Latest Odisha News

ଆନ୍ତର୍ଜାତୀୟ ଯୁବ ଦିବସ: ଜାଣନ୍ତୁ କ’ଣ ରହିଛି ଏବର୍ଷର ଥିମ୍…

ଭୁବନେଶ୍ଵର: ଆଜି ଅନ୍ତର୍ଜାତୀୟ ଯୁବ ଦିବସ । ଏହି ଯୁବ ଦିବସ ହେଉଛି ଯୁବକମାନଙ୍କ ପାଇଁ ଉତ୍ସର୍ଗୀକୃତ ଏକ ବିଶେଷ ଦିନ, ଯେଉଁମାନଙ୍କର ଦେଶର ଭବିଷ୍ୟତକୁ ଉନ୍ନତ ତଥା ସୁସ୍ଥ କରିବାର ସାମର୍ଥ୍ୟ ରହିଛି । ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖରେ ଏହି ଦିବସ ପାଳନ ହୁଏ । ଏହି ଦିବସ ସରକାର ଓ ଅନ୍ୟମାନଙ୍କୁ ଯୁବକମାନଙ୍କର ସମସ୍ୟା ଓ ସଂଘର୍ଷ ବାବଦରେ ଏକ ସାମାଜିକ ଜାଗରଣ ସୃଷ୍ଟିକରିବାର ସୁଯୋଗ ପ୍ରଦାନ କରିଥାଏ । ଏହି ଦିବସରେ ବିଶ୍ୱବ୍ୟାପୀ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଉତ୍ସବ, କର୍ମଶାଳା ଆଦିର ଆୟୋଜନ କରାଯାଇଥାଏ ।

BjdElectrycity

ମିଳିତ ଜାତିସଂଘ ସାଧାରଣ ସଭାର ସୁପାରିଶ ପରେ ପ୍ରଥମେ ୧୯୯୯ ମସିହା ଅଗଷ୍ଟ ୧୨ ତାରିଖ ଦିନ ଅନ୍ତର୍ଜାତୀୟ ଯୁବ ଦିବସ ପାଳନ କରାଯାଇଥିଲା । ଯୁବ ଦିବସର ମୂଳ ଉଦ୍ଦେଶ୍ୟ ହେଉଛି ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ଘଟଣାଠାରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ଯୁବକମାନଙ୍କ ମତାମତ ନେଇ ଆଲୋଚନା କରିବା ସହିତ ଭବିଷ୍ୟତର ଉନ୍ନତି ପାଇଁ ପ୍ରୟାସ କରିବା ।୧୯୫୬ ମସିହାରେ ମିଳିତ ଜାତିସଂଘର ସାଧାରଣ ସଭା ଯୁବକମାନଙ୍କ ମଧ୍ୟରେ ଶାନ୍ତି, ପାରସ୍ପରିକ ସମ୍ମାନ ଏବଂ ଅନ୍ତର୍ଜାତୀୟ ବୁଝାମଣାର ଆଦର୍ଶକୁ ପ୍ରୋତ୍ସାହିତ କରିବା ପାଇଁ ଏକ କାର୍ଯ୍ୟ ଆରମ୍ଭ କରିଥିଲା ।

ଡିସେମ୍ବର ୧୭, ୧୯୯୯ରେ ମିଳିତ ଜାତିସଂଘ ସାଧାରଣ ସଭାର ସୁପାରିଶ କ୍ରମେ ଅନ୍ତର୍ଜାତୀୟ ଯୁବ ସମ୍ମିଳନୀ ପ୍ରତିଷ୍ଠା କରାଯାଇଥିଲା । ସେହିଦିନ ପରଠାରୁ ୧୨ ଅଗଷ୍ଟକୁ ଅନ୍ତର୍ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଏ । ବିଶେଷଜ୍ଞଙ୍କ ଅନୁଯାୟୀ, ସମାଜକୁ ଶିକ୍ଷିତ କରିବା, ଯୁବକମାନଙ୍କୁ ରାଜନୈତିକ କ୍ଷେତ୍ରରେ ଏକତ୍ରିତ କରିବା ଏବଂ ବିଶ୍ବସ୍ତରୀୟ ସମସ୍ୟାର ମୁକାବିଲା ପାଇଁ ଏହି ଦିନ ପାଳନ କରାଯାଏ । ମିଳିତ ଜାତିସଂଘ ପ୍ରତିବର୍ଷ ଅନ୍ତର୍ଜାତୀୟ ଯୁବ ଦିବସ ପାଇଁ ଏକ ଥିମ୍ ଚୟନ କରିଥାଏ । ଏହି ଥିମ୍ ଉପରେ ଆଧାର କରି ବିଶ୍ବର ବିଭିନ୍ନ ସ୍ଥାନରେ ଏହି ଦିନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ତେବେ ଅନ୍ତର୍ଜାତୀୟ ଯୁବ ଦିବସ ୨୦୨୩ର ଥିମ୍ ହେଉଛି, “Green Skills for Youth: Towards a Sustainable World” ।

Leave A Reply

Your email address will not be published.