କ୍ଲଷ୍ଟର ସ୍ଥାପନା କରିବେ” ବୋଲି ମନ୍ତ୍ରୀ କହିଛନ୍ତି, ।

ଏହାବ୍ୟତିତ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, “ମାଲକାନଗିରି ଜିଲ୍ଲା ଗସ୍ତ ସମୟରେ ସେ ଦେଖିବାକୁ ପାଇଥିଲେ ଯେ ଉକ୍ତ ଜିଲ୍ଲାରେ ଗମନାଗମନ ପାଇଁ ଭଲ ରାସ୍ତାନଥିବାରୁ ଶିକ୍ଷକମାନେ ଠିକ୍ ସମୟରେ ବିଦ୍ୟାଳୟରେ ପହଞ୍ଚିପାରୁନାହାଁନ୍ତି । ଯାହାଫଳରେ ଛାତ୍ରଛାତ୍ରୀମାନଙ୍କର ପାଠପଢା ପ୍ରଭାବିତ ହେଉଥିଲା” ।

Leave A Reply

Your email address will not be published.