ଝାନ୍ସୀ: ଉତ୍ତର ପ୍ରଦେଶର ଝାନ୍ସୀ ଜିଲ୍ଲାର ରେଳ ଷ୍ଟେସନରେ ଜଣେ ଗର୍ଭବତୀ ମହିଳାଙ୍କ ସଫଳତାର ସହ ପ୍ରସବ କରାଯାଇଛି। ଏହି ପ୍ରସବ ପରେ ଝାନ୍ସୀ ସାମରିକ ହସ୍ପିଟାଲର ସେନା ଡାକ୍ତର ମେଜର ରୋହିତ ବାଚୱାଲାଙ୍କୁ ଖୁବ୍ ପ୍ରଶଂସା କରାଯାଉଛି।
ଖବର ଅନୁଯାୟୀ, ୩୧ ବର୍ଷୀୟ ମେଜର ରୋହିତ ବାଚୱାଲା ଝାନ୍ସୀ ସାମରିକ ହସ୍ପିଟାଲରେ କାର୍ଯ୍ୟରତ। ସେ ଶନିବାର ଅର୍ଥାତ୍ ୫ ଜୁଲାଇ ନିଜ ପରିବାରକୁ ଭେଟିବା ପାଇଁ ହାଇଦ୍ରାବାଦ ଯାଉଥିଲେ। ଏଥିପାଇଁ ରୋହିତ ବୀରାଙ୍ଗନା ଲକ୍ଷ୍ମୀବାଇ ଝାନ୍ସୀ ରେଳ ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିଲେ।
କିନ୍ତୁ ସେତେବେଳେ ସେ ଦେଖିବାକୁ ପାଇଲେ ଯେ ଜଣେ ମହିଳା ଟିଟିଇ ଜଣେ ଗର୍ଭବତୀ ମହିଳାଙ୍କୁ ହ୍ୱିଲଚେୟାରରେ ନେଇ ଯାଉଛନ୍ତି। ଲିଫ୍ଟରୁ ବାହାରକୁ ଆଣିବା ମାତ୍ରେ ଗର୍ଭବତୀ ମହିଳା ଯନ୍ତ୍ରଣାରେ ଚିତ୍କାର କରିବାକୁ ଲାଗିଲେ।
ତେବେ ସେନା ଡାକ୍ତରଙ୍କ ପାଖରେ କୌଣସି ବିଶେଷ ଉପକରଣ ନଥିଲା। ସେ ଏଥିପାଇଁ ପକେଟ ଛୁରୀ ଏବଂ ହେୟାର କ୍ଲିପର ବ୍ୟବହାର କରିଥିଲେ। ତା’ପରେ ସେ ଧୋତି ସାହାଯ୍ୟରେ ଏକ ପରଦା ତିଆରି କରିବା ସହ ପ୍ରସବ ଯନ୍ତ୍ରଣାରେ ପୀଡିତ ମହିଳାଙ୍କ ପ୍ରସବ କରାଇଥିଲେ। ଏହି ଘଟଣା ଶନିବାର ଅପରାହ୍ନରେ ଘଟିଥିଲା। ମେଜର ରୋହିତ ବାଚୱାଲାଙ୍କ ଏଭଳି ସହାୟତା ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି।
Comments are closed.