Latest Odisha News

BREAKING NEWS

ନିଶା ଦେଇ ଦୁଷ୍କର୍ମ କଲେ ପବ୍ ସାଙ୍ଗ

ଭୁବନେଶ୍ୱର: ନିଶା ଦେଇ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ୍ । ପାହାଳ ଥାନା ପୋଲିସ୍ ଲୁହା ବ୍ୟବସାୟୀ କିଶନ ଅଗ୍ରୱାଲଙ୍କୁ ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଗିରଫ କରିଛି ।

ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଅନୁସାରେ, ପାହାଳ ଥାନାରେ ଗତ ୬ ତାରିଖରେ ଏହି ଅଭିଯୋଗ କରିଛନ୍ତି । ଯୁବତୀଙ୍କ ଅଭିଯୋଗ- ଚନ୍ଦ୍ରଶେଖରପୁର ‘ଏମ୍ବାସୀ’ ପବ୍ ରେ ବ୍ୟବସାୟୀ କିଶନ ଅଗ୍ରୱାଲଙ୍କ ସହ ଭେଟ ହୋଇଥିଲା ।

ସେଠାରୁ ବନ୍ଧୁତା ସ୍ଥାପନ ହେବା ପରେ ପୁଣି ଦୁଇ ଥର ସେମାନେ ସେହି ପବ୍ ରେ ଭେଟଘାଟ ହୋଇଛନ୍ତି । ଦୁଇ ଥର ଦେଖା ହେବା ପରେ କିଶନ ଯୁବତୀଙ୍କୁ କିଛି ପାନୀୟ ସହ ନିଶା ଦେଇ ପାହାଳ ସ୍ଥିତ ତାଙ୍କ ରୁମ୍ କୁ ନେଇଯାଇଥିଲେ । ସେଠାରେ ତାଙ୍କ ଅନିଚ୍ଛା ସତ୍ୱେ କିଶନ ଦୁଷ୍କର୍ମ କରିଥିଲେ ।

ଏନେଇ ଯୁବତୀ ଜଣକ ପାହାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ୫ ଦିନ ଧରି ଫେରାର ହୋଇଯିବା ପରେ କମିଶନରେଟ ପୋଲିସ ଶୁକ୍ରବାର କିଶନଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ କେସ ନଂ-୬୬ରେ ଆଇପିସି ଧାରା ୩୪୨, ୩୭୬, ୫୦୬, ୨୯୪ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.