Latest Odisha News

BREAKING NEWS

‘ଆତ୍ମଚିନ୍ତନ ମାଧ୍ୟମରେ ଭବିଷ୍ୟତର ମାର୍ଗ ତିଆରି କରିପାରିବେ’

ଭୁବନେଶ୍ୱର: ଜଣେ ନିଜର ଆତ୍ମଚିନ୍ତନ ମାଧ୍ୟମରେ ଭବିଷ୍ୟତର ମାର୍ଗ ତିଆରି କରିପାରିବେ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ପଥରେ ନିଜକୁ ଅନୁପ୍ରଣିତ କରିପାରିବ । ଏହା ସହିତ ଜଣେ ସଫଳ ଉଦ୍ୟୋଗୀ ସର୍ବଦା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ନିଜ ଜୀବନଶୈଳୀରେ ଉନ୍ନତି ଅଣିପାରିଥାଏ । ଅନ୍ୟମାନଙ୍କପାଇଁ ସୁଯୋଗ ସୃଷ୍ଟି କରିପାରିବ ବୋଲି ଥାଏ ବୋଲି ‘ସଫଳ ଯୁବ ଉଦ୍ୟୋଗୀ ମାନଙ୍କ ନିମନ୍ତେ ଆଗାମୀ ପନ୍ଥା’ ୱେବିନାରରେ ଯୋଗ ଦେଇ କହିଛନ୍ତି ସିଏଫପିର ଇନଭେଷ୍ଟମେଂଟ କନ୍ସଲଟାଣ୍ଟଏବଂ ଫାଇନାନ୍ସ ପ୍ଲାନର ଅନିଲ କୁମାର ପାତ୍ର ।

ଓଡିଶା କର୍ପୋରେଟ୍ ଫାଉଣ୍ଡେସନ ଏବଂ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ମିଳିତ ସହଭାଗିତାରେ ଆୟୋଜିତ ଏହି ଓଫ୍ୱବିନାରରେ ଅଭିଜ୍ଞ ଉଦ୍ୟୋଗୀ, ସଫଳ ଯୁବ ଉଦ୍ୟୋଗୀ, ବ୍ୟାଙ୍କିଙ୍ଗ କ୍ଷେତ୍ରର ଅଭିଜ୍ଞ କର୍ମଚାରୀ ଭାଗ ନେଇଥିଲେ ।

ଏମ୍‌ଏସ୍ ଆଫ୍ରିକାର ପରିଚାଳନା ନିର୍ଦ୍ଦେଶକ ମନୋଜ ସାହୁ କହିଥିଲେ, “ଆମ ରାଜ୍ୟର ପ୍ରାକୃତିକ ସମ୍ବଳର ସଠିକ୍ ସଦୁପଯୋଗ ନ ହେବା ଯୋଗୁଁ ଆମେ ବିଭିନ୍ନ ସୁଯୋଗରୁ ବଞ୍ଚିତ ହେଉଛେ, ସେଥିପାଇଁ ଆମେ ଆମ ମାନସିକତାରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ ଏବଂ ଆମ ଜ୍ଞନକୁ ବ୍ୟବସାୟରେ ପରିବର୍ତ୍ତନ କରିବା ସହ ଆମ କୁଶଳତାକୁ ଚିହ୍ନଟ କରି ତାହାର ସୁବିନିଯୋଗ କରିବା ଆବଶ୍ୟକତା ରହିଛି । ଚାକିରୀ କରିବାର ମାନସିକତା ଛାଡି ଯଦି ଆମେ ଚାକିରୀ ଦେବାର ମାନସିକତା ରଖିବା ତେବେ ନିଜକୁ ଉଦ୍ୟୋଗୀ ଭାବେ ଗଢି ତୋଳିବାରେ ସଫଳ ହୋଇପାରିବା ।”

ସିଗନେଚର୍ ଆଟାୟାରର ପରିଚାଳନା ନିର୍ଦ୍ଦେଶିକା ସଙ୍ଗିତା ମହାପାତ୍ର କହିଥିଲେ, “ଜଣେ ଯଦି ନିଜ ହବିକୁ ବ୍ୟବସାୟରେ ପରିବର୍ତ୍ତନ କରିପାରିବ ତେବେ ସେ ସଫଳ ଉଦ୍ୟୋଗୀ ହୋଇପାରିବ ଏବଂ ସଫଳ ଉଦ୍ୟୋଗୀ ହେବା ନିମନ୍ତେ ଯେଉଁ କ୍ଷେତ୍ରକୁ ଆମେ ଆପଣାଉଛେ ପ୍ରଥମେ ସେ ବିଷୟରେ ମାନସ ମନ୍ଥନ କରିବାର ଆବଶ୍ୟକତା ରହିଛି ।

ସେହିପରି ଆଇଟି ଏବଂ ଆଗ୍ରୋ ବିଶେଷଜ୍ଞ ମନୋଜ କର କହିଥିଲେ, “ପ୍ରଥମେ ଜଣେ ରୋଜଗାର କରିବା ଶିଖିଲେ, ଦାୟିତ୍ୱ ନେବା ଶିଖିପାରିବେ ଏବଂ ସେହି କ୍ଷେତ୍ରରେ ସବିଶେଷ ଜ୍ଞାନ ଆହରଣ କରିପାରିବେ । ଯେ କୌଣସି ବି କାର‌୍ୟ୍ୟର ଆରମ୍ଭ ଦୃଢ ବିଶ୍ୱାସ ସହିତ କରିବା ଆବଶ୍ୟକ ।”

ଏହି ଆଲେଚନା ଚକ୍ରରେ ଉଦ୍ୟୋଗ କ୍ଷେତ୍ରରେ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ ଯୁବ ଉଦ୍ୟୋଗୀ ତଥା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସିଦ୍ଧେଶ୍ୱର ମିଶ୍ର । ଆୟୋଜକ ଓଡିଶା କର୍ପୋରେଟ୍ ଫାଉଣ୍ଡେସନ ଯୁବ ଉଦ୍ୟୋଗୀ ତଥା ଛାତ୍ରଛାତ୍ରୀମାନଙ୍କ ମାର୍ଗ ଦର୍ଶନ ନିମନ୍ତେ ସର୍ବଦା ପ୍ରାଥମିକତା ପ୍ରଦାନ କରେ ।

Leave A Reply

Your email address will not be published.