Latest Odisha News

Fake Police: ତଦନ୍ତ ପାଇଁ ନକଲି ପୋଲିସ ପଠାଇବା ପଡିଲା ମହଙ୍ଗା, ନିଲମ୍ବିତ ହେଲେ ତଦାନ୍ତକାରୀ ଅଧିକାରୀ

ଭଦ୍ରକ: ତଦନ୍ତ ପାଇଁ ମଧ୍ୟସ୍ଥି ପଠାଇବା ପଡିଲା ମହଙ୍ଗା ନିଲମ୍ବିତ ହେଲେ ତଦାନ୍ତକାରି ଅଧିକାରୀ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଏସଆଇ କାର୍ତ୍ତିକ ଜେନା ନିଲମ୍ବିତଙ୍କୁ ନିଳମ୍ବିତ କଲେ ଭଦ୍ରକ ଏସପି ମନୋଜ୍ ରାଉତ। ଏକ ଘରୋଇ ମାମଲା ଥାନାରେ ରୁଜୁ ହେବା ପରେ ତଦନ୍ତ କରିବାକୁ ଯାଇଥାନ୍ତେ ତଦନ୍ତକାରୀ ପୋଲିସ। କିନ୍ତୁ ନିଜେ ନଯାଇ ସରକାରୀ ବାଇକ୍ ଦେଇ ଜେଣେ ମଧ୍ୟସ୍ଥି ଭାବେ ଜନୈକ ଯୁବକଙ୍କୁ ତଦନ୍ତ ପାଇଁ ପଠାଇଦେଲେ ପୋଲିସ ବାବୁ।

ମଧ୍ୟସ୍ଥି ଜଣକ ମଧ୍ୟ ଗାଁକୁ ଯାଇ ଅଭିଯୋଗକାରିଣୀଙ୍କ ଘରେ ପହଞ୍ଚି ପଚରାଉଚରା କରିବା ପରେ କିଛି ଟଙ୍କା ମଧ୍ୟ ମାଗିଥିଲେ। ଏହାପରେ ସ୍ଥାନୀୟ ଲୋକେ ଯୁବକକୁ ସନ୍ଦେହ କରି ପୋଲିସର ପରିଚୟ ପତ୍ର ମାଗିବାରୁ ନିଜକୁ ଗୁଇନ୍ଦା ବିଭାଗ କର୍ମଚାରୀ ବୋଲି କହିଥିଲେ। ପରେ ଗ୍ରାମବାସୀ ଯୁବକଙ୍କୁ ଅଟକ ରଖି ପୋଲିସକୁ ଖବର ଦେବାରୁ ପୋଲିସ ପହଞ୍ଚି ଯୁବକ ଜଣକ ଅସଲି ପୋଲିସ ନୁହନ୍ତି ବୋଲି କହି ପୋଲିସ ଯୁବକକୁ ଥାନାକୁ ନେଇ ଅଟକ ରଖିଛି ପୋଲିସ।

ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧୀନ ବଳଭଦ୍ରପୂର୍ , ରସିକାବାଦ ଅଞ୍ଚଳରେ ଘରୋଇ ବିବାଦକୁ ନେଇ ଗ୍ରାମାଞ୍ଚଳ ଥାନାରେ ଦୁଇ ଜଣ ମହିଳା ଅଭିଯୋଗ ଆଣିଥିଲେ। ଏହି ଘଟଣାର ତଦନ୍ତକାରୀ ଅଧିକାରୀ ଭାବେ କାର୍ତ୍ତିକ ଜେନାଙ୍କୁ ଦାୟିତ୍ଵ ଦିଆଯାଇଥିବା ନେଇ ସୂଚନା ମିଳିଛି। ତେବେ ତଦନ୍ତକାରୀ ଅଧିକାରୀ ଅଭିଯୋଗକାରିଣୀଙ୍କୁ ଏକ ମୋବାଇଲ୍ ନମ୍ବର୍ whatsapp ରେ ପଠାଇଥିଲେ। ତେବେ ମୋବାଇଲ୍ ନମ୍ୱରରେ ଯୋଗାଯୋଗ ପରେ ଜନୈକ ଯୁବକ ନିଜକୁ ପଣ୍ଡା ବାବୁ ବୋଲି ପରିଚୟ ଦେବା ସହ ତଦନ୍ତ ପାଇଁ ଆସିଥିବା କହିଥିଲେ।

ସ୍ଥାନୀୟ ଲୋକଙ୍କୁ ପଚରାଉଚୁରା ପରେ କିଛି ଟଙ୍କା ମାଗିଥିବା ଅଭିଯୋଗ ମଧ୍ୟ ହୋଇଛି। ତେବେ ସ୍ଥାନୀୟ ଲୋକଙ୍କୁ ସନ୍ଦେହ ହେବାରୁ ନକଲି ପୋଲିସ ପରିଚୟ ଦେଇଥିବା ଯୁବକ ଓ ବାଇକକୁ ଅଟକ ରଖି ପୋଲିସକୁ ଜଣାଇଥିଲେ ଗ୍ରାମବାସୀ। ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ଯୁବକ ଜଣକ ପୋଲିସ ନୁହନ୍ତି ବୋଲି ଚିହ୍ନଟ କରିବା ସହ ଥାନାକୁ ଆଣି ଅଟକ ରଖିଛି। ତେବେ ବାଇକଟି ପୋଲିସ ନାମରେ ଥିବା ଜଣାଯାଇଛି। ଏହି ଘଟଣାକୁ ନେଇ ପୋଲିସ ମୁହଁ ଖୋଲିବାକୁ ପ୍ରସ୍ତୁତ ନୁହେଁ। ଏହି ଘଟଣା ଏବେ ଭଦ୍ରକରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି।

 

Comments are closed.