ବର୍ମିଂହାମ: ଅଧିନାୟକ ଶୁଭମନ ଗିଲଙ୍କ ସ୍ମରଣୀୟ ବ୍ୟାଟିଂ ପରେ ଆକାଶଦୀପଙ୍କ ଚମତ୍କାର ବୋଲିଂ ସହାୟତାରେ ଭାରତ….. ରନରେ ଇଂଲଣ୍ଡକୁ ପରାସ୍ତ କରିଛି । ଏଜବାଷ୍ଟନରେ ଭାରତର ଏହା ପ୍ରଥମ ବିଜୟ । ଅନ୍ତିମ ଦିବସରେ ଇଂଲଣ୍ଡ ନିକଟରେ ମ୍ୟାଚ ଡ୍ର କରିବା ସୁଯୋଗ ରହିଥିଲେ ମଧ୍ୟ ବେଜବଲ ରଣନୀତି ତାଙ୍କୁ ରସାତଳକୁ ନେଇ ଯାଇଥିଲା । ବିଜୟ ସହ ଭାରତ ୫ ମ୍ୟାଚ ବିଶିଷ୍ଟ ସିରିଜକୁ ୧-୧ ସମାନ ସ୍ଥିତିକୁ ଆଣିବାରେ ସଫଳ ହୋଇଛି । ଆକାଶଦୀପ ୬ଟି ୱିକେଟ ନେଇ କ୍ୟାରିୟରର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରିବା ସହ ବିପକ୍ଷ ଦଳର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ୬୦୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ୨୭୧ ରନ କରିବାକୁ ସକ୍ଷମ ହୋଇଥିଲା । ଜେମୀ ସ୍ମିଥ ଦଳ ପକ୍ଷରୁ ସର୍ବାଧିକ ୮୮ ରନ କରିଥିଲେ । ଆକାଶଦୀପ ୬ଟି ୱିକେଟ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ଓ ୱାଶିଂଟନ ସୁନ୍ଦର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।
ପୂର୍ବରୁ ଗିଲଙ୍କ ୨୬୯ ରନ ସହାୟତାରେ ଭାରତ ପ୍ରଥମ ଇନିଂସରେ ୫୮୭ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ହ୍ୟାରୀ ବ୍ରୁକ ୧୫୮ ଓ ଜେମୀ ସ୍ମିଥଙ୍କ ୧୮୪ ରନ ଯୋଗୁ ଇଂଲଣ୍ଡ ୪୦୭ ରନ କରିଥିଲା । ମହମ୍ମଦ ସିରାଜ ୬ଟି ଓ ଆକାଶଦୀପ ୪ଟି ୱିକେଟ ନେଇଥିଲେ । ଦ୍ୱିତୀୟ ଇନିଂସରେ ଭାରତ ୬ ୱିକେଟ ବିନିମୟରେ ୪୨୭ ରନ କରି ଇନିଂସ ଘୋଷଣା କରିଥିଲା । ଗିଲ ୧୬୧ ରନ କରିଥିଲେ ।
Comments are closed.