Latest Odisha News

BREAKING NEWS

School Textbook Error Incident: ପାଠ୍ୟପୁସ୍ତକ ତ୍ରୁଟି ଘଟଣାରେ ତଦନ୍ତ ଆରମ୍ଭ

ଭୁବନେଶ୍ୱର: ପିଲାଙ୍କ ବହିରେ ଭୁଲକୁ ନେଇ ତନାଘନା ଆରମ୍ଭ। ଏନେଇ ଲୋକସେବା ଭବନରେ ଚାଲିଛି ଗୁରୁତ୍ବପୂର୍ଣ୍ଣ ବୈଠକ। ଉନ୍ନୟନ କମିଶନର ଦେଓ ରଞ୍ଜନ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ କମିଟି ଏହାର ତନାଘନା ଆରମ୍ଭ କରିଛନ୍ତି। କେଉଁ ସ୍ତରରେ ତ୍ରୁଟି ହୋଇଛି ଏବଂ କେଉଁ ଅଧିକାରୀ କିମ୍ବା ସଂସ୍ଥାମାନେ ଦାୟୀ ତାହାର ଅନୁଧ୍ୟାନ କରି ୭ ଦିନ ମଧ୍ୟରେ ରିପୋର୍ଟ ଦେବ କମିଟି। ରିପୋର୍ଟ ଆଧାରରେ ହେବ କାର୍ଯ୍ୟାନୁଷ୍ଠାନ।

ସୂଚନା ଅନୁଯାୟୀ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ ତଦନ୍ତ କମିଟି ମୁଖ୍ୟତଃ ତିନୋଟି ସଂସ୍ଥାର କାର୍ଯ୍ୟକଳାପକୁ ଅନୁଧ୍ୟାନ କରିବ। ଫୋକସ୍‌ରେ ରହିବ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଯେଉଁଠି ପାଠ୍ୟପୁସ୍ତକ ପ୍ରସ୍ତୁତ ହୋଇଥିଲା। ପ୍ରତି ପୁସ୍ତକ ପାଇଁ ଗଠିତ ସମ୍ପାଦକମଣ୍ଡଳୀ, ସମୀକ୍ଷକମଣ୍ଡଳୀ, ସଂଯୋଜକ ଓ ମୁଖ୍ୟ ସଂଯୋଜକକୁ କମିଟି ପକ୍ଷରୁ ପଚରାଉଚରା କରା‌ଯିବ। ଆବଶ୍ୟକ ପଡ଼ିଲେ ବିଷୟ ବିଶେଷଜ୍ଞଙ୍କୁ ମଧ୍ୟ ଡାକି ତ୍ରୁଟି ସମ୍ପର୍କରେ ପ୍ରଶ୍ନ କରାଯାଇପାରେ। ଯେଉଁଥିରେ ଓଡ଼ିଶାର ନାମକରା ଶିକ୍ଷାବିତ୍, ଶିକ୍ଷା ବିଶେଷଜ୍ଞମାନେ ରହିଛନ୍ତି।

ଦ୍ବିତୀୟ ସଂସ୍ଥା ହେଉଛି ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା, ଯେଉଁଠାରେ ନୂତନ ବ‌ହିଗୁଡ଼ିକର ଡିଟିପି ଓ ଡିଜାଇନ୍ କରାଯାଇଛି। ଡିଟିପି ଅପରେଟର୍‌ମାନେ ଠିକ୍ ଭାବେ କାର୍ଯ୍ୟ ତୁଲାଇଛନ୍ତି କି ନାହିଁ, ସଂଯୋଜକମାନେ ସେମାନଙ୍କ ସହ ଆଲୋଚନା କରିଥିଲେ କି ନାହିଁ, ପୁସ୍ତକ ଡିଜାଇନ୍ ସମୟରେ ଏନ୍‌ସିଇଆର୍‌ଟି ବହିରେ ଥିବା ଛବି କେଉଁଭଳି ଭାବେ ଓଡ଼ିଆ ପୁସ୍ତକରେ ରହିଗଲା ସେନେଇ ଅନୁଧ୍ୟାନ କରାଯିବ। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ମଧ୍ୟ ତଦନ୍ତ ପରିସରଭୁକ୍ତ ରହିବା। ଓସେପା ମାଧ୍ୟମରେ ଯେହେତୁ ଅର୍ଥ ଆସୁଛି, ଚୂଡ଼ାନ୍ତ ନିରକ୍ଷଣ କରିବା ଦାୟିତ୍ଵ ମଧ୍ୟ ତାହାର ରହିଛି। ତେଣୁ ତଦନ୍ତ କମିଟି ଓସେପା ଅଧିକାରୀମାନଙ୍କୁ ମଧ୍ୟ ପଚରାଉଚରା କରିବାର ସମ୍ଭାବନା ରହିଛି।

Leave A Reply

Your email address will not be published.