Latest Odisha News

BREAKING NEWS

ଚନ୍ଦ୍ରପୃଷ୍ଠରେ ଗଛ : ଭବିଷ୍ୟତରେ ବୈଜ୍ଞାନିକ କରିପାରିବେ ଚାଷ !

ୱାଶିଂଟନ୍  : ଚନ୍ଦ୍ରପୃଷ୍ଠରେ ଗଛ  । ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟା ସତ । ବୈଜ୍ଞାନିକ ମାନେ ଚନ୍ଦ୍ରର ଭୂପୃଷ୍ଠରେ ଗଛ ସୃଷ୍ଟି କରିପାରିଛନ୍ତି । ଚନ୍ଦ୍ରର ମାଟି ପୃଥିବୀର ମାଟି ଭଳି ଉର୍ବର ହୋଇନଥାଏ । ତେବେ ଏହା ପରେ ବି ଗଛ ଉଠିବା ଏକ ବଡ ଉପଲବ୍ଧି । ଭବିଷ୍ୟତରେ ଚନ୍ଦ୍ର ଅଭିଯାନରେ ବୈଜ୍ଞାନିକ ଗଲେ ତାଙ୍କୁ ସେଠି ଚାଷ କରିବା ପାଇଁ ଅନେକ ସଫଳତା ମିଳିପାରିବ ।

ଚନ୍ଦ୍ରରେ ମଣିଷଙ୍କ ରହିବା ପାଇଁ କଲୋନୀ ତିଆରି କରିବା ବର୍ତ୍ତମାନ ସହଜ ହୋଇପାରିବ । କାରଣ ସହର ତିଆରି କରିବା ପାଇଁ ସବୁଠାରୁ ପ୍ରଥମ ଜରୁରୀ ବସ୍ତୁ ହେଉଛି ଖାଦ୍ୟ । ଯଦି ସେହି ସ୍ଥାନର ମାଟି ଉର୍ବର ନହେବ ତେବେ ଫସଲ ହୋଇପାରିବ ନାହିଁ । ତେବେ ବୈଜ୍ଞାନିକମାନେ ଏବେ ଚନ୍ଦ୍ରର ମାଟିରେ ପ୍ରଥମ ଥର ପାଇଁ ଗଛ ସୃଷ୍ଟି କରି ସଫଳତା ହାସଲ କରିଛନ୍ତି । ଏହା ଏତେ ସହଜ ନଥିଲେ ବି ତାହା ବୈଜ୍ଞାନିକଙ୍କ ପାଇଁ ସମ୍ଭବ ହୋଇପାରିଛି ।

ଚନ୍ଦ୍ରରେ ଗଛ ସୃଷ୍ଟି କରିବା ସମ୍ଭବ ନୁହେଁ । କାରଣ ସେଠାକାର ମାଟି ପଥୁରିଆ । ଅନେକ ସମୟ ଧରି ଅନ୍ତରୀକ୍ଷଯାତ୍ରୀଙ୍କୁ ସତେଜ ଖାଇବା ମିଳିନଥାଏ । ତା ଛଡା ଆପଣ ପୃଥିବୀରୁ ମଧ୍ୟ ମାଟି ନେଇ ସେଠାରୁ ଯିବା ସମ୍ଭବ ନୁହେଁ । ଏଥିପାଇଁ ଖର୍ଚ୍ଚ ମଧ୍ୟ ବଢିଯିବ । ତେଣୁ ବର୍ତ୍ତମାନ ଚନ୍ଦ୍ରର ମାଟିରେ ଫସଲ ପାଇଁ ଟେଷ୍ଟିଂ କରାଯାଇଛି ।

ଆମେରିକାର ଅନ୍ତରୀକ୍ଷ ସଂସ୍ଥା (ନାସା) ଆପୋଲୋ ମିଶନ ବେଳେ ଚନ୍ଦ୍ରପୃଷ୍ଠରୁ ୩୮୨ କିଲୋଗ୍ରାମ ପଥର ପୃଥିବୀ ପୃଷ୍ଠକୁ ଆଣିଥିଲା । ନାସା ଏହି ପଥରକୁ ବୈଜ୍ଞାନିକଙ୍କ ମଧ୍ୟରେ ବାଣ୍ଟିଥିଲେ । ତେବେ ଜଣାନଥିଲା କି ଏହି ମାଟି କେତେ ବର୍ଷରେ ଶେଷ ହେବ । ଆଶା ଅଛି ଅର୍ଟିମିସ ମିସନବେଳେ ଆମେରିକା ଚନ୍ଦ୍ରରୁ ଆହୁରି ଅଧିକ ମାଟି ଆଣିବ ।ତେବେ ଚନ୍ଦ୍ରର ଯେଉଁ ମାଟିରେ ଗଛ ସୃଷ୍ଟି ହୋଇଛି ତାହା ଦୁଇଟି ଭ୍ୟାକୁମ ସିଲ୍ଡ ଡବାରେ ଚନ୍ଦ୍ରରେ ଲଗାହୋଇଥିଲା । ଏହା ବାବଦରେ କମ୍ୟୁନିକେସନ ବାୟୋଲୋଜି ଜର୍ଣ୍ଣାଲରେ ତଥ୍ୟ ପ୍ରକାଶ କରଯାଇଥିଲା । ଏଥିରେ ସ୍ପଷ୍ଟ ଭାବେ ଲେଖାଯାଇଥିଲା ଯେ ଚନ୍ଦ୍ରର ମାଟିରେ ପ୍ରଥମ ଥର ଫୁଲ ଗଛ ସୃଷ୍ଟି କରଯାଇଛି । ତେବେ ଏଥିରେ ପୃଥିବୀର ପାଣି ପବନ ମିଶାଯାଇଥିଲା ।

 

Leave A Reply

Your email address will not be published.