Latest Odisha News

BREAKING NEWS

ଥାନାରେ ରାଜାଘର କଳି: ଟାଉନ ଥାନାର ଦ୍ବାରସ୍ଥ ହେଲେ ଅଦ୍ରିଜା ମଞ୍ଜରୀ ସିଂଦେଓ

ବଲାଙ୍ଗୀର : ବଲାଙ୍ଗୀର ଟାଉନ ଥାନାରେ ରାଜ ପରିବାର ବୋହୂ ଅଦ୍ରିଜା ମଞ୍ଜରୀ । ଅର୍କେଶ ନାରାୟଣ ସିଂଦେଓଙ୍କ ପତ୍ନୀ ହେଉଛନ୍ତି ଅଦ୍ରିଜା ମଞ୍ଜରୀ । ରାଜ ପରିବାରରେ ଘରୋଇ ହିଂସା ମାମଲାରେ ସେ ଥାନାର ଦ୍ବାରସ୍ଥ ହୋଇଛନ୍ତି  । ବଲାଙ୍ଗୀର ପ୍ୟାଲେସ୍ ଆସିବାକୁ ଅଦ୍ରିଜା ପୋଲିସ ସୁରକ୍ଷା ମାଗୁଥିବା ଜଣାପଡିଛି  । ସେଠାରେ ଥିବା ତାଙ୍କର ଜିନିଷ ପତ୍ର ନେବାକୁ ସେ ବଲାଙ୍ଗୀର ଆସିଛନ୍ତି । ଅର୍କେଶ ଏବଂ ଅଦ୍ରିଜାଙ୍କ ମଧ୍ୟରେ  ପ୍ରାୟ ବର୍ଷେ ହେବ  ବିବାଦ ଲାଗିରହିଛି  । ଡେରାଡୁନରେ ଉଭୟ ପକ୍ଷ ମଧ୍ୟରେ ମାମଲା ରୁଜ୍ଜୁ ହୋଇଛି ।

ଶାଶୁଘରେ ରହିବା ସମୟରେ ଶାଶୁ, ଶ୍ବଶୂର , ସ୍ବାମୀ , ଦେଢଶୂର ଓ ଯାଆଙ୍କ ପକ୍ଷରୁ ନିଜ ଜୀବନ ପ୍ରତି ବିପଦ ଥିବା ସେ କହିଛନ୍ତି । ଏଥିପାଇଁ ପୋଲିସ ସୁରକ୍ଷା ଯୋଗାଇଦେବାକୁ ଟାଉନ ଥାନାରେ ଦେଇଥିବା ଏତଲାରେ ସେ ଦର୍ଶାଇଛନ୍ତି । ଏ ନେଇ ପୂର୍ବରୁ ସେ ବଲାଙ୍ଗୀର ଏସପିଙ୍କୁ ଇମେଲ ଯୋଗେ ଦୁଇଥର ଚିଠି ଲେଖିଥିଲେ । ଅର୍କେଶ ଏବଂ ତାଙ୍କ ପରିବାର ପକ୍ଷରୁ ଭୟ ଥିବାରୁ ସେ ସୁରକ୍ଷା ଦେବାକୁ ଜଣାଇଥିଲେ । ପୂର୍ବରୁ ଅଦ୍ରିଜାଙ୍କ ଅଭିଯୋଗ ଆଧାରରେ ଡେରାଡୁନ ପୋଲିସ ସ୍ବାମୀ ଅର୍କେଶଙ୍କ ସମେତ ୫ ଜଣଙ୍କ ନାଁରେ ମାମଲା ରୁଜ୍ଜୁ କରିଥିଲା ।

Leave A Reply

Your email address will not be published.